ଦିନେ ଗୋଟିଏ ଶିକାରୀ ଏକ ଶୁଆକୁ ଧରି ଆଣି ରାଜ ଦରବାରରେ ପହଁଚିଲା । ଶୁଆଟି ବେଶ୍ କଉତୁକିଆ ହୋଇଥାଏ । ମିଠା ମିଠା କଥା ମଧ୍ୟ କହୁଥାଏ । ଶୁଆଟିର ମଧୁର କଥା ଶୁଣି ରାଜା ବିମୋହିତ ହୋଇଗଲେ । ଶିକାରୀକୁ କିଛି ଟଙ୍କା ଦେଇ ରାଜା ଦରବାରରୁ ବିଦାୟ ଦେଲେ ।
ଏହାପରେ ରାଜା ଜଣେ ବିଶ୍ୱସ୍ତ କର୍ମଚାରୀଙ୍କୁ ଶୁଆର ଦାୟିତ୍ୱ ଦେଇ କହିଲେ, “ଦେଖ! ଏ ଶୁଆକୁ ମୁଁ ବହୁତ ଭଲପାଏ । ମୁଁ ତୁମ ଉପରେ ତା’ର ରକ୍ଷଣା ବେକ୍ଷଣ ଦାୟିତ୍ୱ ନ୍ୟସ୍ତ କଲି । ଶୁଆର ଯେପରି କିଛି ଅସୁବିଧା ନହୁଏ । ହଁ… ଆଉ ଗୋଟିଏ କଥା ମନେରଖ ଯେଉଁଦିନ ଶୁଆଟି ମରିଯାଇଛି ବୋଲି ତୁମେ ମୋତେ ଆସି କହିବ, ସେହିଦିନ ମୁଁ ତୁମକୁ ମଧ୍ୟ ମାରିଦେବି ।”
ବିଚରା କର୍ମଚାରୀ ଜଣକ ରାଜାଙ୍କ କଥାରେ ଭୟଭୀତ ହୋଇ ଶୁଆଟିକୁ ପାଳନ କଲା । ଶୁଆକୁ ଠିକ୍ ସମୟରେ ଖାଇବାକୁ ପିଇବାକୁ ଦେବା ସହିତ ଅହରହ ଶୁଆଟି ଉପରେ ନଜର ରଖିଥାଏ । ଶୁଆଟି ମଧ୍ୟ କର୍ମଚାରୀର ଆଦର ଯତ୍ନରେ ବଢୁଥାଏ । ହେଲେଦିନେ ହଠାତ୍ ଶୁଆଟି କେଉଁ ଏକ ଅଜଣା ରୋଗରେ ପଡି ମୃତ୍ୟୁବରଣ କଲା । ଶୁଆଟି ମରିଯିବାରୁ କର୍ମଚାରୀଜଣକ ଡରିଗଲା । କେମିତି ରାଜାଙ୍କୁ ଯାଇ ତା’ର ମୃତ୍ୟୁ ସମ୍ବାଦ ଜଣାଇବ ମନେ ମନେ ଭାବିଲା ।
କୌଣସି ଉପାୟ ନପାଇ ଶେଷରେ କର୍ମଚାରୀଟି ବିରବଲଙ୍କ ପାଖରେ ପହଁଚିଲା । ତାଙ୍କୁ ଗୋଟି ଗୋଟି କରି ସବୁ କଥା କହିଲା । ବିରବଲ ତାକୁ ଆଶ୍ୱାସନା ଦେବାକୁ ଯାଇ ଏହି ସମସ୍ୟାର ସମାଧାନ ସେ ନିଜେ କରିବେ ବୋଲି କହିଲେ । ପରଦିନ ବିରବଲ ଯାଇ ରାଜାଙ୍କ ପାଖରେ ପହଁଚି ଗଲେ ଏବଂ କହିଲେ, “ମହାରାଜ! ଆପଣଙ୍କ ଶୁଆ… ।”