ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରାଜ କୁମାରଙ୍କର ପରିବର୍ତ୍ତନ

       ଏହି କଥା ରାଜାଙ୍କ କାନକୁ ଗଲା । ରାଜାଙ୍କୁ ମଧ୍ୟ ରାଜକୁମାରଙ୍କର ଔଦ୍ଧତ୍ୟପୂର୍ଣ୍ଣ ବ୍ୟବହାର ଭଲଲାଗୁ ନଥାଏ । ଧୀରେ ଧୀରେ ରାଜକୁମାର ହିଁ ରାଜାଙ୍କର ଚିନ୍ତାର କାରଣ ପାଲଟି ଗଲେ । ଭାଗ୍ୟର ଖେଳ କେମିତି । ଯେଉଁ ପୁତ୍ରଟିଏ ପାଇବା ପାଇଁ ରାଜା ରାଣୀ କେତେ କଷ୍ଟ ସହି ନଥିଲେ? ହେଲେ ସେହି ପୁତ୍ରର ଏପରି ବ୍ୟବହାର ରାଜାଙ୍କୁ ଖୁବ୍ କଷ୍ଟ ଦେଉଥିଲା । ରାଜାଙ୍କର ନିଜ ଭାଗ୍ୟକୁ ନିନ୍ଦିବା ଛଡା ଅନ୍ୟ ପନ୍ଥା ନଥିଲା । ରାଜକୁମାର ଏହିପରି ଗୋଟିକ ପରେ ଗୋଟିଏ ଅପମାନ ଜନକ କାର୍ଯ୍ୟ କରିଚାଲି ଥାଆନ୍ତି । ଶେଷରେ ଏପରି ଅବସ୍ଥା ହେଲା ଯେ, ରାଜାଙ୍କର ରାଜକାର୍ଯ୍ୟରେ ଆଦୌ ମନ ଲାଗିଲା ନାହିଁ । ଏପରିକି ରାଜାଙ୍କୁ ଖାଦ୍ୟ ପଦାର୍ଥ ମଧ୍ୟ ରୁଚିଲା ନାହିଁ ।

       ଦିନେ ରାଜା ନିଜ ରାଜ୍ୟରେ ଯେତେ ପଣ୍ଡିତ ଥିଲେ ସମସ୍ତଙ୍କୁ ଦରବାରକୁ ଡକାଇଲେ ଓ ନିଜର ମନର କଥା ପ୍ରକାଶ କଲେ । ରାଜକୁମାର କିପରି ସୁପଥରେ ପରିଚାଳିତ ହେବେ, ସେଥିପାଇଁ କୌଣସି ଉପାୟ ବାହାର କରିବା ପାଇଁ ରାଜା ବିଦ୍ୱାନ ମାନଙ୍କୁ କହିଲେ । ହେଲେ ପଣ୍ଡିତଗଣଙ୍କ ପାଟିରୁ କଥା ବାହାରିଲା ନାହିଁ । ପଣ୍ଡିତମାନେ ନିରୁତର ରହିବା ଦେଖି ରାଜା ପଣ୍ଡିତମାନଙ୍କର ଅସମର୍ଥତା କଥା ଜାଣି ପାରିଲେ । ଏପରି ପରିସ୍ଥିତି ଦେଖି ରାଜାଙ୍କର ଦୁଃଖ ଦ୍ୱିଗୁଣିତ ହୋଇଗଲା । ରାଜା କହିଲେ – “ପଣ୍ଡିତ ମହାଶୟ ମାନେ ! ତା’ ହେଲେ ମୁଁ ବର୍ତ୍ତମାନ ବୁଝିବି ଯେ ଆପଣମାନେ ମୋର ପୁତ୍ରକୁ କୁପଥରୁ ସୁପଥକୁ ଆଣି ପାରିବେ ନାହିଁ । ରାଜାଙ୍କର ଏପରି କଥା ଶୁଣି ହଠାତ୍ ଜଣେ ସାଧୁ ନିଜ ବସିଲା ସ୍ଥାନରୁ ଉଠିପଡି ମହାରାଜାଙ୍କୁ ହାତଯୋଡି କହିଲେ, “ମହାରାଜ ! ଆପଣ ମୋତେ ଥରେ ଚେଷ୍ଟା କରିବାକୁ ସୁଯୋଗ ଦିଅନ୍ତୁ । ମୋତେ ରାଜକୁମାରଙ୍କୁ ଠିକ୍ କରିବାପାଇଁ ବେଶୀ ସମୟ ଲାଗିବ ନାହିଁ । ମାତ୍ର କେଇ ଘଂଟାରେ ମୁଁ ତାଙ୍କୁ ସୁମାର୍ଗରେ ପରିଚାଳିତ କରାଇପାରିବି ।”

       ସାଧୁଙ୍କର କଥା ଶୁଣି ରାଜା ଆଶ୍ଚର୍ଯ୍ୟ ହୋଇଗଲେ । ସାଧୁ କହିଲେ, “ମହାରାଜ! କାଲି ସକାଳେ ଯେତେବେଳେ ରାଜକୁମାର ଘୋଡା ଉପରେ ବସି ଶିକାର ପାଇଁ ବାହାରିବେ ମୁଁ ସେହି ଜଙ୍ଗଲରେ ତାଙ୍କୁ ଦେଖା କରିବି । ତା’ ପରେ ଯାହା କରିବା କଥା ମୁଁ କରିବି । ଆପଣ ସେଥିପାଇଁ ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ ।” ରାଜା ଯଦିଓ ସାଧୁଙ୍କ କଥାକୁ ବିଶ୍ୱାସ କରିପାରୁନଥାନ୍ତି, ତଥାପି ସାଧୁଙ୍କ କଥା ବେଳେବେଳେ ରାଜାଙ୍କ ହୃଦୟରେ କ୍ଷୀଣ ଆଶା ସୃଷ୍ଟି କରୁଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ