ଏତିକି କହି ହଠାତ୍ ରହିଗଲେ । ରାଜା ସଂଗେ ସଂଗେ ଶୁଆର କ’ଣ ହେଲା ବୋଲି ପଚାରିଲେ? ବିରବଲ କହିଲେ, “ମହାରାଜ! ଆପଣଙ୍କ ଶୁଆ କିଛି କଥା କହୁନାହିଁ । ଏପରିକି ଖାଇବା ପିଇବା ମଧ୍ୟ ବନ୍ଦ କରିଦେଇଛି । କେବଳ ଆଖି ଉପରକୁ କରି ଚାହିଁଛି । ତା’ର ଆଖିଡୋଳା ମଧ୍ୟ ସ୍ଥିର ହୋଇଯାଇଛି ।”
ବିରବଲଙ୍କ କଥା ଶୁଣି ମହାରାଜ୍ ଆଶ୍ଚର୍ଯ୍ୟ ହୋଇଗଲେ । ସଂଗେ ସଂଗେ ଶୁଆର ପିଞ୍ଜରା ପାଖକୁ ଚାଲିଲେ । ମହାରାଜ୍ ସେଠାରେ ପହଁଚି ଦେଖିଲେ ଶୁଆଟି ମୃତ୍ୟୁବରଣ କରି ସାରିଛି । ରାଜା ଏହା ଦେଖି ରାଗିଯାଇ ବିରବଲଙ୍କୁ କହିଲେ, ଶୁଆର ମରିବା କଥା ସିଧାନକହି ଏପରି ବଙ୍କେଇ ବଙ୍କେଇ କାହିଁକି କହୁଥିଲ?”
ରାଜାଙ୍କ କଥାଶୁଣି ବିରବଲ କହିଲେ, “ମହାରାଜ! କେମିତି ମୁଁ ଆପଣଙ୍କୁ ଶୁଆର ମୃତ୍ୟୁକଥା ସିଧାସଳଖ କହିଥାଆନ୍ତି । ଆପଣ ପରା ନିଜେ ଘୋଷଣା କରିସାରିଛନ୍ତି ଯିଏ ଆପଣଙ୍କୁ ଶୁଆର ମୃତ୍ୟୁକଥା କହିବ ଆପଣ ତାକୁ ମୃତ୍ୟୁଦଣ୍ଡ ଦେବେ ।”
ବିରବଲଙ୍କ କଥା ଆକବରଙ୍କ ମନକୁ ଖୁବ୍ ପାଇଲା । ଆକବର ତାଙ୍କର ବିଚକ୍ଷଣ ବୁଦ୍ଧିର ପ୍ରଶଂସାରେ ଶତମୁଖ ହୋଇଉଠିଲେ ।