ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅତି ଲୋଭରୁ ମୃତ୍ୟୁ

ବାରଣାସୀ ନାମକ ଏକ ନଗର ଥିଲା । ସେହି ନଗରରେ ଜଣେ ଶୁଦ୍ଧପୂତ ତଥା ବେଦଜ୍ଞ ବ୍ରାହ୍ମଣ ବାସ କରୁଥାଆନ୍ତି । ବ୍ରାହ୍ମଣ ଜ୍ଞାନରେ ଯେପରି ଅପରିସୀମା ସରଳତାରେ ସେହିପରି ।

                ବ୍ରାହ୍ମଣମାନଙ୍କର ସାମାନ୍ୟ ଭାବରେ ଚାଷଜମି ଥାଏ । ସେହି ଚାଷ ଜମିରେ ଯାହା ଧାନ, ମୁଗ, ବିରି ଆଦି ଫସଲ ଆମଦାନୀ ହୁଏ ସେଥିରେ ସେ ନିଜର ପରିବାରକୁ ଅଧାଦିନ ଆହାର ଯୋଗାଇ ଥାଆନ୍ତି । ଅବଶିଷ୍ଟ ଅଧା ସମୟକୁ ନଗର ବାସୀଙ୍କର ଯେଜମାନି ଆଦି କାର୍ଯ୍ୟ କରି ଯାହା ପାଆନ୍ତି ସେହିଥିରେ ହିଁ ଚଳାଇ ଦିଅନ୍ତି ।

                ଏକ ସମୟରେ ବ୍ରାହ୍ମଣଙ୍କର ଚାଷ ଜମିରେ ଆଦୌ ଭଲ ଫସଲ ହେଲା ନାହିଁ । ବିଚରା ବ୍ରାହ୍ମଣ ବଡ଼ ଅସୁବିଧାରେ ପଡ଼ିଲେ । ତଥାପି ସେ ବସୁଧାକୁ କେବେ ନିନ୍ଦନ୍ତି ନାହିଁ । ଫସଲ ହେଉ ବା ନ ହେଉ ପ୍ରତିଦିନ ବ୍ରାହ୍ମଣ ନିଜର ଚାଷ ଜମିକୁ ଯାଆନ୍ତି ଜମିକୁ ସଫା ସୁତୁରା କରି ରଖିବା ତାଙ୍କର ଶ୍ରଦ୍ଧାର କାମ । ଦିନେ ବ୍ରାହ୍ମଣ ଜମି ଉପରେ କାର୍ଯ୍ୟ କରିବା ମଧ୍ୟରେ ଦ୍ୱିପ୍ରହର ସମୟ ହୋଇଯାଇଛି । ମୁଣ୍ଡ ଉପରେ ଟାଣ ଖରା ପଡ଼ିବାରୁ ବ୍ରାହ୍ମଣଙ୍କୁ ଖୁବ୍ କଷ୍ଟ ହେଲା । ପାଟିଟା ତାଙ୍କର ଅଠା ଅଠା ହୋଇଗଲା । ଟିକେ ଖରା ଟାଳିବାକୁ ସେ ଜମି ଉପରେ ଥିବା ବରଗଛ ମୂଳକୁ ଆସି ଥଣ୍ଡା ପବନରେ ବସି ପଡ଼ିଲେ । ଠିକ୍ ଏତିକିବେଳେ ପାଖ ହୁଙ୍କାରେ ଥିବା ନାଗ ସାପଟି ସେମିତି ଥଣ୍ଡା ପବନ ପାଇବାକୁ ବାହାରକୁ ବାହାରି ଆସି ଦେଖିଲା ଯେ ଗଛ ମୂଳରେ ବ୍ରାହ୍ମଣ ଜଣଙ୍କ ବସିଛନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ