ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶତ୍ରୁ କିଏ?

                ସେ ଚାଲିଥାଏ । ବିଚରା ଶଙ୍କର ତାକୁ ବୁଝାଇବାକୁ ଅନେକ ଚେଷ୍ଟା କରି ତା’ପଛେ ପଛେ ଚାଲିଥାଏ ।

                ଅଳ୍ପ ଦୂରରେ ଗୋଟିଏ ସରୋବର । ସେଠି ଜ୍ୟୋତିପୁରର ରତ୍ନାକର ବସି ବନ୍ସିରେ ମାଛ ଧରୁଥାଏ ।

                “ଦେଖ, ଦେଖ, ରତ୍ନାକର ଏଣେ ବସିରହି ଆରାମ୍ କରୁଛି, ତେଣେ ମାଛ ଆସି ତା’ ପାଖରେ ଜମା ହେଉଛନ୍ତି । ବିକିବ, ଟଙ୍କା ପାଇବ । ଏହାକୁ ସୌଭାଗ୍ୟ କହନ୍ତି ।”

                ସୁମତି ଏ ମନ୍ତବ୍ୟ ଦେଇ ରତ୍ନାକରର ମାଛ ଖେଳେଇ ଭିତରକୁ ହାତ ଭର୍ତ୍ତି କରିଦେଲା । ତହିଁ ଭିତରେ କେତୋଟି କଙ୍କଡା ଥିଲେ । ସେଥିରୁ ଗୋଟିଏ ସୁମତିର ଆଙ୍ଗୁଳି ଖଣ୍ଡିଆ କରିଦେଲା ।

                ଫଳରେ ସେ ସୁମତି ଚିତ୍କାର କରି କହିଲା, “ହଇରେ ରତ୍ନାକର! ତୁ ମଧ୍ୟ ମୋର ଆଉ ଗୋଟିଏ ଶତ୍ରୁ! ଗୋଟିଏ ସ୍ଥାନରେ ମାଛ ଓ କଙ୍କଡା କିଏ କ’ଣ କେବେ ରଖନ୍ତି?”

                ରତ୍ନାକର କହିଲା “ଭାଉଜ! ମାଛ ଓ କଙ୍କଡା ତ ପୁଣି ଏକା ପୋଖରୀରେ ରହନ୍ତି! ଏକା ପାଛିଆରେ ସେମାନେ ପୁଣି ନ ରହିବେ କିଆଁ? ମୁଁ ଜାଲ ପକାଇ କଙ୍କଡା ଧରିଥିଲି । ସେମାନେ ମୋ ଉପରେ ପ୍ରତିଶୋଧ ନ ନେଇ ତମ ଉପରେ ନେଲେ! ଭାଉଜ! ତମ ଅବସ୍ଥା ବନ୍ସୀରେ ମୁଁ ଧରିଥିବା ଠିକ୍ ଏହି ମାଛ ଭଳି । ମାଛ ଯଦି ତା’ ମୁହଁ ଖୋଲି ନଥାନ୍ତା, ତେବେ ଥୋପ ଗିଳି ନଥାନ୍ତା କି ଧରା ବି ପଡି ନଥାନ୍ତା । ତମେ ସର୍ବଦା ମୁହଁ ଖୋଲି କେବଳ ନିଜ ପାଇଁ ଶତ୍ରୁ ତିଆରି କରି ଚାଲିଛ ସିନା!”

                “ଚୁପ୍ କର! ମୁଁ ଏ ଗାଁ ଛାଡି ଯାଉଛି ।”

                ରତ୍ନାକର ପୁଣି କହିଲା “ଯିବ କୁଆଡେ? ତମେ ତ ଶତ୍ରୁକୁ ସାଙ୍ଗରେ ଧରି ଯାଉଛ!”

                ସୁମତି ତା’କଥାରେ ଖୁବ୍ ଆଶ୍ଚର୍ଯ୍ୟ ହୋଇ କହିଲା “ମାନେ?”

                ଏଥର ସେ ରତ୍ନାକର ତାଙ୍କୁ ବୁଝାଇ କହିଲା “ମାନେ ହେଲା, ତମ ଶତ୍ରୁ ତମେ ନିଜେ । ଏ କଙ୍କଡାର ଯେମିତି ଅନ୍ୟକୁ ଆଘାତ କରିବା ସ୍ୱଭାବ, ତମର ବି ଠିକ୍ ସେମିତି ସ୍ୱଭାବ । ସେ ସ୍ୱଭାବ ଯୋଗୁଁ ତମେ ଯୁଆଡେ ଗଲେ ସିଆଡେ ଶତ୍ରୁ ଦେଖିବ । କାହିଁକି ଭଲା ମହେନ୍ଦ୍ରର ବଗିଚାକୁ ତମେ ତମ ମଇଁଷିକୁ ଠେଲି ଦେଉଥିଲ! ଯାଅ, ଏବେ ଯୁଆଡେ ଯାଉଛ ଯାଅ!”

                “କାହିଁକି ଯିବି? ମୁଁ ତୋ କଥାରେ ଅଛି? ମୁଁ ମୋ ଘରେ ରହିବି ।” ଏହା କହି ସୁମତି ତା’ ଘରକୁ ଫେରିଗଲା । କିନ୍ତୁ ରତ୍ନାକର କଥା ସେ କାହିଁ କିଛି ଭୁଲି ପାରିଲା ନାହିଁ । ସେ ଯେ ନିଜେ ନିଜର ଶତ୍ରୁ, ଏତକ ସେ ଠିକ୍ ବୁଝିପାରିଲା ଓ କ୍ରମେ କ୍ରମେ ତା’ ସ୍ୱଭାବ ଓ ବ୍ୟବହାର ବଦଳିବାକୁ ଲାଗିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ