ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଲୋଭି ବିଲୁଆର କାହାଣୀ

       ଅତି ଆନନ୍ଦ ହୋଇଥିବା ବିଲୁଆଟି ପ୍ରଥମେ ବନ୍ୟ ଶୁକର ତା’ ପରେ ଶିକାରି ପୁଅ ଓ ଧନୁରେ ଲାଗିଥିବା ଚମଡାକୁ ଶୁଙ୍ଘିବାକୁ ଲାଗିଲା । ସେ ମନେ ମନେ ଭାବିଲା, “ ଆହାଃ ଅନେକ ଦିନ ଧରି ଏହାକୁ ଖାଇବି । ଏଥିରୁ କାହାରିକୁ ଭାଗ ଦେବି ନାହିଁ । ଆଜି କାହାକୁ ଖାଇବି? କାହାକୁ ଖାଇବି? ମଣିଷଟାକୁ ନା ନା, ତା’ର କଅଁଳିଆ ମାଉଁସ କାଲି ସକାଳେ ଆରାମ୍ରେ ବସି ଖାଇବି । ବନ୍ୟ ଶୁକରଟା ଆଜି ରାତିରେ ଖାଇବି? ନା, ଏହାକୁ ରାତିରେ ଖାଇବି ନାହିଁ । ଏହାର ଚମଡା ବହୁତ ଟାଣ । ରାତିରେ ଟାଣି ଛିଣ୍ଡାଇବା ବହୁତ କଷ୍ଟ ହେବ । ତା’ ପରେ ରାତିରେ ତ ଜମା ଭୋକ ନାହିଁ । ଆଃ, କି ସୁନ୍ଦର ବାସନା । ”

       ମନେ ମନେ ଏହି କଥା ଭାବି ଧନୁରେ ଲାଗିଥିବା ହରିଣ ଚମଡାକୁ ଖାଇବା ପାଇଁ ସ୍ଥିର କରି, ସେ ଚମଡାକୁ ଚାଟିବାକୁ ଲାଗିଲା । ତା’ପରେ ଚମଡାଟି ଛିଣ୍ଡିଯାଇ ବିଲୁଆ ଛାତିରେ ଖୁବ୍ ଜୋର୍ରେ ବାଜିଲା । ଲୋଭି ବିଲୁଆଟି ସେହିଠାରେ ଟଳିପଡିଲା ।

       ଅତି ଲୋଭ ହିଁ ମୃତ୍ୟୁର କାରଣ ହୋଇଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ