ଦିବା ଆରମ୍ଭରେ କର ଭଗବତ୍ ସ୍ମରଣ;
ଦିବସ ଶେଷରେ କର ଭଗବତ୍ ମନନ;
ଭଗବତ୍ ଭାବରେ ପୁରିଯାଉ ସାରାଦିନ;
ଭଗବତ୍ସଙ୍ଗ ଧରି ବିତିଯାଉ ଦିନ ।
ପ୍ରତ୍ୟହ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ । ସେବା, ପୂଜା, ଜପ, ଧ୍ୟାନ ଓ ଚିନ୍ତନରେ ପ୍ରତ୍ୟେକଟି ଦିନ ବିତିଯାଉ । ସପ୍ତାହକେ ଥରେ କୌଣସି ନିକାଂଚନ ସ୍ଥାନକୁ ଚାଲିଯାଆନ୍ତୁ ଏବଂ ସେଠାରେ ଆତ୍ମଜିଜ୍ଞାସା କରନ୍ତୁ । ତା’ ହେଲେ ଆପଣ ଶୀଘ୍ର ଆଧ୍ୟାତ୍ମିକ ମାର୍ଗରେ ବିକଶିତ ହୋଇପାରିବେ ।
ଆତ୍ମସମର୍ପଣର ଫଳସ୍ୱରୂପ ଦିବ୍ୟକୃପା ମିଳେ । ଦିବ୍ୟକୃପାର ସାମାନ୍ୟ କେତୋଟି ବିନ୍ଦୁ ଆପଣଙ୍କୁ ଆନନ୍ଦର ସାଗର ପ୍ରଦାନ କରିଦେବ ।
ଅମୃତ ଆତ୍ମାର ଜ୍ଞାନ ଲାଭ କରିବା ତଥା ନିତ୍ୟତତ୍ତ୍ୱଙ୍କ ଠାରୁ ଅଭିନ୍ନ ହୋଇଯିବା ହିଁ ହେଉଛି ଜୀବନର ପରମ ଲକ୍ଷ୍ୟ ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଧର୍ମ ଅର୍ଥାତ୍ ସତ୍ ଗୁଣ; ଯେପରି ନିଆଁର ଧର୍ମ ଉତ୍ତାପ ଦେବା, ବରଫର ଧର୍ମ ଥଣ୍ଡା ଦେବା, ଅମ୍ଳଜାନର ଧର୍ମ ଜୀବକୁ ଜୀବନ ଦେବା ଇତ୍ୟାଦି । ଧର୍ମର ଅନ୍ୟନାମ ସତ୍ କର୍ମ; ନିଆଁର ଅସତ୍ ବ୍ୟବହାର ଜଣେ ନିର୍ଦୋଶକୁ ଜଳାଇ ଦେଇପାରେ ଏଠାରେ ଦୋଷ ନିଆଁର ନୁହେଁ ଦୋଷ ହେଉଛି ମନ୍ଦ ଉଦ୍ଦେଶ୍ୟର; ତେଣୁ ମନ୍ଦ ଉଦ୍ଧେଶ୍ୟ ହେଉଛି ପାପ ବା କୁକର୍ମ । ଯଦି ଧର୍ମ ନାମରେ କୁକର୍ମ କରଯାଏ ତାହା ଧର୍ମ ନୁହେଁ ତାହା ମଧ୍ୟ କୁକର୍ମ । ଧର୍ମନାମରେ କିଛିଲୋକ ନିଜ ନିଜ ଧାର୍ମିକ ବେପାର ଖୋଲି ବସିଛନ୍ତି । ଭଲ ଭଲ ବାଣୀ ବ୍ୟବହାର କରି ଲୋକଙ୍କୁ ଧର୍ମ ନାମରେ ଠକି ଚାଲିଛନ୍ତି; ଯଦି କୌଣସି କାର୍ଯ୍ୟ ତାର୍କିକ ଓ ଜନମଙ୍ଗଳକାରୀ ନୁହେଁ ସେପରି ଧାର୍ମିକ ନାମଧାରୀ କାର୍ଯ୍ୟରୁ ନିଜକୁ ବଞ୍ଚାନ୍ତୁ, କାରଣ ଯାହା ଆପଣ ଧର୍ମ ଭାବୁଛନ୍ତି ତାହା ଧର୍ମ ନୁହେଁ, ଧର୍ମ ନାମରେ ଅନ୍ଧବିଶ୍ୱାସ ଏବଂ କୁକର୍ମ ବା ପାପ । ଯଦି ସତ୍ କର୍ମ ହିଁ ଧର୍ମ ହୁଏ ତେବେ ସତ୍ କର୍ମ କରିବା ପାଇଁ କୌଣସି ଧର୍ମର ଆଳ ନେବାର କୌଣସି ଅବଶକ୍ୟତା ନାହିଁ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।