ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯେସାକୁ ତେସା

“ସର୍ବନାଶ ତ କରି ସାରିଲୁଣି । ଏବେ ଓହ୍ଲାଇ ଆସ । ତୋର ଗଛ ଲଗାଇବା ଆଉ କିଛିବି ଦରକାର ନାହିଁ ।” ଜମିଦାର ଭାବିପାରିଲେ ନାହିଁ ଯେ ଏପରି ଗଧକୁ ନେଇ ସେ ଏବେ କ’ଣ କରିବେ?

ଗ୍ରୀଷ୍ମ ଦିନମାନଙ୍କରେ ଜମିରେ ପାଣି ରହିଲା ନାହିଁ । ଏଣେ ପିଇବାକୁ ମଧ୍ୟ ଯଥେଷ୍ଟ ପାଣି ନାହିଁ । ଏଣୁ ଗଛସବୁ ମରିଗଲେ । ଜମିଦାର ଦିନେ କହିଲେ, “ଖରାରେ ଜମିଗୁଡାକ ଶୁଖି ଯାଉଛି । ଜମିଗୁଡିକୁ ହାତରେ ବୋହି ଆଣେ ଘରେ ରଖି ଦେବୁ ।”

ବାଙ୍ଗ୍ କହିଲା “ଠିକ୍ ଅଛି ଇଏ କ’ଣ ଆଉ କଷ୍ଟ କଥା ଯେ?”

ପରଦିନ ସକାଳୁ ପାଟିତୁଣ୍ଡ ଶୁଣି ଜମିଦାର ନିଦରୁ ଉଠି ଆସି ବାହାରେ ଦେଖିଲେ, ବାଙ୍ଗ୍ କୋଦାଳ ନେଇ ଘର ସାମନାରେ ଥିବା ବଡ କାନ୍ଥକୁ ମାରି ମାରି ଅଧେ ଭାଙ୍ଗି ସାରିଲାଣି ।

ଜମିଦାର ରାଗିଯାଇ କହିଲେ “ରେ ପଶୁ, ଗଧ ବାଙ୍ଗ୍, ତୋ ବୁଦ୍ଧି କ’ଣ ଘାସ ଚରିବାକୁ ଯାଇଛି; ଏ କ’ଣ କଲୁ?” ବାଙ୍ଗ୍ କହିଲା “ଆପଣ ଏସବୁ କଥା କିଛି ଜାଣନ୍ତି ନାହିଁ । ଚୁପ୍ ରହନ୍ତୁ ।” କାମ କିପରି କରାହୁଏ ସେକଥା ମୁଁ ଠିକ୍ ଜାଣେ । ଏତେ ଗୁଡିଏ ଜମି । ସେମାନେ ଶୋଭାଯାତ୍ରା କରି ଏଇ ରାସ୍ତାରେ ଭିତରକୁ ଯିବେ । କାନ୍ଥ ରହିଲେ କିମିତି ଚଳିବ?

ଜମିଦାର ଗର୍ଜି ଉଠି କହିଲେ, “ସେ କାମ ବନ୍ଦ କରିବୁ ନା ନାହିଁ?” ବାଙ୍ଗ୍ କହିଲା “କାହିଁକି ବନ୍ଦ କରିବି? ଥରେ ପରା ବୁଝାଇ ଦେଲି । ତଥାପି ବୁଝିପାରୁ ନାହଁ? ଜମିସବୁ କିପରି ଘରକୁ ଆସିବେ?”

ଜମିଦାର ପଚାରିଲେ “ସେଥିପାଇଁ ତୁ କାନ୍ଥ ଭାଙ୍ଗିବୁ ବୋଲି ମୁଁ ତୋତେ କହିଥିଲି?”

ବାଙ୍ଗ୍ ନିହାତି ସରଳ ଭାବରେ ଉତ୍ତର ଦେଲା “ଏହି କାନ୍ଥଟି ଅନ୍ତତଃ ପକ୍ଷେ ନ ଭାଙ୍ଗିଲେ ଜମି କିପରି ଘରକୁ ଆଣିବି?”

ଜମିଦାର କହିଲେ “ବାବା, ଜମି ଘରକୁ ଆଣିବା ଦରକାର ନାହିଁକି କାନ୍ଥ ଭାଙ୍ଗିବା ବି କିଛି ଦରକାର ନାହିଁ ।”

ଏହି ଘଟଣା ପରେ ଜମିଦାରଙ୍କର ବୁଦ୍ଧି ଫେରିଲା । ସେ ବୁଝି ଗଲେ ଯେ ଏହି ଚାକରକୁ ନେଇ ସେ କୌଣସି ପ୍ରକାରେ ଠକାଇ ପାରିବେ ନାହିଁ । ତେଣୁ ସେ ତାକୁ ଭଲ ଭାବରେ ମଜୁରୀ ଦେଇ ସେଠୁ ବିଦା କରି ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ