ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶିବ କୃପା

      ମଉସାଙ୍କ କହିବା ଅନୁସାରେ ନୃସିଂହ ଖୋଜି ଖୋଜି ଯାଇ ଏକ ପୁରୁଣା ଖପୁରୁଲି ଘରେ ପହଁଚି କବାଟ ବାଡେଇଲା । ଶେଷକୁ କବାଟ ଖୋଲିଲା । ତା’ପରେ ବୁଢାଟିଏ ହାତରେ ଛୋଟ ଦ୍ୱୀପଟିଏ ଧରି ଆସିଲା ଓ ପଚାରିଲା, “ପୁଅ, କ’ଣ କାହାକୁ ଖୋଜୁଛ?”

      ତହୁଁ ନୃସିଂହ ପଚାରିଲା “ଏଇଟା ଶଙ୍କର ମଉସାଙ୍କ ଘର ତ?”

ଏହା ଶୁଣି ସେ ବୁଢା ସ୍ନେହପୂର୍ଣ୍ଣ ସ୍ୱରରେ ଜବାବ୍ ଦେଲା “ତାଙ୍କ ଘର ପାଖ ଗଳିରେ । ତୁମେ ତ ବର୍ଷାରେ ଖୁବ୍ ଭିଜି ଯାଇଛ ତେଣୁ ଭିତରକୁ ଆସ ।”

ଘର ଭିତରକୁ ଆସି ନୃସିଂହ ନିଜ ଲୁଗା ବଦଳାଇଲା ଓ ଶୁଖିଲା ଗାମୁଛାରେ ପୋଛାପୋଛି ହୋଇ ବସିଲା । ବସି ବସି ସେ ଭାବିଲା, “ମୁଁ ତ ଶଙ୍କର ମଉସାଙ୍କୁ ଖରାପ ବ୍ୟବହାର କରିଥିଲି ତେଣୁ ତାଙ୍କଠୁଁ ଅତିଥିସତ୍କାର ପାଇବାର ମୋର କୌଣସି ଅଧିକାର ନାହିଁ । ପୁଣି କେଉଁ ମୁହଁରେ ମୁଁ ଆଉ ସେଠାକୁ ଯିବି ।” ତା’ପରେ ସେ କହିଲା, “ମଉସା, ମନେ ହେଉଛି ବର୍ଷାର ବେଗ ବଢି ଚାଲିଛି । ମୁଁ ଯଦି ରାତିଟା ଏଇଠି ରହିଯାଏ ତେବେ ଆପଣଙ୍କର କିଛି ଅସୁବିଧା ହେବନାହିଁ ତ?”

ଏହା ଶୁଣି ସେ ବୁଢା କହିଲା “ମୋର ପୁଣି ଏଥିରେ କ’ଣ ଅସୁବିଧା? ଖଟ ତ ପଡିଛି ସେଇଠି ତମେ ପୁଅ ଶୋଇଯାଅ । ମୁଁ ଯାଇ ଆର ଘରେ ଶୋଇବି । ମୋର ଦୁର୍ଭାଗ୍ୟ, ମୁଁ ଚାରି ଚାରିଟା ପୁଅର ବାପ । ହେଲେ କେହି ଜଣେ ବି ବୁଢାକାଳକୁ ମୋ ପାଖରେ ଆହା ପଦେ ବି କହିବାକୁ ନାହିଁ । ଏକେଲା ଅଛି, ଅସହାୟ ହୋଇ ରହିଛି, ଏବେ କେବଳ ଭଗବାନ ହିଁ ମୋର ସହାୟ ।” ତା’ପରେ ସେ ବୁଢା ଆପଣା ଆଖିରୁ ଲୁହ ପୋଛି ନୃସିଂହ ପାଖରେ ବସି ନିଜର ଦୁଃଖ କାହାଣୀ ଗପିଲା । ସେ କହିଲା ଯେ ସେ ଆଗରୁ ବଡ କ୍ରୋଧୀ ପ୍ରକୃତିର ଲୋକ ଥିଲା । ତେଣୁ ଛୁଆମାନଙ୍କ ପ୍ରତି ସେ ମଧ୍ୟ କଠୋର ବ୍ୟବହାର କରୁଥିଲା । ପିଲାମାନେ ବଡ ହେବାରୁ ବୁଢାଠୁଁ ଦୂରେଇ ରହିଲେ । ସେ ଓ ତା’ ପତ୍ନୀ ଏକାଠି ଥିଲେ । ପିଲାମାନେ କଦବା କ୍ୱଚିତ୍ ଆସୁଥିଲେ । ଏବେ ବୁଢୀ ମରିଯିବାରୁ ପୁଅମାନେ ମଧ୍ୟ ବୁଢାଠୁଁ ସବୁ ସମ୍ବନ୍ଧ ତୁଟେଇ ଦେଇଛନ୍ତି ।

ତା’ପରେ ସେ ବୁଢା ପୁଣି କହିଲା – “ଏସବୁ ଘଟଣା ପାଇଁ କେବଳ ମୁଁ ହିଁ ଦୋଷୀ । ମୁଁ ଯଦି ପିଲାଙ୍କ ସହିତ ଭଲ ସଂପର୍କ ରଖିଥା’ନ୍ତି ତେବେ ସେମାନେ କେବେବି ମୋ ପାଖରୁ ଦୂରେଇ ଯାଇ ନଥା’ନ୍ତେ ।”

      ଏସବୁ ଶୁଣିବା ପରେ ନୃସିଂହର ମନ ବଡ ବିଚଳିତ ହେଲା । ତେଣୁ ବହୁତ ସମୟ ପର୍ଯ୍ୟନ୍ତ ତାକୁ ଠିକ୍ସେ ନିଦ ମଧ୍ୟ ହେଲାନାହିଁ । ରାତିର ଶେଷ ଆଡକୁ ତାଙ୍କୁ ଟିକିଏ ନିଦ ହେଲା । କାହାର ସ୍ପର୍ଶରେ ହଠାତ୍ ତା’ର ନିଦ ଭାଙ୍ଗିଗଲା । ଦେଖିଲା ଶଙ୍କର ମଉସା ତାକୁ ଉଠାଉଛନ୍ତି । ଉଠି ପଡି ସେ ଦେଖିଲା ବହୁତ ସମୟ ହୋଇଗଲାଣି । ଶଙ୍କର ମଉସା ତାକୁ କହିଲେ, “ପୁଅ, ରାତି କଟାଇବାକୁ କ’ଣ ତୁମକୁ କେବଳ ଏଇ ଘର ହିଁ ମିଳିଲା? ଏହା ତ ଏକ ଭୂତ ଘର । ମୋର ତୁମକୁ ଘର ଠିକଣା ଦେବାରେ ନିଶ୍ଚୟ ଭୁଲ୍ ହୋଇଛି । ମୁଁ ଦକ୍ଷିଣ ପଟ ରାସ୍ତାରେ ଯିବାକୁ କହିବା ପରିବର୍ତ୍ତେ ବାମପଟ ଭୁଲ୍ରେ କହିଛି । ବର୍ଷା ଏତେ ବେଶି ହେଉଥିଲା ଯେ ମୁଁ ଆଉ ତୁମକୁ ଖୋଜିବାକୁ ମଧ୍ୟ ବାହାରି ପାରିଲି ନାହିଁ । ଏବେ ମୁଁ ତୁମକୁ ଖୋଜି ଖୋଜି ଏଇଠି ପାଉଛି ।”

      ନୃସିଂହ ଯେତେବେଳେ ଶୁଣିଲା ଯେ ସେ ଭୂତଘରେ ରାତି କଟାଇଛି, ସେତେବେଳେ ହଠାତ୍ ତା’ର ମନରେ ଭୟ ଆସିଲା, ତା’ପରେ ସେ ଚମକି ପଡିଲା । ପୁଣି ସ୍ଥିରମନ କରି ସେ କହିଲା, “କାହିଁ ମୁଁ ତ କୌଣସି ଭୂତପ୍ରେତ ଦେଖିଲି ନାହିଁ । ଗତକାଲି ରାତିରେ ତ କେବଳ ଜଣେ ବୁଢାଲୋକ ଏଠାରେ ମୋତେ ଆଶ୍ରୟ ଦେଲେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ