ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶତ୍ରୁ – ମିତ୍ର

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଗଛଲତାମାନଙ୍କ ଭିତରୁ ସାଇଁ ସାଇଁ ଶବ୍ଦ ଶୁଭୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଶୁଭୁଥାଏ ଅଶରୀରୀମାନଙ୍କ ଅଟ୍ଟହାସ୍ୟ । ଘନ ଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ଭୟାବହ ମୁହଁଟିମାନ ।

କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ଦ୍ୱିଧା ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷ ଆରୋହଣ କରି ଶବଟିକୁ ବାହାରକରି ଆଣିଲେ । ତେବେ ତାକୁ କାନ୍ଧରେ ପକାଇ ସେ ଶୁନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜା! ଏ ଦୁନିଆରେ କେତେବେଳେ ଶତ୍ରୁ ମିତ୍ରରେ ପରିଣତ ହୁଏ ତ ପୁଣି କେତେବେଳେ ମିତ୍ର ଶତ୍ରୁରେ ପରିଣତ ହୁଏ । ଗୋଟାଏ କାହାଣୀ କହୁଛି, ଶୁଣ । ଶୁଣିଲେ ତମର ଶ୍ରମଭାର ଲାଘବ ମନେ ହେବ ।”

ବେତାଳ ଗପିଲା: ଚିତପୁର ରାଜ୍ୟ ଉପରେ ରାଜା ଧର୍ମଗୁପ୍ତ ରାଜୁତି କରୁଥିଲେ  । ସେ ଜଣେ ସୁଶାସକ ଥିଲେ ।

ହଠାତ୍ ଦିନେ ରାତିରେ ସେନାପତି ପ୍ରାସାଦ ଅବରୋଧ କରି ରାଜା, ରାଣୀ ଓ ରାଜପୁତ୍ରଙ୍କୁ ଅସୀ ମୁନରେ ଭୟଭୀତ କରି ଠେଲି ଠେଲି ନେଇଯାଇ ପ୍ରାସାଦର ଗୋଟିଏ ବଡ କୋଠରୀରେ କାରାରୁଦ୍ଧ କଲା । ପରଦିନ ସେ ସିଂହାସନରେ ବସିଗଲା । ତା’ର ଏ କାର୍ଯ୍ୟରେ ଯିଏ ପ୍ରତିବାଦ କରିବ ବା ବାଧା ଦେବ, ସିଏ ମୃତ୍ୟୁଦଣ୍ଡ ପାଇବ ବୋଲି ତା’ ଲୋକେ ଘୋଷଣା କରିଦେଲେ । ଏ ଅପ୍ରତ୍ୟାଶିତ ଘଟଣାରେ ଲୋକେ ସ୍ତବ୍ଧ ହୋଇ ରହିଲେ ।

କିନ୍ତୁ ରାଜାଙ୍କୁ ଯେଉଁ ଘରେ ବନ୍ଦୀ କରାଯାଇଥିଲା, ସେ ଘର ଭିତରୁ ଗୋଟିଏ ଗୋପନ ସୁଡଙ୍ଗ ପଥ ବଣ ଭିତରକୁ ଲମ୍ବି ଯାଇଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ