ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶତ୍ରୁକୁ ସତ୍କାର

ଏହା ପରେ ହିଂସା ଭାବ ବହନ କରି ଆସି ଥିବା ସାପ ରାଜାଙ୍କ ଠାରୁ ବିଦାୟ ନେଇ ଚାଲି ଗଲା । ତାହା ଦେଖି ସେଠାରେ ଉପସ୍ଥିତ ରାଜ କର୍ମଚାରୀ ମାନେ ବିସ୍ମିତ ହୋଇ କାଠ ପୁତଳିଟି ପରି ଠିଆ ହୋଇ ରହିଲେ ।

ତେଣେ ରାଣୀ ଅନ୍ତଃପୁରରେ ଥାଇ ଏ ସମ୍ବାଦ ଶୁଣି ପାରି ତାଜୁବ୍ ହୋଇ ଗଲେ । ସେ ସଙ୍ଗେ ସଙ୍ଗେ ରାଜାଙ୍କ ନିକଟକୁ ଚାଲି ଆସି ପଚାରିଲେ – ଛାମୁ କିପରି ଜାଣି ପାରି ଥିଲେ ଯେ ଆଜି ସାପ ଆସି ଛାମୁଙ୍କୁ ଦଂଶନ କରିବ ବୋଲି ।

ଏଥର ରାଣୀ ରାଜାଙ୍କୁ ଯାହା ପ୍ରଶ୍ନ କଲେ ତାହା ଶୁଣି ରାଜା ବ୍ୟସ୍ତ ହୋଇ ପଡିଲେ । ସେ କଥା ତ ସେ କାହାକୁ କହିବେ ନାହିଁ, ତେଣୁ ରାଣୀଙ୍କୁ କହିଲେ । ଏହି ଗୋପନ କଥାଟିକୁ ଅନ୍ୟ ମାନଙ୍କ ଆଗରେ କହିବା ନିମନ୍ତେ ବାରଣ କରା ଯାଇଛି ।

ରାଣୀ କିନ୍ତୁ ରାଜାଙ୍କର ସେହି କଥା ଜାଣିବା ଲାଗି ଜିଦ୍ ଧରି ବସିଲେ ।

ରାଜା କହିଲେ – ଏହି କଥାକୁ ଯେବେ ମୁଁ ପ୍ରକାଶ କରି ଦେବି । ତାହା ହେଲେ ମୋର ଜୀବନ ପ୍ରତି ନିଶ୍ଚୟ ବିପଦ ଆସିବ – ତା’ର ପ୍ରତି ଫଳ ମୋତେ ଭୋଗ କରିବାକୁ ହେବ । ମୁଁ ଯଦି ପଥର ହୋଇ ଯାଏ ତାହା କ’ଣ ତୁମ ଲାଗି ମଙ୍ଗଳ ହେବ ।

ରାଣୀ କିନ୍ତୁ ରାଜାଙ୍କର ସତ କଥାକୁ ବୁଝିବାକୁ ଆଦୌ ଚେଷ୍ଟା କଲେ ନାହିଁ । ସେ କେବଳ ଅଭିମାନ ଭରା ରାଗରେ ଗର ଗର ହେବାକୁ ଲାଗିଲେ, – ସେ କହିଲେ ଛାମୁ ପଥର ହୋଇ ଯାଆନ୍ତୁ ପଛକେ ମୋର ସେଥି ଲାଗି କିଛି ବୁଝିବାର ନାହିଁ । ମୁଁ କିନ୍ତୁ ସତ କଥା ଜାଣିବାକୁ ଚାହେଁ । ଯଦି ସେ କଥା ମୋ ନିକଟରେ ଗୋପନ ରଖିବ ତାହା ହେଲେ ମୁଁ ବିଷ ଖାଇ ଦେବି କି ଜହର ଖାଇ ଦେବି ।

ରାଣୀଙ୍କ ମନରେ ରାଜା କେବେ ଦୁଃଖ ଦେବାକୁ ଚାହୁଁ ନଥିଲେ । ସଂସାର ଭିତରେ ସେ କେବଳ ରାଣୀଙ୍କୁ ହିଁ ଜୀବନ ଦେଇ ଭଲ ପାଉ ଥିଲେ । ସେଥି ଲାଗି ଗୋଟିଏ ମୁହୂର୍ତ ମଧ୍ୟ ରାଣୀଙ୍କୁ ସେ ଅନ୍ତର କରି ପାରୁ ନଥିଲେ । ତେଣୁ ସେ ଶେଷ କଥାରେ ରାଣୀଙ୍କୁ କହିଲେ – ଆଚ୍ଛା ଠିକ୍ ଅଛି, ମୋର ପଥର ହୋଇ ଯିବାକୁ ଯେବେ ତୁମେ ଚାହୁଁଛ ତାହା ହେଲେ ମୁଁ ତୁମକୁ ସେ କଥା ନିଶ୍ଚୟ କହିବି । ତାହା ହେଲେ ଆମକୁ ଏବେ ଗଙ୍ଗା କୂଳକୁ ଯିବାକୁ ହେବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ