ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶତ୍ରୁ – ମିତ୍ର

ରାଜା ଏକାକୀ ସେ ସୁଡଙ୍ଗ ଭିତର ଦେଇ ଯାଇ ବଣରେ ବାହାରିଲେ । ସେ ଚାଲିଥାନ୍ତି, ଏହି ସମୟରେ ହଠାତ୍ ଜଣେ ଅଶ୍ୱାରୋହୀ ଆସି ତାଙ୍କୁ ଅଟକାଇଲା ଓ କହିଲା, “ତୁ ପିନ୍ଧିଥିବା ସୁନାହାର ଓ ରତ୍ନ ମୁଦିଟିମାନ ମୋତେ ଦେଇ ଦେ । ନହେଲେ ମରିବୁ । ମୁଁ ଡାକୁ ବିକଟବର୍ମା!”

ଡାକୁ ବିକଟବର୍ମା ନିକଟ ଅତୀତରେ ସେ ମୁଲକରେ ଭୀଷଣ ଉପଦ୍ରବ ଆରମ୍ଭ କରିଥିଲା ବୋଲି ରାଜା ତାକୁ ଧରିବାକୁ ପ୍ରବଳ ଚେଷ୍ଟା କରୁଥିଲେ । ବର୍ତ୍ତମାନ କିନ୍ତୁ ସେ ଚୁପ୍ଚାପ୍ ସୁନାହାର ଓ ରତ୍ନମୁଦି ବଢାଇ ଦେଲେ ଓ ମୃଦୁ ହସି ଚାଲିବାକୁ ଆରମ୍ଭ କଲେ ।

ଏସବୁ ଦେଖି ସେ ଡାକୁ ଆଶ୍ଚର୍ଯ୍ୟ ହୋଇ ପଚାରିଲା, “ରୁହ । ତମେ କିଏ? ଦେଖୁଛି, ତମେ ମୋତେ ଡରିଲ ନାହିଁ କି ମୋର ପ୍ରତିରୋଧ ବି କଲ ନାହିଁ । ଏତେ ମୂଲ୍ୟବାନ୍ ଜିନିଷ ସମର୍ପି ଦେଇ ଦୁଃଖିତ ବି ହେଲନାହିଁ । ସତ କୁହ, ତମେ କିଏ?”

ତା’ପରେ ରାଜା କହିଲେ “ମୁଁ ରାଜା ଧର୍ମଗୁପ୍ତ । ମୋ ସେନାପତି ମୋ ପଛରେ ଷଡଯନ୍ତ୍ର କରି ମୋ ସିଂହାସନ ମାଡି ବସିଛି । ତମେ ତ ତା’ ତୁଳନାରେ ପ୍ରଶଂସନୀୟ । କାରଣ ତମେ ଅନ୍ତତଃ ଆଗକୁ ଆସି ଧମକ ଦେଇ ମୋ ଜିନିଷ ନେଲ । ସେଥିପାଇଁ ମୁଁ ହସିଲି ।”

ରାଜାଙ୍କ କଥା ଶୁଣି ଡାକୁ ଘୋଡାରୁ ଓହ୍ଲାଇ ପଡି ରାଜାଙ୍କୁ ନମସ୍କାର କଲା ଓ କହିଲା, “ମହାରାଜ! ମୋର ଦସ୍ୟୁଦଳ ଧରି ମୁଁ ଯାଇ ସେନାପତି ଉପରେ ହାମ୍ଲା କରିବାକୁ ପ୍ରସ୍ତୁତ ।”

ତହୁଁ ରାଜା କହିଲେ, “ଧନ୍ୟବାଦ । ଯଦି ତମ ସାହାଯ୍ୟ ମୋର ଲୋଡା ହେବ, ତେବେ ଅବଶ୍ୟ ତମ ପାଖକୁ ମୁଁ ଖବର ପଠାଇବି!”

ଏହା ପରେ ରାଜା ଆଉ କିଛି ବାଟ ଅଗ୍ରସର ହୋଇଛନ୍ତି, ଦେଖିଲେ ଗୋଟାଏ ରାକ୍ଷସ ଗୋଟାଏ ଶୁକର ଧରି ପକାଇ ତାକୁ ଖାଇବାକୁ ଉଦ୍ୟତ ହେଉଛି । ସେ ଶୁକର ଭୀଷଣ ରଡି କରୁଥାଏ । ରାଜା ନ ଦେଖିଲା ଭଳି ଆଗକୁ ଚାଲିଲେ ।

“ତମେ କିଏ?” ରାକ୍ଷସ ଆଶ୍ଚର୍ଯ୍ୟ ହୋଇ ପଚାରିଲା ଓ କହିଲା, “ମୋ ଭଳି ଜଣେ ରାକ୍ଷସ ଆଗରେ ତିଳେ ବି ଛାନିଆ ନ ହେବା ଭଳି ମଣିଷ ଆଜି ମୁଁ ପ୍ରଥମ ଥର ପାଇଁ ଦେଖିଲି ।”

ରାଜା କହିଲେ, “ମୁଁ ଏ ରାଜ୍ୟର ରାଜା ଧର୍ମଗୁପ୍ତ ।” ଏହା ପରେ ସେ କିପରି ତାଙ୍କ ସେନାପତିର ବିଶ୍ୱାସଘାତକତା ଯୋଗୁଁ ବନ୍ଦୀ ହୋଇଥିଲେ ସେ ସମସ୍ତ କଥା ବର୍ଣ୍ଣନା କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ