ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରହେ ତା’ ଆଦର ଯଶ

କିଛି ଦିନ ପରେ ନରିଆର ପୁତ୍ର ସନ୍ତାନଟିଏ ହେଲା, ଏହି ଖବର ପାଇ ତା ବଂଧୁ ବାନ୍ଧବ ଖୁବ୍ ଖୁସି ହେଲେ । ମେଳା ମଉଚ୍ଛବ କରି ନରିଆ ଠାକୁରାଣୀଙ୍କ ପାଖରେ ଭୋଗ ବାଢିଲା । ହେଲେ ମା’ଙ୍କର ସ୍ୱପ୍ନା ଦେଶରେ ସେ ସନ୍ତାନଟିର ଅଳ୍ପାୟୁ କଥାଟି ସେ ନରିଆ କାହାରିକୁ ବି ଆଦୌ କହିପାରିଲା ନାହିଁ । ଦିନକୁ ଦିନ ସେ ପିଲାଟି ବଡ ହେବା ସାଙ୍ଗକୁ ଖୁବ୍ ବିଚକ୍ଷଣ ଓ ବୁଦ୍ଧିମାନ ମଧ୍ୟ ହେଲା । ଖୁବ୍ କମ୍ ବୟସରେ ସେ ନୀତି ଜ୍ଞାନ ଅଧ୍ୟୟନ କରି ସମସ୍ତଙ୍କୁ ପ୍ରବଚନ ଦେଲା । ସେ ନରିଆର ଘରେ ଜ୍ଞାନ ଓ ଧନର ଆଉ କୌଣସି ଅଭାବ ରହିଲା ନାହିଁ । ହେଲେ ପୁଅଟି ଯେତିକି ବଢୁଥାଏ, ନରିଆର ମନଟି ବି ସେତିକି ଖରାପ ହେଉଥାଏ । ବେଳକୁ ବେଳ  ତା’ର ମନ ଦୁଃଖ ବଢି ଯିବାରୁ ସେ ନରିଆ ଦିନେ ମା’ ରାମଚଣ୍ଡୀଙ୍କ ମନ୍ଦିରକୁ ଗଲା । ନିଛାଟିଆ ଖରାବେଳଟାରେ ମା’ଙ୍କ ପାଖରେ ସେ ନରିଆ ଅଧିଆ ପଡିଲା । କିଛି ସିମୟପରେ ମା’ ନରିଆ ଉପରେ ଟିକେ ପ୍ରସନ୍ନ ହେଲେ । ନରିଆ କହିଲା ମା’ ପୁଅର ଗୁଣଗାନ ସବୁଆଡେ ଜଣା ପଡିଲାଣି, କିନ୍ତୁ ସେ ତ ଅଳ୍ପାୟୁ ହୋଇ ଜନ୍ମ ହୋଇଛି । ଆଉ କିଛି ଦିନ ପରେ ତ ଆପଣ ତାକୁ ପାଖକୁ ନେଇଯିବେ । ତାହେଲେ ଆମେ ଦୁଇ ପ୍ରାଣୀ ଏବେ ବଂଚିବୁ କିପରି? କଥାରେ ଅଛି ପରା – ମୁହୂର୍ତ୍ତେ ମାତର ଉଜ୍ଜ୍ୱଳ ପ୍ରଖର ଶିଖାତେଜି ହୁତାସନ । ଜଳି ଏବେ କରେ ଆଲୋକ ଉତ୍ତାପ ଚଉଦିଗେ ବିତରଣ । ଲିଭୁ ସେ କ୍ଷଣିକେ ତଥାପି ଏଲୋକେ ରହେ ତା ଆଦର ଯଶ । କି ଲୋଡା ତହିଁରେ ରହେ ଯେ ମହୀରେ, କୁହୁଳି ସମସ୍ତ ବର୍ଷ । ବାଜି ରାଉତ, ଧର୍ମପଦ କାହିଁ କେଉଁକାଳୁ ଗଲେଣି ଅଥଚ ସେମାନଙ୍କର ଆଦର ଯଶ ହିଁ ସେମାନଙ୍କୁ ବଂଚାଇ ରଖିଛି । ତେଣୁ ତୁମର ଭାଗ୍ୟଯେ ସେ ତୁମ ସନ୍ତାନ ତୁମକୁ ହିଁ ଚିରଦିନ ବଂଚାଇ ରଖିବ । ଏଥିରେ ତୁମେ କ’ଣ ଖୁସି ନୁହଁ ନରିଆ? ତୁମେ ଖୁସିରେ ରୁହ । ଏହାକହି ମା’ ସେଠାରୁ ଅନ୍ତର୍ଦ୍ଧାନ ହେଲେ । ତାପରେ ନରିଆ ଭାବିଲା ବହୁ ବର୍ଷ ଅଯଥାରେ ବଂଚିବା ଅପେକ୍ଷା ଭଲ କାମକରି କମ୍ ବର୍ଷ ବଂଚିବା ସବୁଠାରୁ ବଡ କଥା ।


ଗପ ସାରଣୀ

ତାଲିକାଭୁକ୍ତ ଗପ