ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯେସାକୁ ତେସା

       ଗୋବିନ୍ଦ କହିଲା, “ ହେଉ, ଏକଥା । ତୋ ପାଇଁ ମୁଁ କ’ଣ ଏତିକି କାମ କରିପାରିବି ନାହିଁ । ଯାଆ ତରାଜୁଟି ନେଇଆ, ତୁ ବିଦେଶରୁ ଫେରିବା ପର୍ଯ୍ୟନ୍ତ ମୁଁ ତାକୁ ଯତ୍ନ ସହକାରେ ରଖିଥିବି । ”

       ଗୋପାଳ ତା’ ସାଙ୍ଗ ଗୋବିନ୍ଦ କଥାରେ ଖୁସି ହୋଇ ତରାଜୁଟି ଆଣି ତା’ ଘରେ ରଖି ଦେଲା ଏବଂ ବିଦେଶକୁ ଚାଲିଗଲା ।

       ବିଦେଶରେ ପହଁଚି ଗୋପାଳ ପ୍ରଥମେ ଗୋଟିଏ ଛୋଟିଆ ବ୍ୟବସାୟ ଆରମ୍ଭ କରିଥିଲା । ସେହି ବ୍ୟବସାୟରୁ ତା’ର ପ୍ରଚୁର ଲାଭ ହେବାରୁ ସେ ବ୍ୟବସାୟ ବଢାଇବାକୁ ଲାଗିଲା । ଆସ୍ତେ ଆସ୍ତେ ତା’ ହାତକୁ ବେଶ୍ ଦି ’ପଇସା ଆସିଲା । ସେ ସ୍ଥିର କଲା, ଏଥର ନିଜ ଦେଶକୁ ଫେରିଯିବ । ”

       ପାଖରେ ଯାହା ଟଙ୍କା ଥିଲା, ତାହାକୁ ଧରି ଗୋପାଳ ଘରକୁ ଫେରିଲା । ଘରେ ପହଁଚି ଘରଦ୍ୱାର କରି ସେ ପୁଣି ତା’ ସଂସାର ଆରମ୍ଭ କରିଦେଲା । ଏହି ସମୟରେ ତା’ର ମନେପଡିଲା, ସାଙ୍ଗ ଗୋବିନ୍ଦକୁ ଦେଇଥିବା ଲୁହା ତରାଜୁ କଥା । ତାକୁ ଦେଖାକରି ତା’ ପାଖରୁ ଲୁହା ତରାଜୁଟା ନେଇ ଆସିବା ଦରକାର । ଏକଥା ଭାବି ଗୋପାଳ ଯାଇ ଗୋବିନ୍ଦ ଘରେ ପହଁଚିଲା । ଦୁଇ ବନ୍ଧୁ ଅନେକ ସମୟ ଧରି ସୁଖ ଦୁଃଖ ହେଲେ । ଘରକୁ ଫେରିବାବେଳ ହେବାରୁ ଗୋପାଳ କହିଲା, “ ଗୋବିନ୍ଦ ! ଯେଉଁ ଲୁହା ତରାଜୁଟା ତୋତେ ଦେଇଯାଇଥିଲି, ତାକୁ ବର୍ତ୍ତମାନ ନେଇଯାଇଥାନ୍ତି । ”

       ଗୋବିନ୍ଦ ଭାରି ଲୋଭି ପ୍ରକୃତିର ଥିଲା । ତେଣୁ ସେ ଭାବିଲା, ଲୁହା ତରାଜୁଟା ପ୍ରାୟ ମହଣେ ଓଜନ । ବିକ୍ରି କରି ଦେଲେ ବହୁତ ଟଙ୍କା ମିଳିବ । ତେଣୁ ତାକୁ ଫେରାଇବି କାହିଁକି? ସେ ମୁହଁ ଶୁଖାଇଦେଇ କହିଲା, “ କ’ଣ କହିବି ଭାଇ ! ମୋର ଏବେ ଖରାପ ବେଳା ପଡିଛି । ତୋର ତରାଜୁକୁ ମୁଁ ଯତ୍ନସହକାରେ ଭଣ୍ଡାର ଘରେ ରଖିଥିଲି; କିନ୍ତୁ କିଛି ଦିନ ପରେ ଦେଖିଲା ବେଳକୁ ମୂଷା ତାକୁ ଖାଇ ଶେଷ କରି ଦେଇଛି । ବଜାରରେ ସେତେ ବଡ ତରାଜୁ ମିଳୁ ନାହିଁ । ନ ହେଲେ ଆଉ ଗୋଟିଏ ନୁଆ କିଣି ଦେଇ ଦିଅନ୍ତି । ”


ଗପ ସାରଣୀ

ତାଲିକାଭୁକ୍ତ ଗପ