ସେଗୁଡିକ ଶୁଣିବା ପରେ ସେ କହିଲେ, “ପୁତ୍ର, ତୁମେ ଜଣେ ସ୍ୱାଭାବିକ କବି । ବର୍ଷକ ମଧ୍ୟରେ ମୁଁ ତୁମକୁ ଜଣେ ମହାକବି କରିଦେବି ।” ଏଥିଉତାରେ ମୁଁ ତାଙ୍କ ସହିତ ଗଲି । ଭାଷା ବିଷୟରେ ବହୁତ ଜ୍ଞାନ ଲାଭ କଲି । ତା’ପରେ ମୁଁ ଗୋଟିଏ କାବ୍ୟ ଲେଖିଲି । ବିଦ୍ୟାଧର ମୋ କାବ୍ୟର ପୂର୍ଣ୍ଣ ପ୍ରଶଂସା କଲେ । ପୁଣି ସେ କହିଲେ, “ତୁମେ ଯଦି ସର୍ବଦା ଏହିପରି କବିତା ଅନ୍ୟମାନଙ୍କୁ ଶୁଣାଇବାକୁ ଚାହଁ ତେବେ ରାଜାଙ୍କ ନିକଟକୁ କଦାପି ମଧ୍ୟ ଯିବ ନାହିଁ ।”
ମୁଁ ଗରୀବ ଥିଲି; ଗୁରୁଙ୍କ ପାଖରୁ ଫେରି ଦେଖିଲି କି ମୋର ପିତା ରୋଗ ଶଯ୍ୟାରେ ପଡିଛନ୍ତି ।
ଏହାପରେ ଘରର ସମସ୍ତ ଦାଇତ୍ତ୍ଵ ମୋତେହିଁ ତୁଲାଇବାକୁ ପଡିଲା । ମୁଁ ଭାବିଲି ଯେ ଏ ପରିସ୍ଥିତିରେ କବିତା ରଚନା ପାଇଁ ମୁଁ ବା କେଉଁଠୁ ସମୟ ପାଇବି? ମୁଁ ରାଜଧାନୀ ଗଲି । କିନ୍ତୁ ସେଠାକାର ପରିସ୍ଥିତି ଏତେ ଜଟିଳ ଯେ ସେଥିରେ ମୁଁ ଆଉ ମନ ନ ଦେଇ ଘରକୁ ଫେରିଲି । ସେତେବେଳେ ଆମଗ୍ରାମର ଧନୀଲୋକ ରତ୍ନାକରବାବୁ ମୋତେ କହି ପଠାଇଲେ କି ମୁଁ ଯଦି ତାଙ୍କ ଘରେ ଘରଜୋଇଆଁ ହୋଇ ରହେ, ତେବେ ଯାଇ ସେ ମୋ ବାପାଙ୍କର ଦାଇତ୍ତ୍ଵ ନେବେ । ତେଣୁ ସୁବିଧାରେ ମୁଁ କବିତା ଲେଖିପାରିବି ।
ମୁଁ ରତ୍ନାକରବାବୁଙ୍କ କଥା ମାନିଗଲି । ତାଙ୍କ ଝିଅ ମଞ୍ଜରୀକୁ ବିବାହ କଲି । ମଞ୍ଜରୀ ତା’ ବାପମାଙ୍କର ଗୋଟିଏ ଝିଅ ବୋଲି ସେ ଅତି ମାତ୍ରାରେ ଜିଦ୍ଖୋର୍ ସ୍ୱଭାବର ଥିଲା । ତା’ର ମନ ମୁତାବକ ଯାହା ତାହା କାମ ସେ ମୋ ଦ୍ୱାରା କରାଉଥିଲା । ପଶୁମାନଙ୍କୁ ଚରାଇବା ଦାଇତ୍ତ୍ଵ ମଧ୍ୟ ହେଉଥାଏ ।”
ଭାସ୍କର କହିଲେ, “ତେବେ ତ ତୁମ ଜୀବନ ମଧ୍ୟ ବଡ କଷ୍ଟପୂର୍ଣ୍ଣ ।”
ବଲ୍ଲଭ କହିଲେ “ଏବେ ତ ମୁଁ ନିଶ୍ଚିନ୍ତ, ବର୍ତ୍ତମାନ କବିତା ଲେଖିବା ପାଇଁ ମୋର ହାତରେ ଯଥେଷ୍ଟ ସମୟ ଅଛି । ତା’ଠାରୁ ବଳି ଆଉ ଅଧିକ କ’ଣ ବା ଆବଶ୍ୟକ?”
ଏସବୁକଥା ଶୁଣି ଭାସ୍କର ନାନା ପ୍ରକାର ଚିନ୍ତା କଲେ ଓ ପରେ ସେ ପୁଣି ରାଜଧାନୀକୁ ଗଲେ । ସେତେବେଳେ ବଲ୍ଲଭ କହିଲେ, “ରାଜଧାନୀରେ ବେଦାଚାର୍ଯ୍ୟ ନାକମ ବୋଲି ଜଣେ ମହାକବି ଅଛନ୍ତି । ତୁମେ ତାଙ୍କୁ ଦେଖା କରିବ, ସେ ତୁମର ନିଶ୍ଚୟ ସହୟତା କରିବେ ।”
ଭାସ୍କର ଯାଇ ରାଜଧାନୀରେ ପହଁଚିଲେ ଓ ପଚାରି ବୁଝିଲେ ଯେ ବେଦାଚାର୍ଯ୍ୟ ନଗରୀର ଉପାନ୍ତରେ ଏକ ଚିକିତ୍ସାଳୟରେ ରୋଗୀମାନଙ୍କର ସେବା କରି ରହିଛନ୍ତି । ସେ ଭାବିଲେ, “ଜଣେ କବିର ରୋଗୀସେବା କରିବା କି ଦରକାର?” ତଥାପି ମଧ୍ୟ ସେ ତାଙ୍କ ଆଶ୍ରମକୁ ଯାଇ ତାଙ୍କ ସହିତ ଦେଖା କଲେ ।
ଭାସ୍କରଙ୍କର ସମସ୍ତ କଥା ଶୁଣି ସାରିବା ପରେ ସେ କହିଲେ, “ପୁତ୍ର, ରାଜାଙ୍କର ଆଶ୍ରୟ ଲାଭକଲେ ଅଳ୍ପ ସମୟ ମଧ୍ୟରେ ତମେ ପ୍ରସିଦ୍ଧ ହୋଇ ପାରିବ । କିନ୍ତୁ ରାଜାଶ୍ରୟ ଠିକ୍ ନରକଯାତନା ପରି । ସେହିକାରଣରୁ ବିଦ୍ୟାଧର ଜଙ୍ଗଲକୁ ପଳାଇଲେ ଓ ବଲ୍ଲଭ ରତ୍ନାକରଙ୍କର ଜୁଆଇଁ ହୋଇଗଲେ ଓ ମୁଁ ରୋଗୀଙ୍କର ସେବାରେ ଲାଗିଲି । ଏସବୁକଥା ଛଡା ତୁମର କାବ୍ୟ ଏବେ ମୋତେ ଦେଖାଅ ।”
ଭାସ୍କର ତାଙ୍କର କାବ୍ୟକବିତା ସବୁ ଦେଲେ । ବେଦାଚାର୍ଯ୍ୟ ସେସବୁରୁ କିଛିଟା ପଢି କହିଲେ “ତୁମ କାବ୍ୟ ପ୍ରତିଭା ଉପରେ କୌଣସି ସନ୍ଦେହ ନାହିଁ । ବିଷୟବସ୍ତୁ ସବୁ ପଢିବାମାତ୍ରେ ରାଜା ଖୁସି ହୋଇ ତୁମକୁ ରଖିବେ । କାରଣ ଦାସ୍ୟବୃତିକୁ ରାଜା ଭାରି ଭଲ ପାନ୍ତି ।”
ଭାସ୍କର ରାଗିଯାଇ କହିଲେ, “ମୁଁ ପୁଣି କି ଦାସ୍ୟବୃତି କଲି କି?”
ବେଦାଚାର୍ଯ୍ୟ କହିଲେ “କାବ୍ୟରେ ରାଜାଙ୍କର ପ୍ରଶସ୍ତିଗାନ ତ ବହୁତ ହୋଇଛି । କିନ୍ତୁ ଏହି ପ୍ରଶଂସାର ସେ ଯୋଗ୍ୟ ନୁହଁନ୍ତି । ସେଥିପାଇଁ ନିଜର ଯୋଗ୍ୟତା ବିଷୟରେ କବିମାନଙ୍କୁ ନିଜର ପ୍ରଶଂସା ଲେଖାନ୍ତି ଓ ଯଥେଷ୍ଟ ଧନ ଦିଅନ୍ତି । ମୋ ଦୃଷ୍ଟିରେ ଦେବାବାଲା ଓ ନେବାବାଲା ଦୁହେଁ ନିମ୍ନଶ୍ରେଣୀର ।”
ଏବେ ଭାସ୍କର ସବୁ ବୁଝିଗଲେ । ସେ କିଛିଦିନ ରାଜଧାନୀରେ ରହି ବିଦ୍ୟାନାଥ, ବଲ୍ଲଭ, ତଥା ବେଦାଚାର୍ଯ୍ୟଙ୍କ ଲିଖିତ କବିତାସବୁ ପଢି ସମୟ ବିତାଇଲେ ।
ତା’ପରେ ରାଜାଙ୍କ ସହିତ ଦେଖା ନକରିହିଁ ନିଜ ଗ୍ରାମକୁ ସେ ଫେରି ଆସିଲେ । ଶାନ୍ତିପୂର୍ଣ୍ଣ ଜୀବନ ବିତାଇବା ମଧ୍ୟରେ ସେ କିଛି କାବ୍ୟ ରଚନା କଲେ । ମାତ୍ର ସେ ଆଉ କେବେ ମଧ୍ୟ ରାଜସମ୍ମାନ ପାଇଁ ଚେଷ୍ଟା କରିନାହାଁନ୍ତି ।