ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶଙ୍କରର ବୈରାଗ୍ୟ

ବିଦ୍ୟାନନ୍ଦ ସ୍ପଷ୍ଟ କହିଲେ କି ଗୃହସ୍ଥଙ୍କ ପାଇଁ ଏହି ଆଶ୍ରମରେ କୌଣସି ସ୍ଥାନ ନାହିଁ । ତଥାପି ମଧ୍ୟ ସେ ଶଙ୍କର କିଛି ଶୁଣିଲା ନାହିଁ । ସେ ତାଙ୍କ ପାଦ ଧରି ବଡ ଅନୁନୟବିନୟ କଲା । ତା’ପରେ ବିଦ୍ୟାନନ୍ଦ କହିଲେ, “ଏବେ କିଛିଦିନ ଏଠି ରୁହ । କିନ୍ତୁ ମୁଁ ପରେ ତୁମ ପାଇଁ କ’ଣ ଆବଶ୍ୟକ ତାହା ବୁଝାଇ ଦେବି ।”

ସପ୍ତାହକ ମଧ୍ୟରେ ଶଙ୍କରକୁ ସେଠିକା ଆଶ୍ରମଜୀବନ ବଡ କଷ୍ଟ ଲାଗିଲା । ତା’ର ମନେହେଲା ସେଠାକାର କଠୋର ନିୟମ ପାଳନ କରିବା ଦୁରୂହ ବ୍ୟାପାର । ସେଠାକାର ସାତ୍ୱିକ ଆହାର ସବୁଦିନେ ଖାଇବା ବଡ କଷ୍ଟ । ଦିନେ ଦୁଆରେ ସେ ଶୋଇଥିଲା । ତାକୁ ବିଦ୍ୟାନନ୍ଦ ଉଠାଇଲେ । ସେ ବ୍ୟସ୍ତ ହୋଇ କହିଲା, “କ’ଣ ହେଲା ଆଜ୍ଞା?”

“ଶଙ୍କର, ଏପରି କିଛି ଘଟି ନାହିଁ ଯେ, କିଛି ସମୟ ପୂର୍ବରୁ ମୁଁ ଜପ କରିବାକୁ ଆସି ଦେଖିଲି ଜପମାଳା ନାହିଁ । ଉଠି ଦେଖେ ତ ମାଳାଟି ଗଲା କୁଆଡେ!” ଏତିକି କହି ସେ ଶଙ୍କରକୁ ସେହି ଆଶ୍ରମ ବାହାରକୁ ନେଇଗଲେ ।

ଶଙ୍କର ପଚାରିଲା “ଆଜ୍ଞା ଆପଣ ଶୋଇବା ପୂର୍ବରୁ ଜପମାଳା କେଉଁଠି ରଖିଥିଲେ କିଛି ମନେ ଅଛି କି?”

“ମୋର ତ ଖାଲି ଏତିକି ମନେ ପଡୁଛି ଯେ, ମୁଁ ତ ମୋ କକ୍ଷର ଗୋଟିଏ କୋଣରେ ତାକୁ ରଖିଥିଲି । ଘରଭିତରେ ତ ବହୁତ ଅନ୍ଧକାର, କିନ୍ତୁ ଦୁଆରେ ଜହ୍ନ ପଡିଛି ।” ସାଧୁ ଏହା କହିଲେ ଓ ତତ୍ପରେ ସେ ଦୁଇଜଣ ବାହାରକୁ ଆସିଲେ । ସାଧୁଙ୍କ ଏଭଳି କଥା ଶୁଣି ସେ ଶଙ୍କରକୁ ଭାରି ହସ ମାଡିଲା । ସେ ହସ ଚାପିରଖି କହିଲା, “ଆଜ୍ଞା, ଯେଉଁଠି ଜିନିଷ ହଜିଯାଏ, ସେଇଠି ସିନା ଖୋଜା ହୁଏ । ବାହାରେ ଖୋଜିଲେ ତାହା କିପରି ମନେ ପଡିବ?”

ତା’ କଥା ଶୁଣି ବିଦ୍ୟାନନ୍ଦ ଅଳ୍ପ ହସି କହିଲେ, “ତୁମେ ଠିକ୍ କଥା କହିଛ । କିନ୍ତୁ ତୁମେ ତ ତାହାହିଁ କରିଛ । ପରିବାରରେ ଯେଉଁ ସୁଖ, ଶାନ୍ତି ମଣିଷ ପାଏ, ତାହା ସେ ଯଦି ନିଜେ ହରାଇ ଥାଏ, ତାହା ତ ସେ ନିଜେ ସେହି ଘରୁହିଁ ପାଇବ । ଯେଉଁଠି ହଜାଇଥିବ ପୁଣି ସେଇଠୁହିଁ ପାଇବ । ତୁମେ ଘରୁ ବିରକ୍ତ ହୋଇ ଆସି ଏଠାରେ ଭଗବାନ୍ଙ୍କୁ ପାଇବାପାଇଁ ଚେଷ୍ଟା କଲେ ତାହା ପାଇବା ତ ବଡ କଷ୍ଟ ।

ଶଙ୍କର ଏହିକଥାର ଗୁଢାର୍ଥକୁ ବୁଝିଗଲା । ସେ ସଙ୍ଗେ ସଙ୍ଗେ ସାଧୁଙ୍କର ପାଦଛୁଇଁ ପ୍ରଣାମ କରି କହିଲା, “ଆଜ୍ଞା, ଆପଣହିଁ ମୋର ଆଖି ଖୋଲିଦେଲେ । ମୁଁ କାଲି ଆମ ଗ୍ରାମକୁ ଫେରିଯିବି ଓ ଆପଣଙ୍କ ଉପଦେଶ ଅନୁସାରେ ଜୀବନ ବିତାଇବି ।”

ବିଦ୍ୟାନନ୍ଦ ଶଙ୍କରକୁ ଆଶିର୍ବାଦ ଦେଇ କହିଲେ, “ଏଥିରେ ଏତେ ଉତ୍କଣ୍ଠିତ ହେବାର କିଛି ନାହିଁ, ରାତିଟି ଆରାମ୍ରେ ଶୋଇ କଟାଅ । ରାତି ପାହିଲେ ତୁମ ପତ୍ନୀଙ୍କୁ ସାଙ୍ଗରେ ନେଇ ଗ୍ରାମକୁ ଫେରିଯାଅ ।”

ସ୍ତ୍ରୀ କଥା ଶୁଣି ଶଙ୍କର ଭୀଷଣ ଭାବେ ଆଶ୍ଚର୍ଯ୍ୟ ହେଲା । ସେ ଜାଣି ନଥାଏ କି ତା’ ସ୍ତ୍ରୀ ମଧ୍ୟ ସେହି ଆଶ୍ରମକୁ ଆସି ବିଦ୍ୟାନନ୍ଦଙ୍କୁ ସମସ୍ତ କିଛି କହିଛି ଓ ଶପଥ ନେଇଛି ଯେ ଭବିଷ୍ୟତରେ ସେ ଆଉ କେବେମଧ୍ୟ ତା’ ଶାଶୁ ସହିତ କଳି କରିବ ନାହିଁ । ମିଳିମିଶି ଚଳିବ । ଶଙ୍କରର ମନରେ କୌଣସି ଦୁଃଖ ଦେବ ନାହିଁ । ସେ ବିଦ୍ୟାନନ୍ଦଙ୍କୁ କାକୁତିମିନତି ହୋଇ କହିଛି ଯେପରି ସ୍ୱାମୀଙ୍କୁ ଫେରାଇ ଦିଆ ଯାଏ । ଶଙ୍କର ସବୁ ଶୁଣିଲା ଓ ବୁଝିଲା । ରାତ୍ରି ପ୍ରଭାତ ହେବା ମାତ୍ରେ ସ୍ୱାମୀସ୍ତ୍ରୀ ଦୁହେଁ ବିଦ୍ୟାନନ୍ଦଙ୍କ ଆଶିର୍ବାଦ ନେଇ, ତାଙ୍କଠାରୁ ବିଦାୟ ନେଇ ନିଜ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କଲେ । ଶଙ୍କରର ବୈରାଗ୍ୟ ସେଇଠି ଶେଷ ହେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ