ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶାଶୁଙ୍କ ଜୋଇଁ ଡାକରା

 ଦିନେ ଗୋପାଳ ଭାଣ୍ଡର ସ୍ତ୍ରୀ ଗୋପାଳଙ୍କୁ କହିଲେ – ଆହେ ଅନେକ ଦିନ ହେଲା ଜୋଇଁ ଆସି ନାହାଁନ୍ତି । ଏ କଥାରେ କ’ଣ ଜୋଇଁଙ୍କ ମନରେ ଦୁଃଖ ହେଉ ନଥିବ? ସଂସାରର ଭଲ ମନ୍ଦ ତ କିଛି ବୁଝିଲ ନାହିଁ । ତୁମ୍ଭେ ଘରଠୁ ରାଜା ଦୁଆର ଓ ରାଜ ଦୁଆରଠୁ ଘର ଏହାହିଁ ତୁମ୍ଭ ପକ୍ଷରେ ଯଥେଷ୍ଟ ହୋଇଛି । ମୁଁ କେତେ ଥର ଏ କଥା କହିଲିଣି ହଁ ମାରି ନିଶ୍ଚିନ୍ତ  । ଯାହା ହେଲେ କାଲି ଦିନରେ ଜୁଆଇଁକି ନିଶ୍ଚେ ଆଣିଲେ ତେବେ ଯାଇ ସବୁ କଥା । ଗୃହିଣୀର ଏଭଳି ଜିଦ୍ କଥା ଗୋପାଳ ବୁଝି ପାରି ଭାବିଲା ଜୋଇଁ ଆସିଲେ କେତେ ଖରଚ ତାହା ତ ଜାଣନ୍ତି ନାହିଁ । ଆଚ୍ଛା ଏଥର ଅକଲ ଦେବାକୁ ହେବ । ଏକ ଢେଲାରେ ଦୁଇଟି ଚଢେଇ ମାରିବାକୁ ହେବ । ଯେପରିକି ଶାଶୁ ଆଉ ଥରେ କହିବ ନାହିଁ, କି ଜୋଇଁ ସହଜରେ ଆସିବ ନାହିଁ । ଏହା ଭାବି କରି ଗୋପାଳ କହିଲେ – ଆଚ୍ଛା ଭଲ ଭଲ ଖାଦ୍ୟ ପଦାର୍ଥ ଯୋଗାଡ କର । ମୁଁ ଯାଉଛି ଜୋଇଁ କି ନେଇ ଆସିବି । ଗୋପାଳ ଜୋଇଁଙ୍କ ଘରକୁ ଯାଇ ଜୋଇଁକି ନେଇ ଆସିଲେ । ଜୋଇଁ ଦି’ ଦିନ ରହିଲେ ଶାଶୁ ମଧ୍ୟ ଜୋଇଁକୁ ଖୁବ୍ ଯତ୍ନ କରି ମାଛ, ମାଂସ, ଖିରୀ, ପୁରୀ, ମିଠେଇ ନାନା ପ୍ରକାର ପିଠା ପଣା ଖୋଇଲେ । ଦିନକୁ ଦୁଇ ଦିନ ହୋଇ ଗଲା ତଥାପି ଜୋଇଁବି ବିଦାୟ ନେଇ ଗ୍ରାମକୁ ଯିବାକୁ ଆଉ ମନ କଲେ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ