ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶିଷ୍ୟ ଗୁରୁଙ୍କୁ ବଳିଗଲେ

       ଜଣେ ସୁପ୍ରସିଦ୍ଧ ସାଧୁବାବା ଜଙ୍ଗଲର ପାଦଦେଶରେ ଆଶ୍ରମ ରଚନା କରି ରହୁଥାନ୍ତି । ସ୍ୱଭାବରେ ସେ ଥିଲେ ଅତ୍ୟନ୍ତ ଧୀର ଓ ଶାନ୍ତ । କୌଣସି କଥାରେ ସେ ବିଚଳିତ ହେଉନଥିଲେ । ସୁତରାଂ ସମସ୍ତେ ତାଙ୍କୁ ଧୈର୍ଯ୍ୟର ପାହାଡ ଆଖ୍ୟା ଦେଇଥିଲେ ।

       ଦିନକର କଥା । ତାଙ୍କ ଜୀବନର ସାୟାହ୍ନକାଳରେ ନିଜର ପ୍ରିୟତମ ଶିଷ୍ୟଙ୍କୁ ଡାକି କହିଲେ, “ମୋର ଅସଂଖ୍ୟ ଶିଷ୍ୟ ଅଛନ୍ତି । ହେଲେ ମୋ ଅନ୍ତେ ତୋତେ ଏ ଆଶ୍ରମର ଉତ୍ତରାଧିକାରୀ ଭାବରେ ବାଛିଛି । ସୁତରାଂ ମୋ ଅନ୍ତେ ତୁ ମୋର ଶିକ୍ଷାକୁ ଆଗକୁ ନେଇ ପାରିବୁ ବୋଲି ମୋ ବିଶ୍ୱାସ ।”

       ଏତକ କହି ଗୁରୁ ଏକ ମୋଟା ଗ୍ରନ୍ଥ ଆଣି ଶିଷ୍ୟକୁ ଦେଇ କହିଲେ, “ଏ ପୁସ୍ତକଟି ଉତ୍ତରାଧିକାରୀ ସୂତ୍ରରେ ମୋ ଗୁରୁଙ୍କ ଠାରୁ ମୁଁ ପାଇଥିଲି । ସେ ମଧ୍ୟ ତାଙ୍କ ଗୁରୁଙ୍କଠାରୁ ଏହା ପ୍ରାପ୍ତ ହୋଇଥିଲେ । ଏମିତି ବାର ପିଢି ଧରି ଏହା ତଳକୁ ତଳକୁ ଏପର୍ଯ୍ୟନ୍ତ ଗଡିଆସିଲାଣି । ଏବେ ଏହା ତୋ ପାଖରେ ରହିବ । ଏଥିରେ ଗୁରୁମାନେ ନିଜନିଜର ଉପଲବ୍ଧ ଲେଖିଛନ୍ତି । ମୁଁ ଲେଖିଛି, ତୁ ବି ଲେଖିବୁ । ହଁ ମନେରଖ, ବହିଟିକୁ ଅତି ଯତ୍ନ ସହକାରେ ପ୍ରତ୍ୟହ ପୂଜାର୍ଚ୍ଚନା କରି ରଖିବାକୁ ହେବ । ଏହା ଏକ ଅମୂଲ୍ୟ ସଂପଦ ।”

       ଏବେ ଗୁରୁଙ୍କ କଥା ଶୁଣି ଶିଷ୍ୟ କହିଲା, “ଆପଣ ମୋତେ ବୈରାଗ୍ୟର ପାଠ ପଢାଇଛନ୍ତି । ତେଣୁ ଏ ବହି ମୁଁ ରଖି ପାରିବି ନାହିଁ । ମୋ ପାଖରେ ସମସ୍ତ ଧନ ସମ୍ପତ୍ତି ତୁଚ୍ଛ ହୋଇଥିଲାବେଳେ ଏ ଅମୂଲ୍ୟ ସମ୍ପତ୍ତିକୁ ରଖିବି କିପରି? ଏହା ମୋ ପ୍ରତି ଆସକ୍ତି ସୃଷ୍ଟି କରି ମୋତେ ପଥଭ୍ରଷ୍ଟ କରିଦେବ ।”

       ଏଥର ଗୁରୁ କହିଲେ, “ବତ୍ସ! ତୁମେ ବୁଝିବାକୁ ଚେଷ୍ଟା କର । ବାର ପୁରୁଷ ଧରି ଏ ବହିଟି ଆମ ଗୁରୁକୁଳର ମହାନ୍ ପରମ୍ପରାକୁ ବହନ କରିଛି । ସୁତରାଂ ମୋ ସହିତ ଯୁକ୍ତି ତର୍କ ନକରି ଏହାକୁ ଯତ୍ନରେ ସାଇତି ରଖ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ