ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯୋଗ୍ୟ କିଏ?

ବୁଢୀ କହିଲା – “ମଣିମା, ଅଜାଣତରେ ଆପଣଙ୍କ ପ୍ରତି ମୁଁ ଅନ୍ୟାୟ କରିଥିଲି । ଗରିବ କୁଡିଆରେ ଆପଣ ସେଦିନ ପାଦ ପକାଇଥିଲେ । ଏହା ମୋର କେଡେ ବଡ ଭାଗ୍ୟର କଥା ।”

ତାପରେ ଅତି ଆପଣାର ଲୋକ ପରି ସେ ବୁଢୀ ଓ ନୟନତାରା ରାଜାଙ୍କ ରାଜମହଲରେ ଅବସ୍ଥାନ କଲେ । ରାଜାରାଣୀ ବି ସେ ନୟନତାରାକୁ ନିଜ ଝିଅ ପରି ସ୍ନେହ କରୁଥାଆନ୍ତି ।

ଆସ୍ତେ ଆସ୍ତେ ସେ ରାଜାଙ୍କର ତିନି ପୁଅ ଯାକ ନୟନତାରାର ରୂପରେ ଅତିଶୟ ମୁଗ୍ଧ ହୋଇପଡିଲେ । ତେଣୁ ସମସ୍ତେ ପ୍ରସ୍ତାବ କଲେ ତାକୁ ବିବାହ କରିବା ପାଇଁ ।

ଏସବୁ ଶୁଣି ସେ ରାଜା ବଡ ବିଷମ ସଙ୍କଟରେ ପଡିଲେ । ଏଣେ ତାଙ୍କର ମଧ୍ୟ ଇଚ୍ଛା, ନୟନତାରା ପରି ଝିଅଟିଏ ତାଙ୍କର ବୋହୂ ହେବା ପାଇଁ ଯୋଗ୍ୟା ।

ତେଣୁ ରାଜା ତାଙ୍କ ମନ୍ତ୍ରୀମାନଙ୍କ ସହିତ ପରାମର୍ଶ କରି ଏକ ପ୍ରସ୍ତାବ ରଖିଲେ । ରାଜାଙ୍କର ପ୍ରତ୍ୟେକ ପୁଅକୁ ଦଶହଜାର ଟଙ୍କା ଲେଖାଏଁ ଦିଆଗଲା । ତାପରେ ସେମାନଙ୍କୁ କୁହାଗଲା, ତାରା ପାଇଁ ଯେ ସବୁଠାରୁ ଭଲ ଜିନିଷଟିଏ ଆଣିଦେବ, ସେହିଁ କେବଳ ତାକୁ ବିବାହ କରିବା ପାଇଁ ହକ୍ଦାର ହେବ ।

ପିତାଙ୍କ ଆଜ୍ଞା ପାଇ ତାଙ୍କ ତିନିପୁଅ ତୁରନ୍ତ ତିନି ଦିଗକୁ ବାହାରିଗଲେ । ବଡ ପୁଅ କେତେ ବଣ, ବିଲ, ଗାଁ ଅତିକ୍ରମ କରି ଗୋଟିଏ ସହରରେ ଯାଇ ପହଁଚିଲା । ସେଠାରେ ସେ ଦେଖିଲା, ଏକ ସ୍ଥାନରେ କିଛି ଲୋକ ଗୋଟିଏ ଘୋଡା ଗାଡିକୁ ଘେରି ଠିଆ ହୋଇଛନ୍ତି । ସେମାନଙ୍କ ପାଖକୁ ଯାଇ ସେ ବଡପୁଅଟି ବୁଝିଲା, ସେ ଗାଡିଟି ବିକ୍ରି ହେବ । ତା ଦାମ୍ ଦଶହଜାର ଟଙ୍କା । ଏତେ ଟଙ୍କା ବି ଅବା କିଏ କାହିଁକି ଦେବ? ଏହି ସମୟରେ ସେ ରଜାପୁଅ ପଚାରିଲା ଏହି ସାମାନ୍ୟ ଗାଡି ପାଇଁ ଏତେ ଟଙ୍କା କାହିଁକି? ତହୁଁ ସେ ଗାଡିବାଲା କହିଲା, ଏହା ଏକ କୁହୁକ ଗାଡି । ଦଶହଜାର ବାଟକୁ ଦଶ ଘଂଟାରେ ପହଁଚାଇ ଦେବ ଏ ଗାଡି । ଏପରି କଥା ଶୁଣି ସେ ରାଜାପୁଅ ଅତ୍ୟନ୍ତ ଖୁସି ହୋଇ ଟଙ୍କା ପୈଠ କରି ସେ ଗାଡିଟି କିଣିଲା ।

ମଝିଆଁ ପୁଅ ବି ଠିକ୍ ସେହିପରି ଆଉ ଏକ ସହରରେ ଯାଇ ପହଁଚିଲା । ସେତେବେଳେ ସେଠାରେ ତ ହାଟ ହେଉଥାଏ । ଗୋଟିଏ ଦର୍ପଣ ବେପାରୀ ଦଶହଜାର ଟଙ୍କାର ଦାମ୍ ବୋଲି ଦର୍ପଣଟିଏ ସଭିଙ୍କୁ ଦେଖାଉଥାଏ । ଏତେ ଟଙ୍କା ଦେଇ କିଏ ବା କାହିଁକି ସେ ଦର୍ପଣଟାଏ କିଣିବ? ତାପରେ ସେ ମଝିଆଁ ରାଜାପୁଅ ଯାଇ ଏହାର କାରଣ ପଚାରିଲା । ତହୁଁ ସେ ବେପାରୀ କହିଲା, ଯେତେ ଦୂରରେ ଯେ ଥାଉ, ଏହି ଦର୍ପଣରେ ହିଁ ତାକୁ ତୁମେ ଦେଖିପାରିବ । ସେହିକ୍ଷଣି ବିନା ଆପତ୍ତିରେ ଟଙ୍କା ଦେଇ ସେ ମଝିଆଁ ରାଜାପୁଅ ବେପାରୀ ଠାରୁ ଦର୍ପଣଟି କିଣିଲା । ତାପରେ ସେ ମଝିଆଁ ରାଜାପୁଅ ଭାବିଲା ନୟନତାରା ପାଇଁ ବୋଧହୁଏ ଏହି ଦର୍ପଣଟି ଗୋଟିଏ ଭଲ ଉପହାର ହେବ ।

ସାନ ରାଜକୁମାର ବି ଯାଇ ଆଉ ଏକ ସହରରେ ପହଁଚିଲା । ସେଠାରେ ଜଣେ ସନ୍ନ୍ୟାସୀ ଦଶହଜାର ଟଙ୍କାରେ ଗୋଟିଏ ଫଳ ବିକ୍ରି କରିବା ପାଇଁ ଖାଲି ଡାକୁଥାଆନ୍ତି । ଏହି ସାମାନ୍ୟ ଫଳଟିଏ ପାଇଁ ଏତେ ଟଙ୍କା କିଏ ବା କାହିଁକି ଦେବ? ରାଜାପୁଅ ବି ଏକଥା ଶୁଣି ଭାରି ଆଶ୍ଚର୍ଯ୍ୟ ହୋଇ ସେ ସନ୍ନ୍ୟାସୀକୁ ପଚାରିବାକୁ ଗଲା । ତହୁଁ ସେ ସନ୍ନ୍ୟାସୀ କହିଲେ, “ବାବୁ ! ଏହା ହେଉଛି ଅମୃତର ଫଳ । ଏହି ଫଳ ଖାଇଲେ ଯେକୌଣସି ରୋଗ ବି ହେଉ ତାହା ନିଶ୍ଚୟ ଆରୋଗ୍ୟ ହୋଇଯିବ । ଏମିତିକି ମନୁଷ୍ୟ ମୃତ୍ୟୁମୁଖରୁ ବି ରକ୍ଷା ପାଇବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ