ଦୁନିଆଁରେ ଯେତେ ଜୀବଜନ୍ତୁ ଅଛନ୍ତି ସେମାନଙ୍କର ଭୟ କେବଳ ଏହି ସଂସାରର ମଣିଷ ଗୁଡାଙ୍କୁ । କାରଣ ସମସ୍ତ ଜୀବଜନ୍ତୁଙ୍କ ଠାରୁ ବଡ଼ ହିଂସ୍ର, ଗର୍ବୀ, ଅହଂକାରୀ ହେଉଛି ଏହି ମଣିଷ । ସେଥିଲାଗି ମଣିଷଟିଏ ଦେଖିବାମାତ୍ରେ ସଂସାରରେ ଯେତେ ଜୀବଜନ୍ତୁ ଅଛନ୍ତି ସମସ୍ତେ ପ୍ରାଣ ଭୟରେ ପଳାଇଯାଆନ୍ତି । ନାଗ ସାପ ମଧ୍ୟ ଦେଖିଲା ସଂସାର ମଧ୍ୟରୁ ଏହି ବ୍ରାହ୍ମଣ ଜଣଙ୍କ ମଧ୍ୟ ଗଛ ମୂଳେ ବସିଛି । ବ୍ରାହ୍ମଣଙ୍କୁ ଦେଖି ସାପର ମଧ୍ୟ ଭୟ ହେଲା । ସେଥିଲାଗି ସେ ତାର ଫଣା ଟେକି ଦୂରରେ ଥାଇ ଫଁ ଫଁ ହେଲା ।
ବ୍ରାହ୍ମଣ ବେଦଜ୍ଞ । ତାଙ୍କର ପ୍ରାଣୀଙ୍କ ଠାରେ ବହୁତ ଦୟା । ସେ ମଧ୍ୟରେ ନାଗ ସାପରମନର ଅସଲ ଉଦ୍ଧେଶ୍ୟ ବୁଝି ପାରିଲେ । ସେ ଜାଣିଥିଲେ ଯେ ଏପରି ଫଁ ଫଁ ହେବାର ପ୍ରକୃତି ସାପମାନଙ୍କର ଯେତେବେଳେ ଆସେ ସେତେବେଳେ ସେମାନଙ୍କର ଭୟ ଏହି ମଣିଷ ପ୍ରତି ହୋଇଥାଏ ।
ବ୍ରାହ୍ମଣ ତାହା ଜାଣିପାରି ନିଜ ଗୁଣେ ନାଗ ଦେବତାଙ୍କୁ ହାତଯୋଡ଼ି ପ୍ରଣାମ କରି କହିଲା, ହେ ନାଗ ଦେବତା! ମୁଁ ଆଜିଯାଏ ଜାଣିନଥିଲି ଯେ ତୁମେ ମୋର କ୍ଷେତ ମଧ୍ୟରେ ରହି ଅପୂଜା ଅଛ । ସେଥିଯୋଗୁଁ ମୋ କ୍ଷେତରେ ଭଲ ଫସଲ ହେଉ ନାହିଁ । ମୋର ଏଥିରେ ଭୁଲ ହୋଇଛି । ଆପଣ ଏଣିକି ମୋ ପ୍ରତି ସଦା ସର୍ବଦା ଦୟା ରଖିଥିବେ ନାଗ ଦେବତା ।
ଏହାପରେ ବ୍ରାହ୍ମଣ ଘରକୁ ଆସିଲେ । ତା’ ପର ଦିନଠାରୁ ପ୍ରତିଦିନ ନାଗ ଦେବତାଙ୍କୁ ଦୁଗ୍ଧ ସମର୍ପଣ କରିସାରି ସେଠାରେ ଦୁଗ୍ଧ ପାତ୍ର ଥୋଇଦେଇ ନିଜ ଗୃହକୁ ପଳାଇ ଯାଆନ୍ତି । ତା’ ପରଦିନ ସକାଳ ହେଲେ ପୂର୍ବପରି ବ୍ରାହ୍ମଣ ଆସନ୍ତି ପୂଜା କରିବା ନିମନ୍ତେ । ସେ ସେଠାକୁଆସି ଖୁବ୍ ଆଶ୍ଚର୍ଯ୍ୟ ହୁଅନ୍ତି ଯେ ନାଗ ଦେବତା ତାଙ୍କ ସମର୍ପିତ ଦୁଗ୍ଧ ତକ ପିଇଦେଇ ସେହିପାତ୍ରରେ ଗୋଟିଏ ସୁବର୍ଣ୍ଣର ମୋହର ଥୋଇଦେଇ ଥାଆନ୍ତି । ବ୍ରାହ୍ମଣ ତାହାକୁ ଭଗବାନଙ୍କର ତାଙ୍କପ୍ରତି ଦୟା ତଥା କରୁଣାର ଭାବ ମନେ କରି ସୁବର୍ଣ୍ଣର ମୋହରଟିକୁ ଧରି ନିଜ ଗୃହକୁ ଫେରିଯାଆନ୍ତି ।