ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଲୀଳାବତୀ କଥା

        ଲୀଳାବତୀ କହିଲା କୁକୁରକୁ ମାରି ତା’ର ରକ୍ତରେ ଧୂପ ଦେଲେ ଜ୍ୱର ଛାଡିଯିବ । ଲୀଳାବତୀ କଥାରେ ମୁଁ କୁକୁରକୁ ମାରିଲି । କୁକୁର ମାରନ୍ତେ ଜ୍ୱର ଛାଡି ଗଲା କହି ମୋ ସାଙ୍ଗରେ ଚାଲିଲା । ପେଡିରୁ ରକ୍ତଧାର ଦେଖି କଟୁଆଳ ଆମ୍ଭଙ୍କୁ ନେଇ ରାଜାଙ୍କ ପାଖରେ ହାଜର କଲା । ରାଜା ପେଡି ଖୋଲିବାକୁ କହିଲେ । କଟା ନରମୁଣ୍ଡ ଦେଖି ମୁଁ ହତବାକ୍ । ଲୀଳାବତୀ କହିଲା ଆଜ୍ଞା ମୋର ସ୍ୱାମୀଙ୍କୁ ମାରି ଏ ମୋତେ ନେଇ ଯାଉଛି । ରାଜା କହିଲେ ତୁମ୍ଭେ ନରହତ୍ୟା କରିଛ ତୁମ୍ଭଙ୍କୁ ଶୂଳି ହେବ । ଦୁଃଖରେ ସମସ୍ତ କଥା ରାଜାଙ୍କୁ କହିଦେଲି । ଈଶ୍ୱର ପାର୍ବତୀ କହିଛନ୍ତି ୟା ଉପରେ କୁଳୁକୁଂଚା ପକାଇଲେ ୟାର ମୃତ୍ୟୁ ହେବ । ରାଜାଙ୍କ ଆଦେଶ ପାଇ ଶିବଙ୍କୁ ସ୍ମରଣ କଲି । କୁଳୁକୁଂଚା ପାଣି ତା’ଉପରେ ପକାନ୍ତେ ଲୀଳାବତୀ ମୃତ୍ୟୁବରଣ କଲା । ସଭାସଦମାନେ ମୋତେ ଧନ୍ୟ ଧନ୍ୟ କହିଲେ । ରାଜା ମୋତେ ଛାଡିଦେଲେ ସେହିଦିନୁ ମୁଁ ଆଉ ବିବାହ କଲି ନାହିଁ । ତୁମ୍ଭେ ନ୍ୟାୟବନ୍ତ ରାଜା ବିଚାର କର କିଏ ବନରେ ରହିବ । କାକ କାକୀ ମଧ୍ୟରେ ଚାଲାକି କିଏ । ସେମାନଙ୍କ ମଧ୍ୟରେ ଦୋଷୀ କିଏ?

        ଦ୍ୱାର ଦେଶରେ ବେତାଳ ଥାଇ ଉତ୍ତରଦେଲା ପୁରୁଷ । ମୌନାବତୀ ରାଗି ଯାଇ କହିଲା ନାଁ ମୋର ଦୁଆର ହୋଇ ତୁ ଅନ୍ୟାୟ କଥା କହୁଛୁ । କାକ ପ୍ରକୃତରେ ସେ ବନରେ ରହିବ । ଦାସୀମାନେ ଶୁଣିଲେ ମୌନାବତୀ ଚତୁର୍ଥ ପ୍ରହର କଥା କହିଲା । ନୃପ ନିଜର ପରିଚୟ ଦେଇ ମୌନାବତୀକୁ କହିଲେ ତୁମେ ବରମାଲ୍ୟ ମୋ ଗଳାରେ ଦିଅ । ମୌନାବତୀର ପୂର୍ବଜନ୍ମ କଥା ମନେ ପଡିଲା । ସେ ନିଜ ସ୍ୱାମୀଙ୍କୁ ଚିହ୍ନି ପାରିଲା । ମୌନାବତୀ ବିଳମ୍ବ ନକରି ରାଜାଙ୍କ ଗଳାରେ ପୁଷ୍ପମାଲ୍ୟ ଦେଲା । ଦାସଦାସୀମାନେ ହୁଳହୁଳି ପକାଇଲେ । ମୌନାବତୀକୁ ବିବାହ ହୋଇ ବିକ୍ରମରାଜା ଉଜ୍ଜୟିନୀ ଯାତ୍ରା କଲେ । ଶୁକ ଶାରୀଙ୍କୁ ପୁନର୍ଜୀବନ ଦେବା ନିମିତ୍ତ ରାଜା ଈଶ୍ୱରଙ୍କୁ ତପ କଲେ । ସଦାଶିବ କାହୁଁ ତାଙ୍କର କଥା ଶୁଣିଲେ ନାହିଁ । ସେ ଖଡ୍ଗରେ ନିଜ ମୁଣ୍ଡ କାଟିବାକୁ ବସନ୍ତେ ସଦାଶିବ ପ୍ରବେଶି କହିଲେ ବତ୍ସ କ’ଣ କହୁଛ କୁହ । ରାଜା ଶୁକ ଶାରୀ ମାଂସ ଦେଖାଇ କହିଲା ଏ ଦହିଁଙ୍କୁ ଜୀବନ ଦିଅ । ପ୍ରଭୁ ବିଶ୍ୱେଶ୍ୱର ଜଳ ସିଂଚି ଏ ଶୁକଶାରୀଙ୍କୁ ଜୀବନ ଦେଲେ । ରାଜା ବିକ୍ରମାଦିତ୍ୟ ଶୁକଶାରୀଙ୍କୁ ଦେଖି ଆନନ୍ଦିତ ହେଲେ । ଶୁକଶାରୀଙ୍କୁ ଘେନି ଆନନ୍ଦରେ ରାଜ୍ୟକୁ ଫେରି ରାଜ୍ୟ ଶାସନ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ