ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରାକ୍ଷସ ଓ ସାହସୀ ପିଲା

                ଏହା ଦେଖି ସେ ବୁଢୀ ହଠାତ୍ ଚମକିପଡି ଦି’ ଜଣଙ୍କୁ ଅଟକାଇଲା । କାରଣ ସେଦିନ କୂଅ ମୂଳକୁ ଯିବା ଯମ ପାଖକୁ ଯିବା ସହିତ ସମାନ । ବୁଢୀ ବୁଝାଇ ଦେଲା ଯେ କୂଅଟି ଜଣେ ରାକ୍ଷସର । ବର୍ଷକୁ ଦିନେ ସେ କୂଅ ବନ୍ଦ କରିଦିଏ ଓ ଗାଁ’ର ଜଣେ ମୁଖିଆ ଲୋକର ପିଲା ପାଇଲେ ଲୋକଙ୍କ ବ୍ୟବହାର ପାଇଁ କୂଅ ଛାଡିଦିଏ । ସେଦିନ ତ ତା’ର ଗାଁ ଜମିଦାରଙ୍କ ଝିଅକୁ ଖାଇବାର ପାଳି । ବୁଢୀ କହିଲା, ଅଭାଗୀ ଝିଅଟି କୂଅ ପାଖରେ ବନ୍ଧା ହୋଇଛି । ରାକ୍ଷସ ଆସିଲେ ତାକୁ ଖାଇବ ।

                ରାକ୍ଷସ ଭୟରେ ସେ କୂଅ ପାଖକୁ ଆଉ ଯିବ କିଏ? ଆଦାମା ପଚାରିଲା “ତାହେଲେ କ’ଣ ସେ ଜମିଦାର ଝିଅକୁ କେହିବି ରକ୍ଷା କରିପାରିବେ ନାହିଁ?” ତାପରେ ସେ ବୁଢୀ ଉତ୍ତର ଦେଲା “ଅସମ୍ଭବ” । ଅୟୁତା ପଚାରିଲା “ଆଚ୍ଛା ସେ ରାକ୍ଷସକୁ କିଏ ମାରିପାରିବ?” ଏକଥା ଶୁଣି ସେ ବୁଢୀ କହିଲା, ରାକ୍ଷସ କେତେ ବିରାଟ ବୋଲି ଜାଣିଥିଲେ ତୁ ଏକଥା କେବେବି ପଚାରନ୍ତୁ ନାହିଁ । ତା ସାମନାରେ ଯେ ପଡେ ତାକୁ ସେ ଖାଇଦିଏ । ରାକ୍ଷସ ଏଇବାଟ ଦେଇ ସେ କୂଅ ପାଖକୁ ଯିବ । ତେଣୁ ଚାଲ, ଚୁପ୍ଚାପ୍ ଶୋଇ ପଡିବା ।

                ବୁଢୀ ଓ ଆଦାମା ଭୟରେ ଆଖିବୁଜି ଶୋଇ ପଡିଲେ, ମାତ୍ର ଅୟୁତା ଆଖିରେ ନିଦ ନାହିଁ । ସେ ଚେଇଁରହି ଅସୁରକୁ କିପରି ମାରିବ ସେଇକଥା ହିଁ ଚିନ୍ତା କରୁଥାଏ । ହଠାତ୍ ତାକୁ ଗୋଟାଏ ବୁଦ୍ଧି ଦିଶିଲା । ସେ ବାହାରକୁ ଯାଇ ଗୁଡାଏ ଚିକ୍କଣ ପଥର ସଂଗ୍ରହ କଲା । ସେଗୁଡିକୁ ଘରକୁ ଆଣି ନିଆଁ ଜଳାଇ ଗରମ କଲା । ପଥରଗୁଡିକ ତାତି ଲାଲ୍ ଟକ୍ଟକ୍ ଦିଶିଲେ ।

                ଠିକ୍ ସେତିକିବେଳେ ପଦାରେ ଭାରି ପାଦଶବ୍ଦ ଶୁଣାଗଲା । ତାହା ଶୁଣି ବୁଢୀ ଓ ଆଦାମା ଭୟରେ ଖାଲି କାନ୍ଦିବାକୁ ଆରମ୍ଭ କରିଦେଲେ । ମାତ୍ର ସେ ଘର ଭିତରୁ ଅୟୁତା ପାଟିକରି କହିଲା, “କିଏ ଯାଉଛୁ?” “କାହାର ଏତେ ସାହସ?” ଏଭଳି ପ୍ରଶ୍ନ ଶୁଣିବା କ୍ଷଣି ସେ ରାକ୍ଷସ ଗର୍ଜ୍ଜନ କଲା । “ମୁଁ ଏ ପୃଥିବୀର ସବୁଠାରୁ ବଳୁଆ ରାକ୍ଷସ । ମୋ ସହିତ ଲଢିଲେ ଯାଇ ମୋର ବଳ ଜାଣିବୁ ।”

                ଏପରି କଥା ଶୁଣି ସେ ଅୟୁତା ବି ବଡପାଟିରେ କହିଲା “ମୁଁ ନିଶ୍ଚୟ ତୋ ସହିତ ଲଢିବି ।” କିନ୍ତୁ ତା ପୂର୍ବରୁ ତୋତେ ମୋ ସହିତ ଗୋଟିଏ ଖେଳ ଖେଳିବାକୁ ପଡିବ । ଆଚ୍ଛା ଏକଥା କ’ଣ ସତ ଯେ ତୁ ଯାହା ପାଉ ଖାଇଯାଉ?” ଏପରି କଥା ଶୁଣି ସେ ରାକ୍ଷସ ଖାଲି ଫଁ ଫଁ ହୋଇ କହିଲା, “ତୁ ନିର୍ବୋଧ କି ଖେଳ ଖେଳିବୁ?” ହଉ ଖେଳିସାରିଲେ ତୋତେ ମୁଁ ନିଶ୍ଚୟ ଖାଇବି ।

                ଏହାପରେ ଝରକା ବାଟେ ମୁଣ୍ଡ ଗଳେଇ ସେ ଅୟୁତା କହିଲା, “ଖେଳଟି ଏହିପରି”, ମୁଁ ଯେଉଁ ଗୁଳି ଫିଙ୍ଗିବି ତୁ ତାକୁ ଆଁ କରି ଗିଳିଦେବୁ । ତା’ ପରେ ମୁଁ ନିଶ୍ଚୟ ପଦାକୁ ଯାଇ ତୋ ସହିତ ଲଢିବି ।


ଗପ ସାରଣୀ

ତାଲିକାଭୁକ୍ତ ଗପ