ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରାଜକୁମାର ଓ ବିଶ୍ବସ୍ତ ବନ୍ଧୁ

ଅହଂକାରୀ ରାଜକୁମାର ସମରଭଟ୍ଟ କିନ୍ତୁ ଭାରି ଜିଦ୍ କଲା ସେ ଧଳାଘୋଡାଟିକୁ ନେବାପାଇଁ । ତାର ଅନୁଚରମାନେ ବଳ ପ୍ରୟୋଗ କରି ଖାଲି ସେ ଘୋଡାଟିକୁ ଟାଣିବାକୁ ଲାଗିଲେ । ଏପରି ବ୍ୟବହାରରେ ଭୀମଭଟ୍ଟ ଓ ତାର ବନ୍ଧୁ ଶଙ୍ଖଦତ ତଲୁଆର ବାହାର କରି ସେମାନଙ୍କର ମୁକାବିଲା କଲେ । ତହୁଁ ସମରଭଟ୍ଟର ଅନୁଚରମାନେ ଅତ୍ୟନ୍ତ ଭୟରେ ସେ ସ୍ଥାନ ଛାଡି ପଳେଇଗଲେ । କେବଳ ଶାସ୍ତି ସ୍ୱରୂପ ସେ ସମରଭଟ୍ଟର ମୁଣ୍ଡକୁ ନଣ୍ଡା କରିଦେଲେ ।

ତାପରେ ଅପମାନିତ ସାନ ରାଜକୁମାର ଖାଲି କାନ୍ଦି କାନ୍ଦି ରାଜାଙ୍କ ଆଗରେ ଫେରାଦ୍ ହେଲେ । ନାନା ଖଚମିଛ କଥା ବଡଭାଇ ନାମରେ ସମରଭଟ୍ଟ କହିଲେ ।

ଠିକ୍ ଏଇ ସମୟରେ ବଡରାଣୀଙ୍କଠାରୁ ଜଣେ ବିଶ୍ୱସ୍ତ ଭୃତ୍ୟ ଆସି ଭୀମଭଟ୍ଟ ପାଖରେ ପହଁଚିଲା । ସେ ତା ସାଙ୍ଗରେ ଆଣିଥିଲା ଏକ ଧନରତ୍ନ ପେଡି । ରାଜକୁମାରଙ୍କୁ ପେଡିଟି ଦେଇ ସେ ଭୃତ୍ୟ କହିଲା, “ମହାରାଣୀଙ୍କର ଇଚ୍ଛା ତୁମେ ତୁରନ୍ତ ଏ ରାଜ୍ୟ ଛାଡି ଚାଲିଯାଅ । ରାଜା ତୁମକୁ ବନ୍ଦୀ କରିବା ପାଇଁ ଆଦେଶ ଦେଇ ସାରିଲେଣି । ବିଦେଶରେ ଏ ଧନ ତୁମର ନିଶ୍ଚୟ କାମରେ ଲାଗିବ ।”

ତହୁଁ ଭୀମଭଟ୍ଟ ଏବଂ ତାଙ୍କର ବନ୍ଧୁ ଶଙ୍ଖଦତ ଏବେ ବିଚାର କଲେ, “ବାସ୍ତବିକ ଆଉ ଏ ରାଜ୍ୟରେ କ୍ଷଣେମାତ୍ର ରହିବା ବି ଆଦୌ ନିରାପଦ ନୁହେଁ ।” ତେଣୁ ଘୋଡା ଚଢି ସେମାନେ ସେ ରାଜ୍ୟର ସୀମା ପାରି ହୋଇଗଲେ । ତାପରେ ପଡିଲା ଏକ ସରବଣ । ସେ ବଣରେ ଖାଲି ସିଂହ ପଲ । ଅଶ୍ୱାରୋହୀ ସେ ଦୁଇ ବିଦେଶୀଙ୍କୁ ଦେଖି ଏ ସିଂହମାନେ ଦଳବଳ ସହିତ ସେମାନଙ୍କୁ ଆକ୍ରମଣ କଲେ । ଜୀବନ ବିକଳରେ ଭୀମଭଟ୍ଟ ଓ ତାର ବନ୍ଧୁ ଶଙ୍ଖଦତ ସେ ଜଙ୍ଗଲ ପାରି ହୋଇଗଲେ ସିନା, ହେଲେ ସିଂହମାନଙ୍କ ଆଘାତରେ ଘୋଡା ମାନେ ଆଉ ପ୍ରାଣ ପାଇଲେ ନାହିଁ ।

ସେ ଜଙ୍ଗଲ ଶେଷରେ ଛୋଟ ପାହାଡଟିଏ । ସେଠାରେ ଗୋଟିଏ ଗୁମ୍ଫାରେ ଜଣେ ଯୁବକ ସନ୍ନ୍ୟାସୀ ରହୁଥାଆନ୍ତି । ଭୀମଭଟ୍ଟ ଓ ଶଙ୍ଖଦତ ସେଠାରେ ବିଶ୍ରାମ ଗ୍ରହଣ କଲେ । ଏତେ ଅଳ୍ପ ବୟସରେ ସେ ଯୁବକ କାହିଁକି ବୈରାଗ୍ୟ ଆଚରଣ କଲେ ବୋଲି ତାଙ୍କୁ ପଚାରିବାରୁ ସନ୍ନ୍ୟାସୀ କହିଲେ –

“ସନ୍ନ୍ୟାସୀ ହେବା ମୋର ଆଦୌ ଉଦ୍ଧେଶ୍ୟ ନୁହେଁ । ଅଳ୍ପ ବୟସରେ ବାପା ବୋଉଙ୍କୁ ମୁଁ ହରାଇଲି । ସେତେବେଳେ ସଂସାର କରିବା ପାଇଁ ମୋ ପାଖରେ ବି କୌଣସି ସମ୍ବଳ ନଥିଲା । ତେଣୁ ମୁଁ ଆସି ଏହି ପାହାଡରେ ଦେବୀଙ୍କୁ ଆରଧନା କଲି । ଦିନେ ଦେବୀ ମୋ ସ୍ୱପ୍ନରେ ଆସି କହିଲେ – “ତୁ ଟିକେ ଧୈର୍ଯ୍ୟ ଧରି ଅପେକ୍ଷା କର । ଦିନେ ଏହି ସରବଣ ଅତିକ୍ରମ କରି ଜଣେ ବିଦେଶୀ ନିଶ୍ଚୟ ତୋ’ ପାଖରେ ପହଁଚିବେ ଏବଂ ସେ ତୋତେ ହିଁ ସାହାଯ୍ୟ କରିବେ ।”

ରାଜକୁମାର ଏକଥା ଶୁଣି ଖୁବ୍ ଆଶ୍ଚର୍ଯ୍ୟ ହେଲେ । ତାପରେ ସେ ରାଜକୁମାର ନିଜର ରତ୍ନପେଟିକା ଖୋଲି ଯୁବକ ସନ୍ନ୍ୟାସୀକୁ ପ୍ରଚୁର ସାହାଯ୍ୟ କଲେ । ସାହାଯ୍ୟ ପାଇବା ପରେ ସେ ଯୁବକ ମଧ୍ୟ ସଂସାର ବାନ୍ଧିବା ପାଇଁ ସେ ସ୍ଥାନ ପରିତ୍ୟାଗ କରି ଲୋକାଳୟକୁ ଚାଲିଗଲେ ।

ସେ ପାହାଡ ତଳେ ଏକ ଖରସ୍ରୋତା ନଦୀ ବହି ଯାଉଥାଏ । କିନ୍ତୁ ସେଠାରେ ନଦୀ ପାରିହେବାର କୌଣସି ଘାଟର କିଛି ବି ବ୍ୟବସ୍ଥା ନ ଥାଏ । ଏଣେ ଭୀମଭଟ୍ଟ ଦେଖିଲେ ନଦୀ ପାରି ନ ହେଲେ କାଳେ ବିପଦ ଥାଇପାରେ । ରାଜାଙ୍କର ଅନୁଚରମାନେ ସେମାନଙ୍କୁ ଅନୁସରଣ କରି ଅକ୍ଳେଶରେ ବନ୍ଦୀ ମଧ୍ୟ କରିପାରନ୍ତି । ତେଣୁ ସେ ଦୁଇନ୍ଧୁ ନଦୀ ବକ୍ଷରେ ପହଁରିବାକୁ ଲାଗିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ