ରାଜା କୃଷ୍ଣ ଚନ୍ଦ୍ରଙ୍କର ପୁତ୍ର ଜନ୍ମ ହୋଇ ଥିବା କଥା ଶୁଣି ଖୁସି ହୋଇ ରାଜା ଗୋପାଳ ଭାଣ୍ଡକୁ ପଚାରିଲେ, “ଗୋପାଳ! ଆମ୍ଭର ପୁତ୍ର ଜନ୍ମ ହେବା କଥା ଶୁଣି ତୁମ୍ଭ ମନରେ କିପରି ଆନନ୍ଦ ହୋଇଛି କହିଲ? ଗୋପାଳ କହିଲେ –
“ଆଜ୍ଞା କୋଷ୍ଠ ସାଫ୍ (ଅର୍ଥାତ୍ ପରିଷ୍କାର ଝାଡା) ହେଲେ ଯେପରି ସୁଖ ଅନୁଭବ ହୁଏ, ଠିକ୍ ସେହି ପରି ଆନନ୍ଦ ହୋଇଛି ।” ରାଜା ଏଭଳି କଥା ଶୁଣି ଗୋପାଳ ଉପରେ କ୍ରୋଧ କରିଲେ । ଏହି କଥାରୁ ରାଜା କୃଷ୍ଣ ଚନ୍ଦ୍ର ଗୋପାଳ ସହିତ ଭଲ ରୂପେ ଆଉ ବାକ୍ୟାଳାପ କରିଲେ ନାହିଁ । କିଛି ଦିନ ପରେ ଦିନେ ଗୋପାଳ ଓ ରାଜା ଦୁହେଁ ଜଳ ପଥରେ ବୁଲିବାକୁ ଯାଉଛନ୍ତି । ଗୋପାଳ ନୌକା ବାହୁଛନ୍ତି ରାଜା ବସି କଥା ବାର୍ତ୍ତା ହେଉଛନ୍ତି । ଏମନ୍ତ ସମୟରେ ରାଜାଙ୍କୁ ପୋଖରୀ ପାଣି (ଝାଡା) ଲାଗିଲା ।
ରାଜା କହିଲେ –
ଗୋପାଳ ନୌକା ଏପାଖ କୂଳରେ ଲଗାଅ, ମୁଁ ପାଇଖାନା ଆଡେ ଯିବି ।
ଗୋପାଳ ଏକଥା ଜାଣି ତାର ପୂର୍ବ କଥାକୁ ମନେ କରି କହିଲା – “ଆଜ୍ଞା ଏପାଖ ଜଙ୍ଗଲରେ ବଡ ବଡ ସାପର ଭୟ ଅଛି, ଆଗକୁ ଚାଲନ୍ତୁ ।” କିଛି ଦୂର ଗଲା ଉତାରେ ରାଜା କହିଲେ –