ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯେ ପାଂଛେ ପର ମନ୍ଦ

       ଦିନକର କଥା    । ହଠାତ୍ ବୁଢୀ ଜ୍ୱରରେ ପୀଡିତ ହୋଇ ଘରୁ ବାହାରି ପାରିଲା ନାହିଁ । ଘରେ ବିଛଣାରେ ପଡିରହିଲା । ଠିକ୍ ଏତିକିବେଳେ ହନୁମାଙ୍କଡକୁ ମଉକା ମିଳିଗଲା । ବୁଢୀକୁ ଆମ୍ବଗଛ ମୂଳେ ନ ଦେଖି ଅତି ଖୁସିରେ ଗଛଟାସାରା ଏଡାଳରୁ ସେଡାଳକୁ ଡିଆଁ ମାରିଲା । ଯେତେକ ପାରିଲା ସେତକ ଆମ୍ବ ଛିଣ୍ଡାଇ ଅଧା ଅଧା ଖାଇ ତଳକୁ ଫିଙ୍ଗିଦେଲା । ଆଉ ଶେଷକୁ ତା’ର ମାଙ୍କଡିଆ ବୁଦ୍ଧିକୁ ବି କାମରେ ଲଗାଇ ଦେଲା । ଗଛରୁ ପେନ୍ଥା ପେନ୍ଥା ଆମ୍ବ ଛିଣ୍ଡାଇ ଏଣେ ତେଣେ ଫିଙ୍ଗିବାରେ ଲାଗିଗଲା । କେତେ ଛୋଟ ଛୋଟ ଡାଳ ବି ଭାଙ୍ଗି ପକାଇଲା, ସତେ ଯେମିତି କିଛି ସମୟ ମଧ୍ୟରେ ଗଛଟିକୁ ଶ୍ରୀହୀନ କରିଦେଲା ।

       ଶେଷରେ ଏକ ଅଘଟଣ ଘଟିଲା । ସେଇ ଗଛର ଏକ ଡାଳରେ ବିରୁଡିମାନେ ବସାବାନ୍ଧି ରହିଥିଲେ । ଯେତେବେଳେ ହନୁମାଙ୍କଡ ସେଇ ଡାଳଟିକୁ ଭାଙ୍ଗିବ ବୋଲି ଝାଙ୍କି ହେଲା, ସେତିକିବେଳେ ବିରୁଡିମାନଙ୍କର ବସା ଭାଙ୍ଗି ତଳେ ପଡିଗଲା । ସୁତରାଂ ବିରୁଡି ଦଳ ବାସହରା ହୋଇ ଏଣେତେଣେ ବୁଲିଲେ । ମାଙ୍କଡକୁ ଗଛ ଡାଳରେ ଦେଖି ଗୋଡାଇ ଗୋଡାଇ ମାରିଲେ । ଫଳରେ ମାଙ୍କଡର ଦେହସାରା ବିରୁଡିମାନଙ୍କର ନାଉଡ ଗଳି ରହିଲା । ହନୁମାଙ୍କଡ ଯେତେ ବାଡେଇ ପିଟିହେଲେ ମଧ୍ୟ ବିରୁଡିମାନେ ଛାଡିଲେ ନାହିଁ । ସେ ଅତି ବିକଳରେ ରଡିଛାଡି ଚିତ୍କାର କରୁଥିଲେ ବି କେହି ତାକୁ ସାହାଯ୍ୟ କରିବା ପାଇଁ ନଥିଲେ । ଶେଷରେ ତା’ର ହଂସା ଉଡିଗଲା ଓ ଛଟପଟ ହୋଇ ମରିଗଲା ।

       ଏହି ଗଳ୍ପଟିରୁ ଶିକ୍ଷା ମିଳେ ଯେ, ଅନ୍ୟ ଜିନିଷ ଉପରେ ଯିଏ ଆଖିବୁଲାଏ କି ନଷ୍ଟ କରେ ତାକୁ ହନୁମାଙ୍କଡ ଭଳିଆ ଦୁର୍ଦ୍ଧଶା ଭୋଗିବାକୁ ହୁଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ