ଏହିପରି ଅନେକ ଉତ୍ତର ରାଜା ସଂଗ୍ରହ କଲେ; ହେଲେ ତାଙ୍କର ମନ ସେତିକିରେ ଆଦୌ ସନ୍ତୁଷ୍ଟ ହେଲାନାହିଁ ।
ବିଦୁଷକ ବସି ସବୁ ଦେଖୁଥା’ନ୍ତି । ସେ ତ ଏହି ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ । ତେଣୁ ସେ କହିଲେ, “ମହାରାଜ, ମୁଁ ମଧ୍ୟ କିଛି କହିବି । କିନ୍ତୁ ଆପଣ ସେଥିରେ ରୁଷ୍ଟ ହେବେନାହିଁ କଥା ଦିଅନ୍ତୁ ।”
ତହୁଁ ସେ ରାଜା ଆଦେଶ ଦେଲେ, “ନିର୍ଭୟରେ କୁହ ।”
ରାଜାଙ୍କଠାରୁ ନିର୍ଭୟ ପାଇ ବିଦୁଷକ କହିଲେ, “ଶିକ୍ଷାର ଆବଶ୍ୟକତା ସେଇଠାରେ ଯେଉଁଠି ବ୍ୟକ୍ତି ମନରେ କୌଣସି କିଛି ବିଷୟରେ ଶଙ୍କା ବା ସନ୍ଦେହ ରହିବ ନାହିଁ । ସେ ନିଜ ଜ୍ଞାନରେ ଦୃଢଥିବ ।”
ବିଦୁଷକଙ୍କର ଏଭଳି ଉତ୍ତର ଶୁଣି ସେ ଦରବାରର ସମସ୍ତେ ହସି ଉଠିଲେ । ରାଜା ଅଳ୍ପ ସମୟ ପାଇଁ ଟିକିଏ ଥତମତ ହେଲେ । ମାତ୍ର ତା’ପରେ ଦରବାରୀ ଲୋକଙ୍କ ସହିତ ମିଶି ସେ ମଧ୍ୟ ହସିଲେ ।