ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରାଜାଙ୍କ ମନର ତିନୋଟି ପ୍ରଶ୍ନ

       ଠିକ୍ ଏତିକିବେଳେ ଆଉ ଜଣେ ବ୍ୟକ୍ତି ଜଣେ ଆହତ ବ୍ୟକ୍ତିକୁ ନେଇ ସେହି ଆଶ୍ରମରେ ପହଁଚିଲେ । ସାଧୁ ଜଣକ ଏବେ ଅତିଥି ସେବା ଛାଡି ଦେଇ ଆହତ ତଥା ରକ୍ତାକ୍ତ ଲୋକଟିର ସେବାରେ ଲାଗି ପଡିଲେ ।

       ଏଣେ ରାଜା ଏକୁଟିଆ ବସି ବିରକ୍ତ ହୋଇଗଲେଣି । ମନରେ ତାଙ୍କର ଗର୍ବ ଯେ, ମୋର ରାଜ୍ୟର ଜଣେ ଛାର ସନ୍ନ୍ୟାସୀ ମୋ କଥା ନ ବୁଝି ଜଣେ ଛାର ବ୍ୟକ୍ତି କଥାରେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଚାଲିଗଲା କିପରି? ରାଜାଙ୍କ ଠାରୁ କ’ଣ ସେଇ ଆହତ ବ୍ୟକ୍ତିର ସେବା ବଡ? ଏହି କଥା ଭାବି ରାଜା ସନ୍ନ୍ୟାସୀ ଉପରେ ରାଗି ପଂଚମ ହୋଇ ଗଲେ।

       ଏତିକିବେଳେ ସନ୍ନ୍ୟାସୀ ଆହତ ଲୋକର ସେବା କରିସାରିବା ପରେ ରାଜାଙ୍କ ପାଖକୁ ଫେରିଲେ । ରାଜାଙ୍କୁ କିଛି ସମୟ ପାଇଁ ଛାଡି ଚାଲି ଯାଇଥିବାରୁ କ୍ଷମା ବି ମାଗିନେଲେ ।

       ଏବେ ରାଜା ସନ୍ନ୍ୟାସୀଙ୍କୁ କିଛି କହି ନ ପାରି ମନରେ ଜାଗି ଉଠିଥିବା ସେହି ପ୍ରଶ୍ନଗୁଡିକ ପଚାରିବସିଲେ । ମନରେ ଭାବିଥାନ୍ତି ସନ୍ନ୍ୟାସୀ ଯଦି ଠିକ୍ ଉତ୍ତର ଦେଇପାରିବେ ନାହିଁ ତେବେ ତାଙ୍କୁ ଗୁରୁତର ଦଣ୍ଡରେ ଦଣ୍ଡିତ କରାଇବେ।

       ରାଜାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସନ୍ନ୍ୟାସୀ କହିଲେ, “ଆଜ୍ଞା ଏଇ ଟିକିଏ ପୂର୍ବରୁ ଆପଣ ଆଶ୍ରମରେ ଯାହା ଦେଖିଲେ ସେହିସବୁ ଘଟଣାରେ ଆପଣଙ୍କର ତିନୋଟି ଯାକ ପ୍ରଶ୍ନର ଉତ୍ତର ନିହିତ ।”

       ଏହା କିପରି ବୋଲି ରାଜା ପଚାରିବାରୁ ସନ୍ନ୍ୟାସୀ କହିଲେ, “ମୋର କର୍ମ ହିଁ ଆପଣଙ୍କର ପ୍ରଶ୍ନଗୁଡିକର ଉତ୍ତର ।”

       ଆପଣ ଯେତେବେଳେ ଆଶ୍ରମ ଭିତରକୁ ଆସିଲେ, ମୁଁ ଗଛରେ ପାଣି ଦେଉଥିଲି, ତାହା ହିଁ ଥିଲା ମୋର କର୍ତ୍ତବ୍ୟ, ମୁଁ ଆପଣଙ୍କୁ ଦେଖିବାମାତ୍ରେ ପାଣି ଦେବା ବନ୍ଦ କରି ଆପଣଙ୍କୁ ପାଛୋଟି ନେଇ ଅତିଥି ସତ୍କାର କଲି । ଏହା ବି ଥିଲା ମୋର ଆଉ ଏକ କର୍ତ୍ତବ୍ୟ । ଠିକ୍ ଏତିକିବେଳେ ଆହତ ଲୋକଟି ପହଁଚିଯିବାରୁ ତା’ର ସେବା ଯତ୍ନରେ ଲାଗିଗଲି । ଏହାଥିଲା ଆପଣଙ୍କ ସତ୍କାରଠାରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ । ସୁତରାଂ ମୁଁ ଆପଣଙ୍କୁ ଛାଡି ଚାଲିଗଲି ।

       ଏଠାରେ ଯେଉଁ ଆହତ ବ୍ୟକ୍ତିଟି ମୋତେ ସେବା କରିବାର ସୁଯୋଗ ସୃଷ୍ଟିକଲା, ସେ ହିଁ ସବୁଠାରୁ ଉତ୍ତମ ବ୍ୟକ୍ତି । ଆହତ ଲୋକର ସେବା କରିବା ହେଉଛି ପ୍ରକୃତ କର୍ମ ଓ ସେବା କରିବା ସମୟଟି ହେଲା ପ୍ରକୃତ ସମୟ ।


ଗପ ସାରଣୀ

ତାଲିକାଭୁକ୍ତ ଗପ