ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶିଷ୍ୟ ଗୁରୁଙ୍କୁ ବଳିଗଲେ

       ପାଖରେ ନିଆଁ ଜଳୁଥିଲା । ଶିଷ୍ୟ ଏବେ ବହିଟିକୁ ନେଇ ନିଆଁରେ ଜାଳି ଦେଲା । ତତ୍ କ୍ଷଣାତ୍ ବହିଟି ହୁତ୍ ହୁତ୍ ହୋଇ ଜଳିଗଲା । ଏହା ଦେଖି ଗୁରୁ କ୍ରୋଧାନ୍ୱିତ ହୋଇ ଚିତ୍କାରକରି କହିଲେ, “ରେ ମୂର୍ଖ ! ଏ କ’ଣ କଲୁ?”

       ଶିଷ୍ୟ ଠିକ୍ ଆଗଭଳି ଧୀର ଶାନ୍ତ ଭାବରେ ଉତ୍ତର ଦେଲା, “ମହାତ୍ମା! ଆପଣ ଏ କ’ଣ କହୁଛନ୍ତି? ଆପଣଙ୍କ ମୁହଁରେ ଏଭଳି କ୍ରୋଧ ବିରକ୍ତିଭାବ କେବେ ହେଲେ ଶୋଭା ପାଏନା । ଆପଣ ପରା ସାଧୁ, ଆଉ ସାଧୁଙ୍କ ଲକ୍ଷଣ ହେଉଛି ଧୀର, ଶାନ୍ତ ସ୍ୱଭାବ । ଏହା ଆପଣ ଭୁଲିଗଲେ କିପରି?”

       ଏହା ଶୁଣି ଗୁରୁ ନିଜର ଭୁଲ୍ ବୁଝି ପାରିଲେ । ଶିଷ୍ୟର କଥା ପଦକରେ ତାଙ୍କ ମନରେ ଘୋର ପରିବର୍ତ୍ତନ ଘଟିଲା । ଏବେ ସେ ନିଜର ଶିଷ୍ୟକୁ ଗୁରୁରୂପେ ମାନିବାକୁ ବାଧ୍ୟ ହେଲେ । ଆଉ ଶିଷ୍ୟକୁ କୋଳାଗ୍ରତ କରି କହିଲେ, “ଆଜିଠାରୁ ତୁମେ ହେବ ଆମ ପରଂପରାର ମହାନ୍ ଗୁରୁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ