ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯେସାକୁ ତେସା

       ଗୋପାଳ ଏକଥା ଶୁଣି କିଛି ନ କହି ଚୁପ୍ ରହିଲା । ତା’ ପରେ କହିଲା “ ବ୍ୟସ୍ତ ହୁଅନା ଗୋବିନ୍ଦଭାଇ । ମୂଷା ତ ଖାଇଗଲେ, ତୋର କ’ଣ ଦୋଷ? ହଉ ମୁଁ ଯାଉଛି । ତୋ ପୁଅ କାହିଁ? ତାକୁ ଟିକିଏ ଦେଖିଥାନ୍ତି । ତାକୁ ଯାହା ଛୋଟ ବେଳେ ଦେଖିଥିଲି । ଏବେ କେତେ ବଡ ହେଲାଣି । ତା’ ପାଇଁ ବିଦେଶରୁ ମୁଁ କେତେ ଉପହାର ଆଣିଛି । ସେ ମୋ ସାଙ୍ଗରେ ଗଲେ ନେଇ ଆସନ୍ତା । ”

       ଏକଥା ଶୁଣୁ ଶୁଣୁ ଲୋଭି ଗୋବିନ୍ଦ ପୁଅକୁ ଡାକି କହିଲା, “ ଗୋକୁଳ, ମଉସାଙ୍କୁ ପ୍ରଣାମ କର । ସେ ତୋପାଇଁ କେତେ ଜିନିଷ ଆଣିଛନ୍ତି । ତାଙ୍କ ସାଙ୍ଗରେ ଯାଆ ନେଇ ଆସିବୁ । ”

       ଗୋକୁଳ ମନ ଖୁସିରେ ମଉସା ସାଙ୍ଗରେ ଯିବାକୁ ବାହାରିଲା । ଗୋକୁଳ ଘରେ ପହଁଚିବାମାତ୍ରେ ଗୋପାଳ ତାକୁ ଗୋଟିଏ ଛୋଟଘରେ ପୂରାଇ ଦେଇ ତାଲା ଦେଇଦେଲା । ତା’ ପରେ ଗୋପାଳ ତା’ କାମରେ ଲାଗିଲା । ସନ୍ଧ୍ୟା ହେବାରୁ ଗୋକୁଳ ନ ଫେରିବାରୁ ତା’ ବାପା ଗୋବିନ୍ଦ ବ୍ୟସ୍ତ ହୋଇ ଗୋପାଳ ଘରକୁ ଗଲା । ଗୋବିନ୍ଦ ଗୋପାଳକୁ ପଚାରିଲା “ ସନ୍ଧ୍ୟା ହେଲାଣି, ଏତେବେଳ ଯାଏଁ ଗୋକୁଳ ଏଠି କ’ଣ କରୁଛି । ସେ ଘରକୁ ନ ଫେରିବାରୁ ମୁଁ ଚାଲିଆସିଲି । ” ଗୋପାଳ କହିଲା, “ ଗୋବିନ୍ଦ ଭାଇ ! ଆଜି ମୋର ବଡ ଦୁର୍ଯୋଗ । ଗୋକୁଳକୁ ସାଙ୍ଗରେ ନେଇଆସିବାବେଳେ ଗୋଟିଏ ବଡ ଚିଲ କେଉଁଠି ଥିଲା, ଉଡି ଆସି ତାକୁ ଝାମ୍ପି ନେଲା । ଯେତେ ଚେଷ୍ଟା କଲି ଧରିବାକୁ, ଆଣିପାରିଲି ନାହିଁ ।”

       ଗୋବିନ୍ଦ ଖୁବ୍ ଜୋର୍ରେ ରାଗିଉଠି କହିଲା, “ ଏସବୁ ତୁ ମିଛ କଥା କହୁଛୁ । ଚିଲ କେଉଁଠି ମଣିଷ ପିଲାକୁ ଝାମ୍ପି ନେଲାଣି? ” ଗୋପାଳ ଖାଲି କହୁଥାଏ, “ ମୋ ଆଖି ଆଗରେ ପରା ନେଇଗଲା । ତୁ ବିଶ୍ୱାସ ନ କଲେ ମୁଁ କ’ଣ କରିବି? ”

       ଦୁଇ ବନ୍ଧୁଙ୍କର ପାଟିତୁଣ୍ଡ ଶୁଣି ପଡିଶା ଲୋକେ ଆସି ଭିଡ ଜମାଇଲେ । ସେମାନେ ଏ ଅଦ୍ଭୁତ କଳିର ରହସ୍ୟ ବୁଝି ନ ପାରି ସେମାନଙ୍କୁ କହିଲେ, “ ତୁମେ ଦୁହେଁ କଚେରିକୁ ଚାଲିଯାଅ । ଏଠାରେ ତୁମର କଳି ତୁଟିବ ନାହିଁ । ”

       ଗୋପାଳ ଓ ଗୋବିନ୍ଦ କଚେରିକୁ ଗଲେ । ସେଠାରେ ଗୋବିନ୍ଦ ପ୍ରଥମେ ହାକିମଙ୍କୁ ହାତଯୋଡି ତା’ ଗୁହାରି ଜଣାଇଲା । ସେ କହିଲା, “ ହଜୁର ଏଇ ଗୋପାଳ ମୋ ଘରକୁ ଯାଇ ମୋ ପୁଅକୁ ସାଙ୍ଗରେ ଡାକି ଆଣିଥିଲା । ପୁଅ ନ ଫେରିବାରୁ ମୁଁ ତାକୁ ପଚାରିଲି । ସେ କହୁଛି ଯେ, ଗୋଟିଏ ଚିଲ ତାକୁ ବାଟରେ ଝାମ୍ପି ନେଇ ଯାଇଛି । ହଜୁର ବିଚାର କରନ୍ତୁ, ପନ୍ଦର ବର୍ଷର ପିଲାଟିକୁ କ’ଣ ଚିଲ ଝାମ୍ପି ନେଇପାରେ? ”

       ହାକିମ ଗୋପାଳଙ୍କୁ ଘଟଣା କ’ଣ ପଚାରିବାରୁ ସେ କହିଲା, “ ହଁ, ହଜୁର ! ମୁଁ ତା’ ପୁଅକୁ ସାଙ୍ଗରେ ଆଣୁଥିଲି । ଅଧବାଟରେ ଚିଲଟାଏ ଆସି ପୁଅକୁ ଝାମ୍ପି ନେଲା । ଆଉ ତା’ ପୁଅକୁ ମୁଁ ଦେବି କେମିତି? ”

       ହାକିମ କହିଲେ, “ ତୁମେ ମିଛ କହୁଛ । ଚିଲ କିପରି ମଣିଷ ପିଲାଟାକୁ ନେଇଯିବ?”

       ଗୋପାଳ କହିଲା, “ ହଜୁର, ଯେଉଁ ଦେଶରେ ମୂଷା ଲୁହା ତରାଜୁ ଖାଇଯାଏ, ସେଠାରେ ଚିଲ ମଣିଷ ପିଲାକୁ ନେଇଯିବା ଅସମ୍ଭବ କ’ଣ? ”

       ହାକିମ ତା’ କଥା କିଛି ବୁଝି ନ ପାରି ଆଶ୍ଚର୍ଯ୍ୟ ହୋଇ ତା’ ଆଡକୁ ଚାହିଁଲେ । ଗୋପାଳ ତା’ ପରେ ସବୁ ଘଟଣା ଫିଟାଇ କହିଗଲା । ହାକିମ ହସି ହସି କହିଲେ, “ ତୁମେ ଠକକୁ ଉଚିତ୍ ଜବାବ୍ ଦେଇଛ । ” କଚେରୀରେ ଯେତେ ଲୋକ ଥିଲେ, ସମସ୍ତେ ହସି ଉଠିଲେ । ତା’ ପରେ ତାଙ୍କର କଳି ତୁଟିବାକୁ ଆଉ ବେଶି ସମୟ ଲାଗିଲା ନାହିଁ । ହାକିମଙ୍କ ଆଦେଶାନୁସାରେ ଗୋବିନ୍ଦ ଗୋପାଳର ଲୁହା ତରାଜୁ ଫେରାଇ ଦେଲା ଓ ଗୋପାଳ ଗୋକୁଳଙ୍କୁ ତା’ ବାପା ସାଙ୍ଗରେ ଛାଡି ଦେଲା । ଏହି ଭଳି ଭାବରେ ସମାଧାନ ହେଲା ।

       ତେଣୁ କଥାରେ କୁହାଯାଇଛି – “ ଯେସାକୁ ତେସା, ହାରମ୍ଜାଦାକୁ ଟାଙ୍ଗିଆ ପଶା । ” ଯିଏ ଯେପରି ହେବ ତମେ ମଧ୍ୟ ସେପରି ହେବା ଉଚିତ୍ ।


ଗପ ସାରଣୀ

ତାଲିକାଭୁକ୍ତ ଗପ