ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯେସାକୁ ତେସା

କୌଣସି ଗୋଟିଏ ବଡ ସହରରେ ଗୋପାଳ ନାମକ ଜଣେ ଧନୀ ଲୋକ ବାସ କରିଥିଲେ । ତା’ ବାପା ବାଣିଜ୍ୟ ବ୍ୟବସାୟ କରି ବହୁତ ଧନସମ୍ପଦ ରଖି ଯାଇଥିଲେ । ଗୋପାଳ କିନ୍ତୁ ବାପାଙ୍କ ବ୍ୟବସାୟ ଚଳାଇପାରିଲା ନାହିଁ । ବ୍ୟବସାୟରେ କ୍ଷତି ହେବାରୁ ସେ ସାଙ୍ଗମାନଙ୍କଠାରୁ ବହୁତ ଟଙ୍କା କରଜ କରି ପକାଇଲା । ସେ ଭାବିଥିଲା କରଜ ଟଙ୍କାରେ ବ୍ୟବସାୟ ଚଳାଇ ଲାଭ କରିବ । କିନ୍ତୁ ସେକଥା ହେଲା ନାହିଁ । ସାଙ୍ଗମାନେ ବାରମ୍ବାର ଟଙ୍କା ମାଗିଲେ । ତେଣୁ ଗୋପାଳ ବାଧ୍ୟ ହୋଇ ଘରର ଜିନିଷପତ୍ର ବିକ୍ରି କରି କରଜ ଶୁଝିଦେଲା ।

       ଗୋପାଳ ଭାବିଲା, ବିଦେଶକୁ ଯାଇ ତା’ ଭାଗ୍ୟ ପରୀକ୍ଷା କରିବ । ବିଦେଶ ଯିବା ପୂର୍ବରୁ ସେ ସାଙ୍ଗ ଗୋବିନ୍ଦ ପାଖକୁ ଯାଇ କହିଲା, “ ଗୋବିନ୍ଦଭାଇ ! ମୁଁ କାଲି ବିଦେଶ ଯାଉଛି । ରୋଜଗାର ନ କଲେ ଚଳିହେବନି । ” ଗୋବିନ୍ଦ ତାକୁ ସାହସ ଦେଇ କହିଲା, “ କିଛି ଚିନ୍ତା କରନା । ଭଗବାନ ନିଶ୍ଚୟ ତୋ ଦୁଃଖ ଦୂର କରିବେ । ”

       ଗୋପାଳ କହିଲା, “ ତୋ ପାଖକୁ ଗୋଟିଏ କଥା କହିବାକୁ ଆସିଥିଲି । ଘରେ ଯାହା ଜିନିଷପତ୍ର ଥିଲା, ସବୁ ବିକ୍ରି କରି ଦେଇଛି । କେବଳ ଗୋଟାଏ ବଡ ଲୁହା ତରାଜୁ ଅଛି । ସେଇ ତରାଜୁଟି ଯଦି ତୁମେ ରଖନ୍ତ, ତା’ ହେଲେ ଭଲ ହୁଅନ୍ତା । ”


ଗପ ସାରଣୀ

ତାଲିକାଭୁକ୍ତ ଗପ