ରାଜ କନ୍ୟା ଛଇଳା ଠାରୁ ଏ କଥା ଶୁଣି ଶୁଆ ତାକୁ ବୁଝାଇ କହିଲା –
ଆଗୋ ରାଜ ଯେମା ନହୁଅ ବିମନା ମୋର କଥା ଶୁଣ ବାରେ ।
ଶୁଣିଲେ ଆନନ୍ଦ ଲାଗିବ ବିନୋଦ କର କିମ୍ପା ଅବିଚାର ।
ମୃତ୍ୟୁଞ୍ଜୟ ମନ୍ତ୍ର ଜାଣି ଅଛି ମୁହିଁ ଶିଖିବାକୁ ଯେବେ ମନ ।
ଯେତେ ଚେଷ୍ଟା ବଳେ ଜୀବନ କେନବ ହୋଇବ ତୁମ୍ଭେ ଅମର ।
ଶୁଆ ଠାରୁ ଏ କଥା ଶୁଣି ସାରି ରାଜ କୁମାରୀ ଛଇଳା କହିଲା –
ଯଦି କହିଲୁଣି ମନ ମୋହିଲୁଣୀ
ବିଶ୍ୱାସ ହୋଇଲା ତୋତେ ।
କହି ଦିଅ ଥରେ ମୃତ୍ୟୁଞ୍ଜୟ ମନ୍ତ୍ର
ଆପଶାର ହୋଇ ମୋତେ ।
ଶୁଆ କହିଲା – ଏତେ ବେଳକେ ମନକୁ ଆସିଲା – ଛୁରୀ ମଗାଉ ଥିଲ ଶୁଆଟାକୁ ମାରି ଦେବା ଲାଗି, ମୁଁ କାହାର ଖାଏ ନା ଧାରେ । ସଂସାରରେ ମୋର କେହି ଆପଣାର ନୁହଁନ୍ତି କି କେହି ପର ମଧ୍ୟ ନୁହଁନ୍ତି । ହଉ ହେଲା ତମେ ଯଦି ମୃତ୍ୟୁଞ୍ଜୟ ମନ୍ତ୍ର ଜାଣିବାକୁ ଇଚ୍ଛା କରୁଛ ତାହା ହେଲେ ଦାସୀ ମାନଙ୍କୁ ଏଠାରୁ ଦୂରେଇ ଦେବ । କାରଣ ଏକା ଥରକେ ସମସ୍ତେ ଏହି ମନ୍ତ୍ର କଥା ଜାଣି ଯିବେ ।
ରାଜ କୁମାରୀ ଛଇଳା ଶୁଆର କଥା ଶୁଣି ଦାସୀ ମାନଙ୍କୁ ନିଜ ପାଖରୁ ହଟାଇ ଦେଲେ । ଘରର ସମସ୍ତ ଝରକା ବନ୍ଦ କରି ଦେଲା । କେବଳ ଶୁଆ ଲାଗି ଗୋଟିଏ ଝରକା ଖୋଲା ରଖିଲା ତାପରେ ଶୁଆକୁ କହିଲା, ଏଥର ଆସ ମୋତେ ମୃତ୍ୟୁଞ୍ଜୟ ମନ୍ତ୍ର କହି ଚାଲି ଯାଅ ।
ତା’ପରେ ରାଜ କୁମାରୀ ଛଇଳାଙ୍କ ପାଖକୁ ଶୁଆ ଆସି କହିଲା – ତମେ ମୋତେ ଆଗ ମୁନ୍ଦେ ପାଣି ଦିଅ । ମୋତେ ଖୁବ୍ ଶୋଷ ହେଉଛି ।
ରାଜ କୁମାରୀ ନିଜ ହସ୍ତରେ ଶୁଆକୁ ପାଣି ଆଣି ଦେଲାରୁ ଶୁଆ ସେ ପାଣି ପିଇ ସାରି ଟିକିଏ ଝରକା ଉପରେ ବସିଲା ।