ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶାଶ୍ୱତର ଆକର୍ଷଣ

         ମହାରାଜ ତଦନୁଯାୟୀ ଏକ ଚିତ୍ରଶାଳା ନିର୍ମାଣ କରିଦେଲେ । ଏକ ପ୍ରଦର୍ଶନୀର ଆୟୋଜନ କରାଗଲା । ସେଦିନ ଏକ ବିରାଟ ଧ୍ୱଜା ପ୍ରଦର୍ଶନୀର ପ୍ରବେଶ ଦ୍ୱାରରେ ଲଗାଇ ଦିଆଗଲା । ଏହି ଧ୍ୱଜା ଏତେ ସୁନ୍ଦର ଥିଲାଯେ ଆସୁଥିବା ଓ ଯାଉଥିବା ସମସ୍ତ ଲୋକଙ୍କର ଦୃଷ୍ଟି ସେ ଧ୍ୱଜା ଉପରେ ପଡୁଥିଲା । ଗୋଟିଏ ଭାଷାରେ କହିଲେ ଏହା ଆକର୍ଷଣର କେନ୍ଦ୍ର ଥିଲା । ପ୍ରଦର୍ଶନୀ ଉଦ୍ୟାପିତ ହେବା ପରେ ବ୍ୟବହୃତ ସାମଗ୍ରୀ ଯଥା ସ୍ଥାନକୁ ପଠାଇ ଦିଆଗଲା । ଦିନେ ରାଜା ଦେଖିଲେ ପ୍ରାସାଦର ଏକ କୋଣରେ ଗୋଟିଏ ଚକ୍ମକ୍ କରୁଥିବା କପଡା ଅବ୍ୟବସ୍ଥିତ ଭାବରେ ପଡିଛି । ଏହା କ’ଣ ବୋଲି ରାଜା ପ୍ରଶ୍ନ କରିବାରୁ କର୍ମଚାରୀ କହିଲେ ଏହା ସେହି ଧ୍ୱଜା ଯାହା ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ବିନ୍ଦୁ ଥିଲା । ଉତ୍ତର ଶୁଣି ରାଜା ସେହି ବସ୍ତୁଟିକୁ ଉଠାଇ ଦେଖିବା ପରେ ଏକ ଶାଶ୍ୱତ ସତ୍ୟ ଉପଲବ୍ଧ କଲେ । ଚିନ୍ତା କରିବାକୁ ଲାଗିଲେ ଦୁଇ ଦିନ ପୂର୍ବରୁ ଏହା ସମସ୍ତଙ୍କର ଆକର୍ଷଣ ଓ ପ୍ରଶଂସାର କେନ୍ଦ୍ର ବିନ୍ଦୁ ଥିଲା ଏଇଥି ପାଇଁ ଯେ ଏହା ଅତି ସୁନ୍ଦର ଥିଲା । ଏବେ ଏହାର ଦଶା ଏପରି ହୋଇଛି ଯେ ମୁହଁ ମାଡି ଅଦରକାରୀ ଭାବେ ଏକ କୋଣରେ ପଡିଛି । ଏହି ଅସାର ସଂସାରରେ ଯାହାସବୁ ସୁନ୍ଦର ଦେଖାଯାଉଛି ତା’ ଭିତରେ ନିହିତ କିଛି ଅସୁନ୍ଦର ବା କୁତ୍ସିତ ରୂପ । ସୁନ୍ଦର ଦେଖାଯାଉଥିବା ପୁଷ୍ପଟିଏ ପର ମୁହୂର୍ତ୍ତରେ ଝାଉଁଳି ମ୍ଳାନ ହୋଇ ଯାଉଛି । ଏହାର ଆକର୍ଷଣ ହରାଉଛି କୁରୂପ ହେବା ହେତୁ । କୌଣସି ପ୍ରାଣୀ, ବସ୍ତୁର ସୌନ୍ଦର୍ଯ୍ୟ ସ୍ଥାୟୀ ନୁହେଁ, ତେବେ ଏ ମାୟା ସଂସାର ପ୍ରତି କାହିଁକି ଏତେ ଆକର୍ଷଣ, କାହିଁକି ଏ କାମନା ବାସନା? ଏହା ତାଙ୍କର ହୃଦୟ, ଭାବନା ତନ୍ତ୍ରୀକୁ ଏଭଳି ଦୋହଲାଇ ଦେଇଥିଲାଯେ ସେ ନଶ୍ୱରକୁ ତ୍ୟାଗ କରି ଚିର ସୁନ୍ଦର ପରମାତ୍ମାଙ୍କ ଅନୁସନ୍ଧାନରେ ବାହାରିଯାଇଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ