ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରାଜା ମଦନ ପାଳ କଥା

         ମଦନ ପାଳ ତ ସେହି ଅଶ୍ୱତ୍ଥ ଗଛ ତଳେ କ୍ଳାନ୍ତ ହୋଇ ଶୋଇ ଥାଏ । ସାପ ଗଛରୁ ବାହାରି ଆସି କାମୁଡି ଦେଲା ଓ ସରସର ହୋଇ ଗଛ ଉପରେ ଚଢି ଗଲା । ଏଇ ସୁଯୋଗ ନେଇ କାଉ ଉଡି ଉଡି ଆସି ମଦନ ପାଳ ଆଖି କଣା କରିଦେବା ପାଇଁ ପହଁଚି ଗଲା । ଏହି ସମୟରେ ଖୋଲା ଝୁଲା ମୁଣିରୁ କଇଁଛ ବାହାରି ଆସି କାଉର ଥଂଟକୁ କାମୁଡି ଧରିଲା ସାପ ଦେଖିଲା ବନ୍ଧୁ କାଉ ବିପଦରେ । ସାପ ଆସି କଇଁଛକୁ ଦଂଶନ କରିବାକୁ ଲାଗିଲା । ସାପ ଯେମିତି ଫଣା ମାରୁ ଥାଏ, କଇଁଛ ସେମିତି ଖୋଳ ଭିତରେ ପଶି ଯାଉ ଥାଏ । ଏମିତି ଆଠ ଦଶ ଥର ଫଣା ମାରିବା ପରେ ସାପ ହାଲିଆ ହୋଇ ଗଲା । ଶେଷରେ ସାପ ହାରି ଗଲା ବିନତୀ ଭାବେ କଇଁଛକୁ କହିଲା, କଇଁଛ ଭାଇ ମୋ ସାଙ୍ଗକୁ ଛାଡି ଦିଅ । ମୁଁ ତୋ ମାଲିକର ଘା’ରେ ଆଉ ଥରେ ଫଣା ମାରି ବଂଚାଇ ଦେଉଛି । ସାପ ମଧ୍ୟ ସେଇଆ କଲା ।

         ସାପ ପୁଣି ବିଷ ଶୋଷି ନେବାରୁ ମଦନ ପାଳ ନିଦରୁ ଉଠିଲା ଭଳି ଉଠି ବସିଲା । କଇଁଛ ସବୁ କଥା ପରେ ମଦନ ପାଳକୁ କହିଲା । ଏ ସବୁ କଥା ଶୁଣି ମଦନ ପାଳ କହିଲା ତମେ ମହାତ୍ମାଙ୍କର ପ୍ରଥମ କଥା ସତ ହେଲା, ସତରେ ଆମେ ଏ ଯାତ୍ରାରେ ଜଣକରୁ ଦୁଇ ଜଣ ହୋଇ ନଥିଲେ ଜୀବନ ଯାଇଥାନ୍ତା ।

         ମଦନ ପାଳ ପୁଣି ଯାତ୍ରାରେ ବାହାରି ପଡିଲା । କେତେ ଦିନ ପରେ ସେ ସମୁଦ୍ର କୂଳରେ ପହଁଚିଲା । କଇଁଛ କହିଲା ହେ ମିଶ୍ର ! ମୋର ତ ରହିବା ସ୍ଥାନ ଆସି ପହଁଚି ଗଲା । ମୋତେ ଦୟା କରି ଅନୁମତି ଦେଲେ ମୋ ମାତା, ପିତାଙ୍କ ପାଶକୁ ଚାଲି ଯାଆନ୍ତି ।

         ମଦନ ପାଳ ନିଜ ବନ୍ଧୁ କଇଁଛକୁ ଅଶ୍ରୁପୂର୍ଣ୍ଣ ନୟନରେ ବିଦାୟ ଦେଲା । ତାପରେ ଆଗକୁ ଆଗକୁ ମାଡି ଚାଲିଲା । ଘୋର ଜଙ୍ଗଲ ପଡିଲା । ସେ ଗୋଟିଏ ବୃକ୍ଷ ତଳେ ଶୋଇ ଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ