ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯେ ପାଂଛେ ପର ମନ୍ଦ

ଗୋଟିଏ ଗାଁରେ ବୁଢୀଟିଏ ବାସ କରେ । ତା’ର ଆପଣାର ବୋଲି କେହି ନଥାନ୍ତି । ସେ ଦୁଃଖେ କଷ୍ଟେ କେମିତି କେମିତି ଚଳିଯାଉଥାଏ ।

       ବୁଢୀର ସମ୍ପତି ବାଡି ବୋଲି ଝଙ୍କାଳିଆ ଫଳନ୍ତି ଆମ୍ବଗଛଟିଏ । ଯେଉଁ ବର୍ଷ ଗଛରେ ଆମ୍ବ ଫଳେ ତାକୁ ବିକି ବୁଢୀ ଭଲ ଦି’ପଇସା ପାଏ । ଟଙ୍କା ଭବିଷ୍ୟତ ପାଇଁ ସଂଚୟ ବି କରୁଥାଏ । ହେଲେ ଯେଉଁ ବର୍ଷ ଗଛରେ ଆମ୍ବ ଫଳେ ନାହିଁ ସେ ବର୍ଷ ବୁଢୀର ଦୁଃଖ ବଢିଯାଏ । ସେ କେତେବେଳେ କ’ଣ ଖାଏ କି ଉପବାସ ରହେ କେହି ଜାଣନ୍ତି ନାହିଁ ।

       ଗୋଟିଏ ବର୍ଷ ଗଛରେ ଭଲ ଫଳ ଆସିଥାଏ । ମଣିଷଠାରୁ ପକ୍ଷୀଯାଏଁ ସମସ୍ତଙ୍କର ନଜର ସେଇ ଗଛ ଉପରେ । ବୁଢୀଟି ଦିନରାତି ଜଗିବସିଥାଏ ସେଇ ଗଛମୂଳେ । କାହାକୁ ବି ଗୋଟିଏ ଆମ୍ବ ସେ ଚଖେଇ ଦେଉନଥାଏ ।

       ଥରେ ଗୋଟିଏ ହନୁମାଙ୍କଡ ଜଙ୍ଗଲରୁ ଆସି ସେହି ଗାଁରେ ରହିଲା । ତା’ର ହଠାତ୍ ନଜର ପଡିଗଲା ବୁଢୀର ଆମ୍ବଗଛ ଉପରେ । ଗଛରେ ଝୁଲୁଥିବା ଲାଲ ରଂଗର ସୁନ୍ଦରୀ ଆମ୍ବକୁ ଦେଖି ହନୁ ପାଟିରୁ ଲାଳ ବୋହିଲା । ହେଲେ ବୁଢୀ ଭୟରେ ସେ ଆମ୍ବ ଖାଇ ପାରିଲା ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ