ସେଠାରେ ଉପସ୍ଥିତ ଥିବା ଲୋକମାନେ ପରସ୍ପର ମୁହଁକୁ ଚାହିଁରହିଲେ । କିଏ କିଏ କହିଲେ, “ଇଏ କେମିତିକା ଦଣ୍ଡ?” ହେଲେ ରାଜାଙ୍କ କଥାରେ କହିବାକୁ ସାହସ କାହାର ଅଛି?
ମାତ୍ର ରାଣୀଙ୍କ ମନକୁ କଥାଟି ନ ଆସିବାରୁ ସେ ରାଜାଙ୍କୁ ପଚାରିଲେ, “ଇଏ ଆପଣଙ୍କର କି ନ୍ୟାୟ ବିଚାର? ତାକୁ ଦଣ୍ଡ ମିଳିବା ପରିବର୍ତେ ପୁରସ୍କାର ମିଳିବାର କାରଣ କ’ଣ?”
ଏବେ ରାଜା ରାଣୀଙ୍କୁ ପଚାରିଲେ, “ଗଛର ଚେତନା ଓ ମଣିଷର ଚେତନା ଭିତରେ ଉଚ୍ଚତର ଚେତନା କାହାର କହିପାରିବ?”
“ମଣିଷର ଚେତନା ନିଶ୍ଚୟ ଉଚ୍ଚତର” – ଏକଥା ରାଣୀ ତାଙ୍କର ଉତରରେ କହିଲେ ।
ତହୁଁ ରାଜା ପୁଣି ପଚାରିଲେ, “ଏଥର କହିଲ ଦେଖି, ଜଣେ ସାଧାରଣ ମଣିଷର ଚେତନା ଓ ରାଜାଙ୍କ ଚେତନା ଭିତରେ କାହାର ଉଚ୍ଚତର?”
ରାଣୀ କହିଲେ, “ନିଶ୍ଚୟ ରାଜାଙ୍କର ।”
ଏହା ଶୁଣି ରାଜା କହିଲେ, “ତେବେ ମୋର ଭୁଲ୍ ରହିଲା କେଉଁଠି? ଯଦି ଭୋକିଲା ଲୋକଟି ଆମ୍ବ ଗଛରୁ ଗୋଟିଏ ଢେଲା ମାରି ଦୁଇଟି ଫଳ ପାଇପାରିଲା, ତେବେ ତାକୁ ଜୀବନସାରା ଖାଇବାକୁ ଦେଇ ମୁଁ କ’ଣ ଭୁଲ୍ କରିଛି?”
ଏବେ ଅସଲ କଥାଟି ବୁଝିଗଲା ପରେ ରାଣୀ ନିଜର ଭୁଲ୍ ବୁଝିପାରିଲେ ଏବଂ ଅନ୍ୟଲୋକମାନଙ୍କର ସନ୍ଦେହମୋଚନ ବି ହୋଇଗଲା ।
ସୁତରାଂ ଯଥାର୍ଥରେ କୁହାଯାଇଛି –
“ହାତରେ କ୍ଷମତା ଅଛି ବୋଲି କେବେ ନବୁଝି ବିଚାରି ଦିଅନା ଦଣ୍ଡ
ଦୋଷୀ ଯିଏ ଦୋଷ କାହିଁକି କରିଛି କରୁଥା ବିଚାର ଘୂରାଇ ମୁଣ୍ଡ ।”