ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଲାଗିଲେ ଛାଡିବିନି

ବାପୁନୁର ମାଆ କାନ୍ଦି କାନ୍ଦି କେବଳ ତାଙ୍କ ପୁଅକୁ ଭଲ କରିବାକୁ କହୁ ଥିଲା । ଏଥର ନଖିଆ ଗୁଣିଆଁ କହିଲା ତମେ ବାପୁନୁର ବୋଉ । ତୁମକୁ ମୋର କିଛି କହିବାର ଅଛି । ତମେ ଦୁଇ ଜଣ ମୋ କଥା ନଶୁଣିଲେ ତୁମ ପରିବାରକୁ ଏମିତି ଭୂତ ଗ୍ରାସ କରି ଶେଷ କରି ଦେବ । ଏହି କଥା ଶୁଣି ହଠାତ୍ ଚମକି ପଡିଲେ ବାପୁନୁର ବୋଉ ନିଶାମଣୀ ଓ ବାପା କେଶବ ବାବୁ । ନଖିଆ କହିଲା ମୋ ତନ୍ତ୍ର ଶକ୍ତି ଯୋଗୁଁ ନିଶାମଣୀ ତୁ ଭୋଟରେ ଜିତିଛୁ । ମୁଁ ତୋର ପୁଅକୁ ଭଲ କରି ଦେଉଛି । ତୁ କିନ୍ତୁ ଏଥର ପଂଚାୟତ ସମିତି ଚ୍ୟାରମେନ୍ ଭୋଅଟ ସେ ଚମ୍ପତି ବାବୁଙ୍କୁ ଦେବୁ । ତୁ ତୋ ଦଳ ଟିକେଟରେ ସିନା ଜିତିଲୁ । କିନ୍ତୁ ତୋ ପାଇଁ ମୁଁ ତନ୍ତ୍ର ପୂଜାରେ ଅନେକ ଖର୍ଚ୍ଚ କରିଛି । ୧୦୮ ଛାଗ ବଳୀ ମଧ୍ୟ ଦେଇଛି । ତୁ ନଚେତ୍ ସମିତି ସଭ୍ୟାରେ ଜିତି ପାରି ନଥାନ୍ତୁ । କେଶବ ବାବୁ ଅନ୍ୟ ମନସ୍କ ହୋଇ ଭାବିଲେ ଜନତା ଜନାର୍ଦ୍ଦନତ ମୋ ସ୍ତ୍ରୀକୁ ଭୋଟ ଦେଲେ । ଚିହ୍ନା ନାହିଁ କି ଜଣା ନାହିଁ ଏ ଗୁଣିଆଁ ଏ କ’ଣ କହୁଛି । ହଠାତ୍ ନଖିଆ କେଶବ ବାବୁଙ୍କ ମନର ଭାବ ଜାଣି ପାରି କହିଲା – ତୁଟା ମୂର୍ଖଟାଏ ଭାବୁଛୁ ତୁ କିଛି କହିନୁ ମୁଁ ତୋ ପାଇଁ  ତନ୍ତ୍ର ପୂଜା କଲି? ଆବେ ନାଇଁବେ ସେ ଚମ୍ପତି ବାବୁ ତୋ ପାଇଁ ସବୁ କରିଛନ୍ତି ତୋ ସ୍ତ୍ରୀକୁ କହ ଯଦି ବଂଚିବୁ ତାଙ୍କୁ ଭୋଟ ଦେବ । ନଚେତ୍ ମୁଁ ତୋତେ ମାରି ତାସହିତ ତୋ ପୁଅକୁ ମାରି ତୋ ବଂଶ ସବୁ ଦିନ ଲାଗି ନାଶ କରିବି ।

ନିଶାମଣୀ ଓ କେଶବ ନଖିଆ ଗୁଣିଆଁର ପାଦରେ ଲୋଟି ଗଲେ । ନଖିଆ ଗୁଣିଆଁ ମନ୍ତ୍ର କିଛି ବୋଲି ବାପୁନୁକୁ ଆଉଁସି ଦେଲା । ବାପୁନୁ କହିଲା ମତେ ଆଉ ମାରିବନିତ । ନଖିଆ କହିଲା ତୁ ସିନା ପିଲା ଆଉ ତୋତେ କେହି ମାରିବେନି । ଏଥର ବାପୁନୁ ଉଠି ଠିଆ ହେଲା । ସଙ୍ଗେ ସଙ୍ଗେ ନଖିଆ ଗୁଣିଆଁ ସେଠାରୁ ଚାଲି ଗଲା କବାଟ ଖୋଲି । କିନ୍ତୁ ଗଲା ବେଳେ ଚେତେଇ ଦେଇ ଗଲା ଭୋଟ ଦେବାକୁ । ଦୁଇ ଜଣ ସ୍ୱାମୀ ସ୍ତ୍ରୀ ଏବେ ନିଜ ମୁଣ୍ଡରେ ହାତ ଦେଇ ବସି ପଡିଲେ । ଏହି ସମୟରେ ଘର ଭିତରକୁ ଝଡ ପରି ପଶି ଆସିଲା ଗାଁର ସେହି ନାସ୍ତିକ ଯୁବକ ପବନା । ପବନା କହିଲା ସେ ନଖିଆ କ’ଣ ସବୁ କହି ଗଲା । ତୁମେ ତା କଥାରେ ମୋଟେ ଚିନ୍ତା କରନି । ପ୍ରକୃତ ଘଟଣାଟା କ’ଣ ଏବେ ଦେଖ ମୁଁ ବାହାର କରୁଛି । ଗାଁ ଯାକ ଲୋକ ମୋ କଥା କେହି କେବେ ବିଶ୍ୱାସ ସିନା କରୁନ କିନ୍ତୁ ଦେଖ ମୁଁ ଏବେ କ’ଣ କରୁଛି ।

ଏବେ ବାପୁନୁ ପାଖକୁ ଗଲା ପବନା । ତାକୁ କଅଁଳେଇ ପଚାରି ବାରୁ ସେ ସବୁ ସତ କଥା କହିଲା କ୍ରିକେଟ୍ ଆମେ ଖେଳୁ ଥିଲୁ । ବଲ୍ଟା ସେହି ଡାହାଣୀ ବର ଗଛ ଆଡେ ଚାଲି ଯିବାରୁ ମୋ ସାଙ୍ଗ ମାନେ ସମସ୍ତେ ସେଠାକୁ ଯିବାକୁ ଖୁବ୍ ଭୟ କଲେ । କିନ୍ତୁ ମୋର ଡାହାଣୀକୁ କେବେ ବି ଭୟ ନାହିଁ । ମୁଁ ବଲ୍ ପାଇଁ ସିଆଡକୁ ଗଲି । ହଠାତ୍ ଜଣେ ଲୋକ ଜୋର ଯବରଦସ୍ତ ମୋ ପଛ ପଟୁ ମତେ ମାଡି ବସି ଓ ମୋ ପାଟି ବନ୍ଦ କରି ମୋତେ ସେଠାରୁ କୁଆଡେ ନେଇ ଗଲା । ସେ ମୋତେ ନେଇ ଏଇ ଯେଉଁ ଲୋକଟା ପାଖରେ ଛାଡିଲା । ତାପରେ କାନ୍ଦି କାନ୍ଦି ବାପୁନୁ କହିଲା ମୋତେ ସେ ଗୁଣିଆଁ ନିସ୍ତୁକ ବାଡେଇଲେ । ଏତେ ମାଡ ମୋତେ ଦେଲା ଯେ ମୋ ପିଠି ଦେହ ସବୁ ଫୁଲି ସେଥିରୁ ରକ୍ତ ଝରିଲା । ମୁଁ ଅତି ଭୟଭୀତ ହୋଇ ପଡିବାରୁ ମତେ ଆଣି ସେ ଗାଁ ପାଖରେ ଛାଡି ଗଲେ । ତା ପରେ ମୋ ସାଥିରେ ଏସବୁ କ’ଣ ହେଉଛି ମୁଁ କାହିଁ କିଛି ଜାଣି ପାରୁନି ।

ପବନା ସବୁ ଶୁଣି କେଶବ ଓ ନିଶାମଣୀଙ୍କୁ ସବୁ ବୁଝାଇ କହିଲା – ନଖିଆ କେଡେ ମାରାତ୍ମକ ବୋଲି ମଧ୍ୟ କହିଲା । ତା ବିରୁଦ୍ଧରେ କିଛି କଲେ ମଧ୍ୟ ତାର ସବୁ ଆଡେ ହାତ । ତେଣୁ ବୁଝି ବିଚାରି ଆମକୁ କାର୍ଯ୍ୟ କରିବାକୁ ପଡିବ । କେଶବ କିନ୍ତୁ ପବନା କଥାରେ ଏକମତ ହେଲାନି । ସେ କହିଲା ନଖିଆ ଗୁଣିଆଁ ନାଁ ଶୁଣିଲେ ଭୂତ, ପ୍ରେତ, ଚିରୁଗୁଣୀ ଆଦି ସମସ୍ତେ ବାଟ ଭାଙ୍ଗି ଚାଲି ଯାଆନ୍ତି । ପବନା କହିଲା ମୋ ସାଥିରେ ଆଜି ତୁମେ ଆସ ମୁଁ ତୁମକୁ ନିଶ୍ଚୟ ସବୁ ଦେଖାଇ ଦେବି । ରାତିକୁ ପବନା କେଶବଙ୍କୁ ଧରି ଚାଲିଲା ନଖିଆ ଘର ଆଡେ । ବାଟରେ ନ ଯାଇ ସେମାନେ ଅବାଟ ବୁଦା ଆଢୁଆଳରେ ଗଲେ । ଚାରି ଆଡେ ଶୂନସାନ । ନଖିଆ ଘର ଆଗରେ ଗୋଟେ ବୋଲର ଗାଡି ଓ କେତେଟା ବାଇକ୍ ମଧ୍ୟ ଥୁଆ ହୋଇଛି । ଏହା ସବୁ ଦେଖି କେଶବ ଡରିବାରୁ ତାକୁ ସାହାସ ଦେଇ ଆସ୍ତେ ଆସ୍ତେ ଆଗକୁ ବଢିଲା ପବନା । ଝରକା ଫାଙ୍କ ଦେଇ ସାମାନ୍ୟ ଘର ଭିତର ଦେଖା ଯାଉ ଥିଲା । ପବନା ଦେଖିଲା ଘର ଭିତରେ ନଖିଆ ବସିଛି ତା ପାଖରେ ଚମ୍ପତି ଓ ତାଙ୍କ ପାଖରେ ତାଙ୍କ ଅନ୍ୟ ଚେଲା ଓ ଚାମଚା । କେଶବ ବାବୁଙ୍କ ପଡିଶା ବନମାଳୀ ମଧ୍ୟ ସେଠାରେ ଅଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ