ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯେମିତି ରୋଇବ, ସେମିତି ପାଇବ!

                ନିଜର ଗେହ୍ଲୀ ଛୁଆର ନିଜ ଆଖି ସାମନାରେ ଏହି ଭଳି ମୃତ୍ୟୁକୁ ଦେଖି ବିଲୁଆର କ୍ରୋଧ ଦ୍ୱିଗୁଣିତ ହୋଇ ଉଠିଲା ଆଉ ସେ ଦାନ୍ତ କଡ ମଡ କରି କରି କହିଲା – ବାହାରକୁ ଆ ପାପୀ … ! ତୋର ଏହି ଭଳି କର୍ମ ପାଇଁ ମୁଁ ତୋତେ ଏମିତି ମଜା ଚଖେଇବି ଯେ ଜୀବନ ସାରା ଭଜୁ ଥିବୁ । ଅର୍ଥାତ୍ : ଅଖା ଧୋଉ ଥିବୁ ଗୁଣ ଗାଉ ଥିବୁ । ତୁ ଯେତେ ଦିନ ବଂଚିବୁ ତୋର ଆଖିରୁ ଲୁହ ସେତେ ଦିନ ପର୍ଯ୍ୟନ୍ତ ଝରୁ ଥିବ ।

                ଶାର୍ଗୁଣାର ନିଜ ବଳ ପ୍ରତି ଅତୁଟ ବିଶ୍ୱାସ ଥିଲା । ସେ ହସି ହସି କହିଲା – ହାଃ…ହାଃ…ହାଃ… । ତୁ ମୋତେ ମଜା ଚଖେଇବୁ । ପାଗଳୀ ଏଇଠୁ ପଳା… ପଳା । ଯଦି ଗୋଟିଏ ଥାପ ଜମେଇ ଦେବି ତେବେ ତୋର ମୁହଁ ବନ୍ଦ ହୋଇଯିବ । କୁହ, ଯାଉଛ ନା ନାହିଁ ।

                ବିଲୁଆ ଇଆଡେ – ସିଆଡେ ଅନେଇଲା । ପାଖରେ ଗୋଟିଏ ସ୍ଥାନରେ ନିଆଁ ଜଳୁ ଥିଲା । ସେହି ବିଲୁଆ ଏହି ସମୟରେ ବଦଲା ନବା ପାଇଁ ତା ପାଖରେ ଗୋଟିଏ ଉପାୟ ଆସି ପହଁଚିଲା । ସେ ଜଲ୍ଦି ଜଲ୍ଦି ବହୁତ ଶୁଖିଲା କାଠ ଏକାଠି କରି ବୃକ୍ଷର ଚାରି ପଟେ ଜମା କରି ଦେଲା । ଆଉ କିଛି ସମୟ ପରେ ସେଠାରେ ନିଆଁ ଲଗାଇ ଦେଲା । ଦେଖୁ ଦେଖୁ ଶୁଖିଲା କାଠ ପାଇଁ ନିଆଁ ଦାଉ ଦାଉ କରି ଭୀଷଣ ଆକାର ଧାରଣ କଲା । ଏହା ଦେଖି ଶାର୍ଗୁଣା ଫୁର୍ କରି ଅନ୍ୟ ଗୋଟିଏ ବୃକ୍ଷରେ ଯାଇ ବସିଲା । କିନ୍ତୁ ତା’ର ଛୁଆ ମାନେ ଉଡିବା ଶିଖି ନଥିବାରୁ ସେମାନେ ଅନ୍ୟତ୍ର ଉଡି ଯାଇ ପାରିଲେ ନାହିଁ ଫଳରେ ସେହି ଗଛରେ ହିଁ ଜଳି ପୋଡି ପାଉଁଶରେ ପରିଣତ ହୋଇ ଗଲେ । ମା ବିଲୁଆଟି ଶାର୍ଗୁଣାକୁ କହିଲା – ମୁଁ ତୁମ ଠାରୁ ମୋର ବଦଲା କେମିତି ନେଲି ଦେଖିଲ ତ?

ଶାର୍ଗୁଣାର ଅଭିମାନ ଚୁର୍ଣ୍ଣ ହୋଇ ଯାଇ ଥିଲା । ସେ କାନ୍ଦି କାନ୍ଦି କହୁଥିଲା – ଭଉଣୀ ! ମୁଁ ଯେମିତି କରିଛି… ସେମିତି ପାଇଛି । କଥାରେ କହନ୍ତି : ଯେମିତି ରୋଇବ, ସେମିତି ପାଇବ । ଯଦି ମୁଁ ପ୍ରଥମରୁ ଏହି କଥାକୁ ବୁଝି ଥାନ୍ତି ଏ ଫଳ କି ପାଇଥାନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ