ଜଣେ ପ୍ରଜା ବସିଳ ରାଜା ଶାସନ କାର୍ଯ୍ୟରେ ବ୍ୟସ୍ତ ଥାଆନ୍ତି । ବେଳେବେଳେ ଦରବାରୀ କାର୍ଯ୍ୟରେ କ୍ଳାନ୍ତ ଅନୁଭବ କଲେ ରାଜା ପ୍ରମୋଦ ଉଦ୍ୟାନକୁ ଯାଇ ପଶା ଖେଳିଥାନ୍ତି ।
ଦିନକର କଥା । ରାଜାଙ୍କର ପ୍ରମୋଦ ଉଦ୍ୟାନର ଆମ୍ବବଗିଚା ଭିତରେ ପଶାଖେଳ ଚାଲିଥାଏ । ହଠାତ୍ କେଉଁଆଡୁ ଢେଲାଟିଏ ଆସି ରାଜାଙ୍କ ମୁଣ୍ଡରେ ବାଜିଲା । ଅବଶ୍ୟ ମୁଣ୍ଡରେ ମୁକୁଟ ଥିବାରୁ ରାଜାଙ୍କର ବିଶେଷ କ୍ଷତି ହେଲାନି; ମାତ୍ର ମୁଣ୍ଡଟି ତକ୍ଷଣାତ୍ ଫୁଲିଗଲା ଓ ଯନ୍ତ୍ରଣା ଅନୁଭୂତ ହେଲା ।
ରାଜାଙ୍କର ଏ ଅବସ୍ଥା ଦେଖି ସୈନ୍ୟଦଳ ଚାରିଦିଗକୁ ଖେଦିଗଲେ । ଜଣେ ବ୍ୟକ୍ତି ଆମ୍ବ ଖାଉଥିବାର ଦେଖିଲେ । ଚିରାଫଟା ଲୁଗା ପିନ୍ଧିଥିବା ସେଇ ଗରିବ ଲୋକକୁ ରାଜାଙ୍କ ଲୋକ ଧରିଆଣିଲେ ।
ନିକଟରେ ଥିବା ରାଣୀଙ୍କ ପାଖରେ ଯେତେବେଳେ ସେଇ ଗରିବ ଲୋକକୁ ପହଂଚାଇ ଦିଆଗଲା, ସେତେବେଳେ ଲୋକଟି ଅତି ବିକଳରେ କହିଲା, “ମାଆ ! ମୁଁ ଦୁଇଟି ମାତ୍ର ଆମ୍ବ ତୋଳିଛି । ଭୋକରେ ମୋର ପେଟ ଜଳୁଛି ବୋଲି ତୋଳି ଦେଲି । ମୋତେ କ୍ଷମା କରି ଦିଅନ୍ତୁ ।”
ପାଖରେ ଥିବା ନ୍ୟାୟପାଳ ଲୋକଟିକୁ ପଚାରିଲେ, “ଆଚ୍ଛା, ତୁମେ ରାଜାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଢେଲା ମାରିବାର ଉଦ୍ଧେଶ୍ୟ କ’ଣ? ତୁମେ କ’ଣ ପଡୋଶୀ ରାଜ୍ୟର ଗୁପ୍ତଚର?”