ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯୋଗ୍ୟ କିଏ?

ରାଜା ସେ ବୁଢୀଠାରୁ ବିଦାୟ ନେଲାବେଳେ ତା’ ହାତରେ ମୋହରଟିଏ ଦେଇଗଲେ । ରାଜା କହିଲେ, “ମା’ ତୁମେ ଆଦୌ ବ୍ୟସ୍ତ ହୁଅନାହିଁ । ତାରା ପାଇଁ ମୁଁ ସମସ୍ତ ବ୍ୟବସ୍ଥା ନିଶ୍ଚୟ କରିଦେବି ।”

ତାପରେ ସେ ସୌଦାଗରବେଶୀ ରାଜା ତାଙ୍କ ରାଜଧାନୀକୁ ଫେରିଆସିଲେ । ବୁଢୀ ସେ ମୋହରଟିକୁ ନେଇ ଦୋକାନକୁ ଗଲା କିଛି ସଉଦା ଆଣିବ ବୋଲି । ଦୋକାନୀ ଯେମିତି ସେ ସୁନା ମୋହରଟି ବୁଢୀ ହାତରେ ଦେଖିଲା, ସେ ସଙ୍ଗେ ସଙ୍ଗେ ତାଟକା ହୋଇଗଲା । ସେହି ସମୟରେ ସେ ଦୋକାନୀ ପିଣ୍ଡାରେ ଆଉ ପାଂଚଜଣ ଗାଁ ଲୋକ ମଧ୍ୟ ସଉଦା ପାଇଁ ଅପେକ୍ଷା କରିଥିଲେ । ସମସ୍ତେ ଏକସ୍ୱରରେ କହିଲେ ଏ ବୁଢୀ ନିଶ୍ଚୟ କେଉଁଠାରୁ ସୁନା ମୋହର ଚୋରୀ କରି ଆଣିଛି । ବୁଢୀ ସେମାନଙ୍କୁ ଯେତେ ବୁଝାଇ କହିଲା, କାଲି ସଉଦାଗରର ପୁଅ ତାକୁ ଏହି ମୋହରଟି ଦେଇଛି ବୋଲି, ହେଲେ ଏବେ କିଏ କାହିଁକି ବା ତା କଥାକୁ ବିଶ୍ୱାସ କରିବ? ଗରିବ ଲୋକକୁ ତ କେହି ବି ଟିକେ ଆଡ ଆଖିରେ ଦେଖିପାରନ୍ତି ନାହିଁ ।

ଏହି କଥା ଚର୍ଚ୍ଚା ହୋଇ ଶେଷରେ ଗାଁ ଚୌକିଦାର ପର୍ଯ୍ୟନ୍ତ ଗଲା । ତହୁଁ ସେ ବୁଢୀକୁ ଧରି ନେଇଗଲା ରାଜା ଘରେ ଫେରାଦ କରିବା ପାଇଁ । ନୟନତାରା ବି ଖାଲି କାନ୍ଦି କାନ୍ଦି ସେ ବୁଢୀ ସହିତ ଯାଉଥାଏ । ଗାଁ ଲୋକ ସମସ୍ତେ ଖାଲି ତାଙ୍କୁ ଛି ଛାକର କରୁଥାଆନ୍ତି । ନ କହିଲା ଲୋକ ମଧ୍ୟ ଦୁଇ ପଦ କଥା କହୁଥାଏ ସେମାନଙ୍କୁ ।

ରାଜାଙ୍କ ନଅରରେ ଦରବାର ବସିଥାଏ । ଏହି ସମୟରେ ଚୌକିଦାର ସେ ବୁଢୀ ଓ ତାରାକୁ ନେଇ ମିସଲ ଉପରେ ଠିଆ କରାଇଲା ଏବଂ ତା’ଠାରୁ ସୁନାମୋହର ଧରା ପଡିଥିବା କଥା ବି ସେ କହିଲା । ବିଚାରକ ଆସନରେ ତ ରାଜା ନିଜେ ବସିଥାନ୍ତି । ସେ ବୁଢୀ ଆଖିକୁ ତ ଝାପ୍ସା ଦେଖାଯାଉଥାଏ, ତେଣୁ ସେ କିଛି ବି ଆଦୌ ଜାଣି ପାରୁ ନ ଥାଏ । ସେ ଖାଲି କାନ୍ଦି କରି କହୁଥାଏ – “ମଣିମା ! ମୋତେ କ୍ଷମା କର । ମୁଁ ଆଦୌ ଚୋରି କରି ନାହିଁ । ସେ ସୌଦାଗର ପୁଅ ମୋତେ ଏହି ମୋହରଟି ଦେଇଥିଲେ । ମୁଁ କି ଜାଣେ, ତାହା ହେଉଛି ରାଜାଘରର ସୁନାମୋହର ବୋଲି ।”

ନୟନତାରା କିନ୍ତୁ ରାଜାଙ୍କ ଆଡକୁ ଚାହିଁ ଖାଲି ତାଜୁବ୍ ହେଉଥାଏ । ଏ ତ ଅବିକଳ ସେହି ସୌଦାଗର । ଚେହେରା ତ ଏକାବେଳେକେ ମିଳିଯାଉଛି । ଦରବାରରେ ମନ୍ତ୍ରୀ, ସେନାପତି ଓ ଅନ୍ୟପାରିଷଦମାନେ ସେତେବେଳେ ଖାଲି ସେ ବୁଢୀର ଅବସ୍ଥା ଦେଖି ଖୁବ୍ ବିକଳ ହେଉଥାନ୍ତି ।

ରାଜା ସିଂହାସନରୁ ଓହ୍ଲାଇ ଆସି ନିଜେ ସେ ବୁଢୀର ହାତରୁ ଦଉଡିର ଫାଶ ଖୋଲି ଦେଲେ । ନୟନତାରାକୁ ଅତି ଆଦରରେ କୋଳେଇ ନେଲେ ସେ ରାଜା । ରାଜା କହିଲେ – “ମା’ ତୁମେ ଆଦୌ ବ୍ୟସ୍ତ ହୁଅ ନାହିଁ । ତୁମେ ଆଦୌ କିଛିବି ଚୋରି କରିନାହଁ । ସେ ସୌଦାଗର ତୁମକୁ ମୋହର ଦେବା କଥା କେବଳ ମୁଁ ହିଁ ଠିକ୍ ଜାଣେ । କାରଣ ମୁଁ ସେହି ସୌଦାଗର ବେଶରେ ସେଦିନ ତୁମ ଘରେ ଅତିଥି ହୋଇଥିଲି ।” ଏହି କଥା ଶୁଣି ହଠାତ୍ ସେ ଦରବାରର ପାରିଷଦଗଣ ଟିକେ ଆଶ୍ଚର୍ଯ୍ୟ ହୋଇଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ