ଏଣୁ ମହାରାଜ ସାଧାରଣ ବେଶ ଧାରଣ କରି ରାଜ୍ୟର ବିଭିନ୍ନ ସ୍ଥାନ ଭ୍ରମଣ କରିବାରେ ଲାଗିଲେ । ଦିନେ ସେ ଦେଖିଲେ ଯେ ଯୁବକଟିଏ ଗଛ ଛାଇରେ ବିଶ୍ରାମ କରୁଛି । ସେ ତା’ ପାଖରେ ଯାଇ ଦେଖିଲେ ଚେହେରା ଚିହ୍ନା ଚିହ୍ନା ଲାଗୁଛି ।
ସେ ତାକୁ କହିଲେ, “ମୋର ଯଦି ଚିହ୍ନିବାର ଭୁଲ୍ ନଥାଏ, ତେବେ ତମେ ହେଉଛ ସ୍ୱର୍ଗତଃ ଶେଠ୍ ଗୋପାଳ ଦାସଙ୍କ ପୁତ୍ର ନୌରଙ୍ଗୀ ଦାସ?”
“ହଁ ଆଜ୍ଞା, ମୁଁ ନୌରଙ୍ଗୀ ଦାସ । ମୋ ନାମ ପୂର୍ବରୁ ଶେଠ୍ ଶବ୍ଦ ଉଠିଯାଇଛି । ଲୋକେ ମୋତେ ନୌରଙ୍ଗୀଆ ବୋଲି ମଧ୍ୟ ଡାକନ୍ତି । ହେଲେ ଆପଣ କିଏ?”
ଯୁବକଙ୍କ କଥା ଶୁଣି ଛଦ୍ମବେଶୀ ମହାରାଜ କହିଲେ, “ମୁଁ ତମ ବାପାଙ୍କ ଜଣେ ବନ୍ଧୁ ।”
ଆପଣ ଯେତେବେଳେ ମୋ ବାପାଙ୍କର ବନ୍ଧୁ, ଆପଣଙ୍କୁ କ’ଣ ବା ଲୁଚାଇବି? ବାପାଙ୍କ ମୃତ୍ୟୁପରେ ମୁଁ ମନର ଦାସ ହୋଇ ବିଳାସ ବ୍ୟସନରେ ସବୁକିଛି ଉଡାଇ ଦେଲି । ପରିଣାମ ସ୍ୱରୂପ ମୁଁ ଆଜି ନିଃସ୍ୱ । ବଂଚି ରହିବା ପାଇଁ, ପେଟକୁ ମୁଠାଏ ଖାଦ୍ୟ ଆଉ ଦେହକୁ ଖଣ୍ଡିଏ ବସ୍ତ୍ର ପାଇଁ ପରିଶ୍ରମ କରିବାକୁ ବାଧ୍ୟ ହେଉଛି ।
ମହାରାଜ ସହାନୁଭୂତି ପ୍ରକଟ କରି କହିଲେ, “ତମର ଦୁଃଖ କଥା ଶୁଣି ମୁଁ ମର୍ମାହତ । ଚଂଚଳମନର ବଶବର୍ତ୍ତି ହୋଇ ତମେ ତ ସବୁ ହରାଇ ସାରିଛ । ଏବେ କ’ଣ କରିବାକୁ ଚାହୁଁଛ?”
“ଅର୍ଥାତ୍ ଠକିବା ପରେ ତମେ ଶିକ୍ଷାଲାଭ କରିଛ? ଜ୍ଞାନ ଆଉ ବିବେକଦ୍ୱାରା ମନକୁ ଆୟତ କରିପାରିଛ ।”
“ହଁ ଆଜ୍ଞା । ଠକି ଠକି ମନ ଯଦି ଜଣେ କିଛି ଶିକ୍ଷା କରି ନ ପାରେ ତାର ଜୀବନ ବୃଥା ।”
ମହାରାଜ ତପସ୍ୱୀଙ୍କର ସମସ୍ୟା ସମାଧାନର ତଥ୍ୟ ପାଇଗଲେ । ସେ ନୌରଙ୍ଗୀକୁ କିଛି ଅର୍ଥ ଦେଇ କହିଲେ, “ଏହାକୁ ଗ୍ରହଣ କର । ଏହାକୁ ମୂଳକରି ବ୍ୟବସାୟ ଆରମ୍ଭ କର । ତମେ ତମ ବାପାଙ୍କର ଗୌରବ ଫେରାଇ ଆଣି ପାରିବ । ଶେଠ୍ ନୌରଙ୍ଗୀ ଦାସ ରୂପେ ନୂତନ ପରିଚିତ ହାସଲ କରି ପାରିବ ।”
“କିନ୍ତୁ; ଆପଣ ଏମିତି ଅଯାଚିତ ଭାବରେ ମୋତେ ସାହାଯ୍ୟ କରିବାର କାରଣ କ’ଣ ମୁଁ ଜାଣି ପାରିଲି ନାହିଁ ।”
“ମୁଁ ମହାରାଜା ବିକ୍ରମାଦିତ୍ୟ ।”
ଏହା ଜାଶିବା ମାତ୍ରେ ନୌରଙ୍ଗୀ ଦାସ ପ୍ରଣାମ କରି କୃତଜ୍ଞତା ଜ୍ଞାପନ କଲା । ମହାରାଜ ନିଜ ଉଆସକୁ ଫେରି ଆସିଲେ ।
କିଛିଦିନ ପରେ ପୂର୍ବର ସେଇ ତପସ୍ୱୀ ଦୁହେଁ, ଆସି ବିକ୍ରମାଦିତ୍ୟଙ୍କ ପାଖରେ ପହଁଚିଲେ । ସେମାନଙ୍କ ସମସ୍ୟାର ସମାଧାନ ପାଇଁ ମହାରାଜ କହିଲେ, “ମନ ସତ୍ୟ ଚଚଂଳ । ଏହା ମଣିଷକୁ ବିଚଳିତ କରେ । ଭୁଲ ବାଟରେ ପରିଚାଳିତ କରେ । ଯିଏ ମନକୁ ନିୟନ୍ତ୍ରଣ କରିପାରେ ସେ ସବୁକ୍ଷେତ୍ରରେ ବିଜୟୀ ହୋଇପାରେ । ମନକୁ ଜୟ କରିବା ପାଇଁ ବିବେକ ଓ ଜ୍ଞାନର ଆବଶ୍ୟକତା ରହିଛି । ଏଣୁ ମଣିଷ ଜୀବନରେ ଜ୍ଞାନ ଓ ମନ ଉଭୟଙ୍କର ଗୁରୁତ୍ୱ ରହିଛି ।
ତପସ୍ୱୀମାନେ ନିଜ ନିଜ ସମସ୍ୟାର ସମାଧାନ ସୂତ୍ରପାଇ ଖୁସିହେଲେ । ପ୍ରଥମ ତପସ୍ୱୀ ମହାରାଜଙ୍କୁ ଏକ ଖଡି ଦେଇ କହିଲେ, “ଏହାଦ୍ୱାରା ଆପଣ ଦିନରେ ଯାହାର ଚିତ୍ର ଅଙ୍କନ କରିବେ ରାତିରେ ସେ ଜୀବନ୍ତ ହୋଇ ଆପଣଙ୍କ ପାଖରେ ହାଜର ହେବେ । କେବଳ ସେତିକି ନୁହେଁ, ଆପଣ ମଧ୍ୟ ତାଙ୍କ ସହିତ କଥାବାର୍ତା କରି ପାରିବେ ।”
ମହାରାଜ ପ୍ରତିଦିନ ନୂଆ ନୂଆ ଚିତ୍ର ଅଙ୍କନ କରି ରାତିରେ ସେମାନଙ୍କ ସହିତ ସାକ୍ଷାତ କରିବାର ମଜା ପାଇଲେ । ଅନ୍ୟ କୌଣସି କଥାପ୍ରତି ତାଙ୍କର ଖିଆଲ ରହିଲା ନାହିଁ । ଏଭଳିକି ନିଜର ପ୍ରିୟତମା ରାଣୀମାନଙ୍କ କକ୍ଷକୁ ମଧ୍ୟ ଗଲେ ନାହିଁ ।
ଶେଷରେ ରାଣୀମାନେ ଆସି ଗୋପନରେ ଅନୁଧ୍ୟାନ କରି ସବୁକଥା ଜାଣିଲେ । ରାଜାଙ୍କ ଠାରୁ ଖଡି ମାଗିନେଲେ । ତାଙ୍କର ମନ ପରିବର୍ତନ ହେଲା । ସେ ପୁଣି ରାଣୀମାନଙ୍କୁ ଆଦର କଲେ ଏବଂ ରାଜକାର୍ଯ୍ୟ ବୁଝାସୁଝା କଲେ ।
ଭୋଜରାଜ ପୁତ୍ତଳିକାର କଥା ଶୁଣି ନୀରବ ହୋଇଗଲେ ।