ଦିନେ ରାଜା କୃଷ୍ଣ ଦେବରାୟଙ୍କୁ ଜଣେ ଆଣି ଏକ ଶୁଆ ଉପହାର ସ୍ୱରୂପ ଦେଲେ । ସେ ଶୁଆଟି ମଧ୍ୟ ମିଠା ମିଠା କଥା କହିବା ସଂଗେ ସଂଗେ ଯିଏ ଯାହା ପ୍ରଶ୍ନ କଲେ ମଧ୍ୟ ତା ପ୍ରଶ୍ନର ଉତ୍ତର ଦେଇଦିଏ । ତେଣୁ ରାଜାଙ୍କୁ ସେ ଶୁଆଟି ବହୁତ ଭଲ ଲାଗିଲା ।
ନିଜର ଜଣେ ବିଶ୍ୱସ୍ତ କର୍ମଚାରୀଙ୍କ ଉପରେ ଶୁଆର ସମସ୍ତ ଦାୟିତ୍ୱ ନ୍ୟସ୍ତ କରି ମହାରାଜ କହିଲେ, “ଦେଖ! ଏ ଶୁଆକୁ ମୁଁ ବହୁତ ଭଲପାଏ । ତୁମ ଉପରେ ତା’ର ରକ୍ଷଣା ବେକ୍ଷଣ ଦାୟିତ୍ୱ ନ୍ୟସ୍ତ କଲି । ଏ ଶୁଆର ଯେପରି କିଛି ବି ଅସୁବିଧା ନହୁଏ । ହଁ…. ଆଉ ଗୋଟିଏ କଥା ମନେରଖ ଯେଉଁଦିନ ଶୁଆଟି ମରିଯାଇଛି ବୋଲି ତୁମେ ମୋତେ ଆସି କହିବ, ସେହିଦିନ ହିଁ ମୁଁ ତୁମକୁ ମଧ୍ୟ ମାରି ଦେବି ।”
ବିଚରା କର୍ମଚାରୀଜଣକ ରାଜାଙ୍କ କଥାରେ ଅତ୍ୟନ୍ତ ଭୟଭୀତ ହୋଇ ସେ ଶୁଆଟିକୁ ପାଳନ କଲା । ଶୁଆଟିକୁ ଠିକ୍ ସମୟରେ ଖାଇବାକୁ ପିଇବାକୁ ଦେବା ସହିତ ସେ କର୍ମଚାରୀଟି ଅହରହ ଶୁଆଟି ଉପରେ ନଜର ରଖୁଥାଏ । କିଛି ଦିନପରେ ଶେଷରେ ଶୁଆଟି କୌଣସି ଏକ ଅଜଣା ରୋଗରେ ପଡି ମୃତ୍ୟୁବରଣ କଲା । ଶୁଆର ମୃତ୍ୟୁ ଦେଖି ସେ କର୍ମଚାରୀ ଜଣକ ପୁରାପୁରି ଡରିଗଲା । କାହିଁକିନା ରାଜା କହିଥିବା କଥା ତା’ର ହଠାତ୍ ମନେ ପଡିଗଲା ।