ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରାଗୀ ସୁରେଶ

ସୁରେଶ ନାମକ ଯୁବକଟିଏ ଥାଏ; ସେ ନିହାତି ଚିଡିଚିଡା ସ୍ୱଭାବର । ସେ ଟିକିଏ ଟିକିଏ କଥାରେ ରାଗିଯାଇ ବକିଦିଏ, ବେଳେ ବେଳେ ସେ ମରାମରି ମଧ୍ୟ କରେ ଘରେ ସମସ୍ତେ ତ ସେ କଥା ଜାଣନ୍ତି । ଗୋଟିଏ ପୁଅ ବୋଲି ମା, ବାପା, ଭଉଣୀ ସବୁ ସହିଯା’ନ୍ତି, ଚୁପ୍ ରହନ୍ତି । ରାଗୀଟା ତ ଆଉ କ’ଣ କରାଯିବ । ସୁରେଶର ବିବାହ ହେଲା । ତା’ର ସ୍ତ୍ରୀ ଶାନ୍ତି ବଡ ଶାନ୍ତ ଓ ସରଳ ଥିଲା । ବିବାହ ପୂର୍ବରୁ ଶାନ୍ତିକୁ ସୁରେଶର ସ୍ୱଭାବ ବିଷୟରେ ସାବଧାନ କରାଇ ଦିଆ ଯାଇଥିଲା । ତାକୁ କୁହାଯାଇଥିଲା ଯେ ଶାଶୁଘରେ ପ୍ରଥମେ ଦକ୍ଷିଣ ପାଦ ରଖି ପ୍ରବେଶ କରିବ; କିନ୍ତୁ ସେ ଭୁଲରେ ତା’ ବାମ ପାଦ ପ୍ରଥମେ ଥୋଇଦେଲା ।

                ଏତିକି ଦେଖି ସୁରେଶ ରାଗିଯାଇ ତା’ ସ୍ତ୍ରୀର ହାତଟା ଟାଣିଦେଇ କହିଲା, “କ’ଣ ଏତିକି ବି ଜାଣନାହିଁ? ତୁମକୁ କ’ଣ କୁହାଯାଇଥିଲା ଆଉ ତୁମେ ଏ କ’ଣ କଲ?”

                ନିଜ ସ୍ୱାମୀର ସ୍ୱଭାବ ବିଷୟରେ ଶାନ୍ତି ପ୍ରଥମ ଦିନରୁହିଁ ପରିଚୟ ପାଇଗଲା । ଦେଖିଲା ଘର କାନ୍ଥରେ ସବୁ ମଇଳା ଛିଟିକି ପଡିଛି, ବାସନରୁ କିଛି ଚେପ୍ଟା, ଆଉ ଅନେକ କିଛି ଜିନିଷ ଭଙ୍ଗା ଓ ଫୁଟା । ପଚାରି ବୁଝିଲା ସବୁ ତା’ ସ୍ୱାମୀଙ୍କର କୃତିତ୍ୱ । ଶାଶୁ କହିଲେ, “ସୁରେଶର ମନମୁତାବକ ତରକାରୀ ନ ହୋଇଥିଲେ ସେ ସବୁ ତରକାରୀ ଗିନା କାନ୍ଥ ଉପରକୁ ଛାଟିବ ଫିଙ୍ଗିବ, ଏସବୁ ସେହି ଦାଗ ।”

                ଶାନ୍ତି ସବୁ ଶୁଣି ନୀରବ ରହିଲା । ସେ ଚିନ୍ତା କରି ଠିକ୍ କରିପାରିଲା ନାହିଁ ଯେ ଏଭଳି ପରିସ୍ଥିତିକୁ କିପରି ସେ ସମ୍ଭାଳିବ । ଦିନେ ସେ ସାହସ କରି ସୁରେଶକୁ ଏ ବିଷୟରେ ପଚାରିଲା । ସବୁ ଶୁଣି ସେ ସୁରେଶ ଟିକିଏ ହସିଦେଲା, କିନ୍ତୁ କିଛି ବି ଉତ୍ତର ଦେଲା ନାହିଁ ।

                ତା’ପରେ ସେ ଶାନ୍ତି ଏ ବିଷୟରେ ଅଧିକ ଚିନ୍ତା କଲା ଓ ଶେଷରେ କିଛି କରିବାର ମନସ୍ଥ କଲା । ସେ ଚାହିଁଲା ସ୍ୱାମୀ ନିକଟରେ ସେ ଦେଖାଇବ ଯେ ସେ ବହୁତ ବୋକା ଓ ନିରୀହ ଓ କିଛି ବୁଝିପାରୁନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ