ଦିନ ଚାଲିଯାଏ, କାହାରି ଲାଗି ତ ଆଉ ଦିନ ବସି ରହେ ନାହିଁ । କାହାର ପାଲିଙ୍କି ଉପରେ ପାଟଛତା, ତ ଆଉ କାହାରି ବେଡି ଉପରେ କୋରଡା । ଦିନ ଯାଉଛି ସମସ୍ତଙ୍କର, ଯିବ ବି ସମସ୍ତଙ୍କର । ଏଣେ ଦେଖୁଁ ଦେଖୁଁ ତିନିମାସ କାଟିଗଲାଣି । ଶ୍ୟାମବନ୍ଧୁ ଘରେ ଯେଉଁ ଦୁଇଗୋଟି ଗାଈ ଥିଲେ, ତହବିଲ ବାକୀ ଟଙ୍କା ସକାଶେ ଜମିଦାର ଘର ଲୋକେ ଆସି ସେ ଗାଈଦୁଇଟିକୁ ବାନ୍ଧି ଘେନିଗଲେ । ଆମ୍ଭେମାନେ ଜାଣୁ, ଜମିଦାର ଘର ଟଙ୍କାକୁ ଶ୍ୟାମବନ୍ଧୁ ଶିବନିର୍ମାଲ୍ୟ ପରି ଜ୍ଞାନ କରେ, ଟଙ୍କାଟିଏ ଅସୁଲ ହେଲେ ଜମିଦାର କଚେରିରେ ପୈଠ ନ କରିବାଯାଏଁ ତାହାର ଆଖିରେ ନିଦ ଆଦୌ ନ ଥାଏ । ମାତ୍ର ତାହା ଅର୍ଥାତ୍ ସେ ଶ୍ୟାମବନ୍ଧୁ ଉପରେ ଟଙ୍କା ଥାଉ ବା ନ ଥାଉ ତା’ ଗାଈ ଦିଓଟି ବଡ ଦୁଧିଆଳୀ, ଏକଥା ବହୁ ପୂର୍ବରୁ ତ ଜମିଦାରଙ୍କୁ ଜଣାଥିଲା । ଏହା ଛଡା ଜମିଦାର ଚଷିବାକୁ ଯେଉଁ ତିନିମାଣ ଜମି ଶ୍ୟାମବନ୍ଧୁକୁ ଦେଇଥିଲେ ତାହା ବି ସେ ଛଡାଇ ନେଲେଣି । ଏପରି ପରିସ୍ଥିତିରେ ସେ ହଳିଆଟା ବା ଘରେ ଆଉ କିଆଁ ରହିବ? ଦୋଳପୂର୍ଣ୍ଣିମା ଦିନ ସେ ମଧ୍ୟ ଛାଡିଗଲା । ବଳଦ ଦୁଇଟା ସାଢେ ସତର ଟଙ୍କାରେ ବିକାଯାଇଥିଲା, ସେ ଦୁଇଜଣଙ୍କ କ୍ରିୟାରେ ସବୁ ଖରଚ ଯାଇ ଯାହା ବି କିଛି ବଳିଥିଲା, ସଟାବଟା କରି ମାସେ ଚଳିଲା । ଆଜି ଢାଳଟା କାଲି ପିତଳଟା, ସଟାବଟା ବନ୍ଧାଛନ୍ଦାରେ ଆଉ ମାସେ ଗଲା । ବାସୁ ଦୁଇ ଓଳି ଦୁଆରକୁ ଆସେ, ରାତି ଘଡିଏଯାଏଁ ଥାଏ, ଜେଜୀମା ନାତୁଣୀ ଶୋଇବାକୁ ଗଲେ ବାସୁ ବି ତା’ ବସାକୁ ଯାଏ । ବାସୁ କିଛି ଟଙ୍କାପଇସା ଦେଲେ ଜେଜୀମା ବା ନାତୁଣୀ କେହି କିଛି ବି ନିଅନ୍ତି ନାହିଁ । ବଳେଇ ବଳେଇ କିଛି ଦେଲେ ତାହା ଠଣାରେ ପଡିଥାଏ । ବାସୁ ଏସବୁ ଜାଣିପାରି ଆଉ କିଛି ବି ଦିଏ ନାହିଁ । ବୁଢୀ ପାଖରୁ ଗୋଟାଏ ଦୁଇଟା ପଇସା ନେଇ ସଉଦା କିଣିଦିଏ, ସେହି ଦୁଇ ପଇସାର ସଉଦାରେ ଆଠ ଦଶଦିନ ଚଳିଯାଏ । ତେଣେ ସେ ଘରର ଚାଳ ଉଡି ଗଲାଣି, ତେଣୁ ଛାଉଣି ଦରକାର । ବାସୁ ଦୁଇଟଙ୍କାର ନଡା କିଣି ବାଡିରେ ଗଦେଇ ଅଛି, ଶରଣ ହେବାରୁ ଛପରବନ୍ଦି ହୋଇପାରି ନାହିଁ । ବୁଢୀ ଏବେ ଆଉ ଦିନ ରାତି ବସି କାନ୍ଦେ ନାହିଁ । କେବଳ ସଞ୍ଜ ହେଲେ ବସି କାନ୍ଦେ । କାନ୍ଦି କାନ୍ଦି ତଳେ ପଡିଯାଏ, ସେହିଠାରେ ରାତି କାଟେ । ରେବତୀ ଧକେଇ ଧକେଇ ପାଖରେ ପଡିଯାଏ । ବୁଢୀ ଆଖିକି ଏବେ ଆଉ ଭଲ ଭାବେ ଦିଶୁ ନାହିଁ; ବାୟାଣୀ ପରି ସେ ହୋଇଗଲାଣି । ଏବେ କାନ୍ଦିବାର ଊଣା କରି ସେ ଖାଲି ରେବତୀକୁ ଗାଳିଦେବାକୁ ଆରମ୍ଭ କରିଛି । ଏତେ ଯେ ଦୁଃଖ, ଏତେ ଯେ ଦୁର୍ଦ୍ଦଶା ସବୁର ମୂଳ କାରଣ ରେବତୀ, ଏହା ସେ ମନ ମଧ୍ୟରେ ସ୍ଥିରସିଦ୍ଧାନ୍ତ କରିସାରିଲାଣି । ରେବତୀ ପାଠ ପଢିବାରୁ ପୁଅ ମଲା, ବୋହୂ ମଲା, ହଳିଆ ଛାଡିଗଲା, ବଳଦ ବିକାଗଲା, ଜମିଦାର ଘର ଗାଈ ବାନ୍ଧି ଘେନିଗଲା । ରେବତୀ କୁଲକ୍ଷଣୀ, ସେ କୁଢଙ୍ଗୀ, ସେ ଲକ୍ଷ୍ମୀହୁଡୀ । ବୁଢୀ ଆଖିକି ଯେ ଆଉ ମୋଟେ ଦିଶୁ ନାହିଁ, ତାହାର କାରଣ ରେବତୀର ପାଠପଢା । ବୁଢୀ ଏପରି ଗାଳିଦେବା ବେଳେ ରେବତୀ ଆଖିରୁ ଦୁଇଧାରା ବହିଯାଉଥାଏ, ଏମିତିକି ଡରରେ ବୁଢୀ ପାଖରେ ସେ ଆଉ ଛିଡା ହୋଇପାରେ ନାହିଁ । ବାଡିଦୁଆରେ ନୋହିଲେ ଘର କୋଣରେ ମୁହଁ ଘୋଡାଇ କାଠଟି ଧରି ସେ ବସିଥାଏ । ଏଠାରେ ବାସୁ ମଧ୍ୟ ଦୋଷୀ, କାରଣ ରେବତୀ ତ ଏତେଦିନଯାଏଁ ପଢୁ ନ ଥିଲା, ସେହି ଆସି ସିନା ପଢାଇଦେଲା । ମାତ୍ର ଏ ବୁଢୀ ବାସୁକୁ କିଛି ବି କହିପାରେ ନାହିଁ, ବାସୁ ନ ହେଲେ ତାଙ୍କ ଘର ଦଣ୍ଡେ ଅଚଳ, ପୁଣି ଜମିଦାର ଘର ଲଟ ଛିଡି ନାହିଁ । ଜମିଦାର ଘର ଲୋକ ଆସି ଆଜି ଏ ହିସାବଟା, କାଲି ସେ ହିସାବଟା ମାଗେ । ବାସୁ ନ ହେଲେ ପାଞ୍ଜିବିଡାରୁ ପଢି ପତର କାଢିଦେବ କିଏ? ତଥାପି ବାସୁ ନ ଥିଲାବେଳେ ସେ ସହଜ କଥାରେ କେବେ କେବେ ଆପଣା ମନ୍ତବ୍ୟ ପ୍ରକାଶ କରିଥାଏ । ରେବତୀ ଆଉ ଏଣିକି ପିଲା ନୁହେଁ । ତାହା ପାଟି ଆଉ କେହି ବି ଶୁଣି ନାହିଁ । ବାପ ମାଆ ଗଲାଦିନୁ ତାକୁ ସେ ଦାଣ୍ଡଦୁଆରେ ଆଉ କେହି କେବେ ବି ହେଲେ ଦେଖି ନାହିଁ । କେତେଦିନଯାଏଁ ଭୋ-ଭୋ କରି ଡକାପାଡୁଥିଲା, ଏବେ ଆଉ ପାଟି କରି ସେ କାନ୍ଦେ ନାହିଁ, ମାତ୍ର ଦିବାରାତ୍ର ଆଉ ଆଖିରୁ ପାଣି ଶୁଖିବାକୁ ନାହିଁ ତାର । ତାହାର କ୍ଷୁଦ୍ରପ୍ରାଣ – ତହିଁରୁ ଅତିକ୍ଷୁଦ୍ର ମନଟି ଏକାବେଳକେ ଭାଙ୍ଗିଯାଇଅଛି । ତା ପକ୍ଷରେ ବର୍ତ୍ତମାନ ଦିନରାତି ସବୁ ସମାନ । ସୂର୍ଯ୍ୟରେ ଆଲୁଅ ନାହିଁ, କି ରାତିରେ ଅନ୍ଧାର ନାହିଁ । ସମସ୍ତ ଜଗତଟା ଯେପରି ତା’ଲାଗି ଶୂନ୍ୟ । କେବଳ ପିତାମାତାଙ୍କ ମୂର୍ତ୍ତି ତା’ ହୃଦୟ ପୂର୍ଣ୍ଣ କରିଅଛି । ମା ଏହିଠାରେ ବସିଅଛନ୍ତି, ବାପା ଚାଲିଯାଉ ଅଛନ୍ତି, ତାହା ଆଖିରେ କେବଳ ଏହି ଦୁଇଟା ଦିଶୁଅଛି । ବାପମା’ ମରିଯାଇଛନ୍ତି, ଆଉ ସେମାନେ ଯେ କେବେବି ଆସିବେ ନାହିଁ, ଏକଥା ସେ ଆଦୌ ବିଶ୍ୱାସ କରିପାରୁ ନାହିଁ । ସେ ରେବତୀ ପେଟରେ ଭୋକ ନାହିଁ, କି ଆଖିରେ ନିଦ ବି ନାହିଁ । ଦିବାନିଶି ଅନୁକ୍ଷଣ ପିତାମାତା ଧ୍ୟାନ । ଖାଲି ଯାହା ଜେଜୀମା ଡରରେ ସେ ରେବତୀ ଖାଇବାକୁ ବସେ । ଭୂଇଁରୁ ପ୍ରାୟ ଉଠେ ନାହିଁ ସେ । ଦେହରେ ହାଡ ଚମ ମାତ୍ର ଦୁଇଖଣ୍ଡ ଅଛି ତାର । କେବଳ ବାସୁଦେବ ଘରକୁ ଆସିଲେ ହିଁ ସେ ଉଠି ବସେ, ବଡ ବଡ ଆଖି ଦୁଇଟାରେ ଜଳଜଳ କରି ବାସୁକୁ କେବଳ ସେ ଚାହିଁଥାଏ, ବାସୁ ଅନାଇଲେ ସାନ ନିଃଶ୍ୱାସଟାଏ ପକାଇ ସେ ମୁଣ୍ଡ ପୋତିଦିଏ । ବାସୁ ପାଖରେ ଥିବାଯାଏଁ ରେବତୀ କେବଳ ତାକୁ ହିଁ ଚାହିଁ ରହିଥାଏ । ସେତେବେଳେ ତା’ର ଆଉ କିଛି ବି ଜ୍ଞାନ ନ ଥାଏ- ଆଖିରେ ବାସୁଦେବ, ଚିନ୍ତା ବାସୁଦେବ, ଏମିତିକି ତା’ର ସମସ୍ତ ହୃଦୟଟା ବାସୁଦେବମୟ ।
ରେବତୀ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- କଥା କହୁଥିବା ଗୁମ୍ଫା
- ରୋଗ ଠାରୁ ଔଷଧ ଦୁଃଖ ଦାୟକ
- ଦୁଇଟି ମାଛ ଏବଂ ଏକ ବେଙ୍ଗର କାହାଣୀ
- ମନ୍ତ୍ରୀଙ୍କ ଯୁକ୍ତି
- ଭଟ୍ଟଲୋଲ୍ଲଟଙ୍କ କାହାଣୀ
- ଅଜ୍ଞାତ ଚୋର
- ଅନୁତାପର ନିଆଁ
- ଯେସାକୁ ତେସା
- ଡାକୁ
- ବ୍ରହ୍ମଚର୍ଯ୍ୟର ଶକ୍ତି
- ରାକ୍ଷସ ଓ ସାହସୀ ପିଲା
- ମୁନିକ ଜାତକ
- ଭାଗ୍ୟର ଖେଳ
- ଅସଦିସ ଜାତକ
- ଦୁଇ ଜଣଙ୍କ ବିବାଦରେ, ତୃତୀୟର ଲାଭ
- ସହନଶୀଳତା
- ଭୂତ ପୋଖରୀ
- ଜାଦୂର ଥଳି
- ତିନି ବିଲେଇ
- ଶିବ, ବିଷ୍ଣୁ, ବୁଦ୍ଧ, ଜଗନ୍ନାଥ ଏବଂ ଓଡିଶା
- ତାମ୍ର ଯନ୍ତ୍ର
- କନକ ଉପତ୍ୟକାର କାହାଣୀ
- ଫଳରେ ଆଶା ରଖିବାନି
- ମନ୍ତ୍ରୀ ନିର୍ବାଚନ
- ରାଜମୁକୁଟ
- ଦୟାଳୁ ଈଶ୍ୱର, ଠକ ବଣିକ
- ଅଦ୍ଭୁତ ମୁକୁଟ
- ମହା ପଣ୍ଡିତ
- ସାବତ ମା
- ବାଲେଶ୍ୱରୀ ପଙ୍ଗାଲୁଣ
- ଦିବା ସ୍ୱପ୍ନ
- ଗୋଟିଏ ଭଣ୍ଡାରୀର କାହାଣୀ
- ପୁଣ୍ୟଦାନର ମହିମା
- ଗଙ୍ଗାସ୍ନାନର ଫଳ
- ଈଶ୍ୱରଙ୍କ ଇଚ୍ଛା
- ସନ୍ତରଣ ବିଦ୍ୟା
- ଶ୍ରେଷ୍ଠ ବୈଦ୍ୟ
- ଅମାବାସ୍ୟାର ପିଶାଚ
- ଗୁପ୍ତଧନ
- ଶ୍ରୀ ରାମକୃଷ୍ଣ ପରମହଂସ
- ସତ୍ୟ ବିଚାର
- ମାଆଙ୍କ ପାଇଁ ଗହଣା
- ହାଡଗିଳା ଭୂତ
- ମହାଭାରତ
- ଭାଇ ହେବତ ଏମିତି
- ଉଦାରତା
- ଅନୁଭୂତିରୁ ଅସଲ ଜ୍ଞାନ ମିଳେ
- ସାବାସ୍ ଗୌରବ
- ମୌନାବତୀ କଥା
- ପାଞ୍ଚ ପ୍ରଶ୍ନ
- କମଳିନୀ ବିବାହ
- ମୃଗନୟନୀ କଥା
- ଅଳିଆ
- ବନ୍ଧ୍ୟା
- ଖୋସାମତିଆ
- କର୍ମ ହିଁ ଦେବତା, ଉତ୍ତମ କାର୍ଯ୍ୟ ଶ୍ରେଷ୍ଠ ପୂଜା
- ହାତ ଖର୍ଚ୍ଚ
- ତିନୋଟି ଗଧଙ୍କର ବୋଝ
- ସଙ୍ଗ ଦୋଷ
- ବିବେକ ଧର୍ମ
- ଉପସ୍ଥିତ ବୁଦ୍ଧି ବିପଦରୁ ରକ୍ଷା କରେ
- ଗାରୁଡି ମନ୍ତ୍ର
- ସତ କେବେ ଲୁଚି ରହେନା
- ସଙ୍କେତର ଅର୍ଥ
- ପକ୍ଷୀ ଏବଂ ମାଙ୍କଡ କଥା
- ଡାକିନୀ ଝିଅ
- ଚାଣକ୍ୟ କଥା
- ମାନସିକ ବ୍ୟାଧି
- ରାଜକନ୍ୟା ଓ ବଣୁଆ ରାଜା
- ଠକ ନଗରୀ
- ପଦବୀର ବଳ
- ଠକଙ୍କ ଗୁରୁ
- ବ୍ରାହ୍ମଣ ପତ୍ନୀ ଏବଂ ନେଉଳ କଥା
- ବାନର କୃତି
- ଅନନୁଶୋଚିୟ ଜାତକ
- ବିଧାତାର ଦଣ୍ଡ
- ଗର୍ବ ଭାଙ୍ଗିଦେଲେ ଜଳପରୀ
- ଭୂବନ ସୁନ୍ଦରୀ
- ଦୁଷ୍ଟ ଘୋଡା
- ସ୍ୱାର୍ଥପର ଘୋଡା
- ଯଥାର୍ଥ ଐଶ୍ୱର୍ଯ୍ୟ
- ଧନ ରତ୍ନ ଠାରୁ ବିଶ୍ୱାସ ବଡ
- କାମ କନ୍ଦଳା କଥା
- ଏକତାର ମନ୍ତ୍ର
- ଯଥାର୍ଥ ବର
- କରଜ ଆଦାୟ
- ଶିବ ପୁରାଣ
- କୁକୁଡାର ନାଲିଚୁଳ
- ସମୁଦ୍ର ପାଣି ଲୁଣିଆ କାହିଁକି?
- ବିଷ୍ଣୁଙ୍କ ମାୟା
- ବିଚିତ୍ର ପୁଷ୍ପ
- ସେବା କରିବାର ଫଳ
- ଛିଟିକିଣି
- ସୁଯୋଗ ହରାଅ ନାହିଁ
- ପୁଣ୍ୟର ପ୍ରଭାବ
- ପ୍ରଶଂସା ପତ୍ର
- କଇଁଚର ଉଡିବାକୁ ଇଚ୍ଛା
- ଅତି ଚାତୁରୀରେ ମୃତ୍ୟୁ
- ଗୋପୀର ସହର ଯାତ୍ରା
- ବ୍ରହ୍ମଜ୍ଞାନୀ ଶୁକମୁନି
- ଯାହା ଚାହିଁବ ତାହା ପାଇବ
- ଓସ୍ତାଦଙ୍କ ଓସ୍ତାଦ
- ବସଣୀ ଚୋରି
- ପରିଶ୍ରମ କରି କିଏ ଛୋଟ ହୋଇଯାଏନାହିଁ
- ବନ୍ଧୁତା
- ନ୍ୟାୟ
- କୋକୀର ସିଂହ ସହିତ ବନ୍ଧୁତା
- ରାଜା ଓ ବିଦ୍ୱାନ
- ସାହାସୀ ହେନେରୀ
- ମହାଭାରତ
- ବୀର ହନୁମାନ
- ଚକ୍ରଧରର କାହାଣୀ
- ସାଧୁଙ୍କ ଯାଦୁ
- ଚୁଲ୍ଲଧନୁଗ୍ଗହ ଜାତକ
- ଉଦାରତା
- ଶୁକପକ୍ଷୀର ଭାଷା
- ରାଜସମ୍ମାନ
- କରୁଣାର ପ୍ରମାଣ
- ମାଆ ତୁ ସାହା
- ମିତବ୍ୟୟୀ
- ସତ୍ସଙ୍ଗର ଫଳ
- ଯାଦୁ ମହଲ
- ଗୋପାଳ ଘରେ ଅଦ୍ଭୁତ ଚୋରୀ
- ବନ୍ଧକ ରଖା ହୋଇଥିବା ଦେଶ
- ଜାତକ
- ବାଜି ଜିତି ବାହା
- ଭୂବନ ସୁନ୍ଦରୀ
- ପ୍ରତିଭା ପ୍ରତିଯୋଗିତା
- ସାହସ
- ପୁତ୍ର – କନ୍ୟା
- କମଳିନୀର ମୃତ୍ୟୁ
- ସାଷ୍ଟାଙ୍ଗ ପ୍ରଣିପାତ
- ପୃଥିବୀ ହେଉଛି ଏକ ପାନ୍ଥଶାଳା
- ବିବ୍ରତ
- ପୁଣ୍ୟବାନ୍
- ବିଷ!
- ସନ୍ତୋଷଲାଭର ରହସ୍ୟ
- ବିଦ୍ୟାବତୀ କଥା
- ଶ୍ରଦ୍ଧାପୂର୍ବକ ସେବା କର
- ବୁଢୀଟି କାନ୍ଦୁଥିଲା କାହିଁକି?
- କଥାରେ କଥାରେ
- ନମ୍ରତା ଶ୍ରେଷ୍ଠ ଭୂଷଣ
- ହୁଣ୍ଡା ରାୟଙ୍କ ରାୟ
- ବିଚରା ପଣ୍ଡିତ
- ନକଲି ସୁନା
- ଦୁଇ ପକ୍ଷ
- ଭୂମି କ’ଣ ସାଙ୍ଗରେ ଯିବ?
- ଅନ୍ଧପିଲାକୁ ସାହାହେଲେ ସାଧୁବାଦୀ
- ଶିବ ପୁରାଣ
- ମାଙ୍କଡ ଏବଂ କାଠଗଣ୍ଡିର କାହାଣୀ
- ଦସ୍ୟୁ ରାଜକୁମାର
- ସଫଳତା ପାଇଁ ଉଦ୍ୟମ ଲୋଡା
- ଚିଦାମ୍ବରର ଧର୍ମଜ୍ଞାନ
- ଅଦ୍ଭୁତ ବାୟସ
- ସୋମ ଶର୍ମାଙ୍କ କାହାଣୀ
- ରାଜଜ୍ୟୋତିଷ
- ଦର୍ପଣବାଲା ରୂପମ୍
- ପିଲାଟିଦିନରୁ ବିପ୍ଳବୀ ନେତା
- ଶାଶ୍ୱତର ଆକର୍ଷଣ
- ବିଚିତ୍ର ଚିକିତ୍ସା
- ଦୁଇ ବିରଳ ବିପ୍ଳବୀ
- କାଲିର କାମ ଆଜି କର
- ମାନବର ସହନଶୀଳତା ବଡ ଗୁଣ
- ସଇତାନର ସଇତାନୀ
- ବୋତଲ ଭୂତ
- କଥା କୁହା ଗୁମ୍ଫା
- ଶଙ୍କରର ବୈରାଗ୍ୟ
- ବାହାଘର ପାଇଁ ତିନୋଟି ସର୍ତ୍ତ
- ଅସୀମ ସାହସ ଓ ତ୍ୟାଗର ଫଳ
- ବେତାଳ ସମ୍ମୁଖେ କମଳିନୀ
- ଅଶୁଭ ମୁଖ
- ରାଜାଙ୍କ ମନର ତିନୋଟି ପ୍ରଶ୍ନ
- ଚନ୍ଦ୍ର ଓ ଚକୋର
- ଇଚ୍ଛା ପୁର୍ତି
- କ୍ରୋଧଜୟୀ ଭଗବାନ ମହାବୀର
- ଲୋଭୀ ବୈଦ୍ୟ
- ବୁଦ୍ଧିମାନ୍ ବୈଦ୍ୟ
- କଚ
- ଝଗଡା ଝାଟି
- ଗରିବ ଚାଷୀ ଓ ଗଣ୍ଡଭୈରବ ଚଢେଇ
- ପେଟ ଓ ଶରୀର
- ଦୁଇ ବୈଦ୍ୟ
- ପୁତ୍ରର କର୍ତ୍ତବ୍ୟ
- ଶୃଗାଳ ଏବଂ ବାଦ୍ୟ କଥା
- ସହରର ଅଶାନ୍ତି
- ହରିଣ ଓ ଅଙ୍ଗୁର ଲତା
- ଓଟ ଓ ବିଲୁଆ
- ପ୍ରକୃତ ଧନୀ କିଏ?
- ବତ୍ରିଶ ସିଂହାସନ
- ସ୍ୱର୍ଗୀୟ ଦାନ
- ସବୁଠାରୁ ବଡ ଶିଶୁ
- ରାଜ କୁମାରଙ୍କର ପରିବର୍ତ୍ତନ
- ଦୁଇ ଉତ୍ତର
- ଅନିଷ୍ଟ ଓ ଉପକାର
- ସାଗର ଓ ନଦୀ କଥା
- ମଣିଷର ବଡ ସମ୍ପଦ ହେଲା ଆତ୍ମସମ୍ମାନ
- ଛୋଟ କାମ କରିବାକୁ ଘୃଣା କର ନାହିଁ
- ରତ୍ନ ମଞ୍ଜରୀ କଥା
- ଅର୍ଥହୀନ ସ୍ୱାର୍ଥ
- ଅଲକ୍ଷଣା ମୁହଁ କାହାର



