ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶୁଆ ଶାରୀ କଥା

ସୁଗନ୍ଧ ଗନ୍ଧର୍ବ                            ଘେନ ମୋର ଆଜ୍ଞା

                 ମାଧବୀକୁ ଅନୁସର

କାହାର ସାକ୍ଷାତ                        ପାଇଁ ସୁନୟନା

                 ସଭାରୁ ହୁଏ ବାହାର?

         ସୁଗନ୍ଧ କନ୍ଦର୍ପ ଦେବରାଜଙ୍କର ଆଦେଶ ପାଇ ଅପସରାର ଅନୁସରଣ କଲା । ଅପସରା ନନ୍ଦନକାନନ ଭିତରେ ପଶିଲା । କୌଣସି ଜଣେ ରାଜା ଗଛ ଆଢୁଆଳରେ ବସିଥିଲେ । ମାଧବୀ ସେହି ରାଜାଙ୍କୁ ସାକ୍ଷାତ କଲା । ରାଜା କ’ଣ କହିବାକୁ ଯାଉଥିଲେ ମାତ୍ର ମାଧବୀ ଆଉ ଫୁରସତ ନଦେଇ ମୁଠାଏ ପୁଷ୍ପରଜକୁ ତୋଳି ଆଣି କ’ଣ ସବୁ ମନ୍ତ୍ର ପଡିଲା, ତା’ପରେ ସେହି ପୁଷ୍ପରଜକୁ ରାଜାଙ୍କ ଉପରକୁ ଫିଙ୍ଗିଦେଲା । ରାଜା ସଙ୍ଗେ ସଙ୍ଗେ ଏକ ସୁନ୍ଦର ଶୁକ ପକ୍ଷୀରେ ପରିଣତ ହୋଇଗଲେ । ତାପରେ ମାଧବୀ ଶୁଆଟିକୁ ହାତରେ ଧରି ନିଜ ବାସଭବନକୁ ଯିବାପାଇଁ ଉଦ୍ୟତ ହେଲା ।

         ସୁଗନ୍ଧ ଗନ୍ଧର୍ବ ସେଠାରୁ ଫେରି ଆସି ଦେବରାଜ ଇନ୍ଦ୍ରକୁ ସମସ୍ତ କଥା ବୁଝାଇ କହିଲେ –

ଆହେ ସୁରପତି                         ଶୁଣ ମୋର ବାଣୀ

                ଯାହା କରେ ନିବେଦନ

ମାଧବୀ ମନ୍ତ୍ରରେ                       ରାଜ ପୁତ୍ର ଏକ

                 ଲଭିଲା ଶୁକ ଜୀବନ

ହସ୍ତେ ଧରି ଶୁକ                         ମାଧବୀ ଚଳଇ

                 ମନରେ ହରଷ ତାର

 ଗୁପ୍ତ ତଥ୍ୟ ସବୁ                         ଗୋପନେ ରହିଲା

                  ଏଥିକୁ କର ବିଚାର

         ଦେବରାଜ ଇନ୍ଦ୍ର ଆଦେଶ ଦେଲେ, ସେଇ ଶୁଆକୁ ଧରି ଆଣ । ତାହାହିଁ ହେଲା । ମାୟା କୁଣ୍ଡରୁ ପାଣି ଆଣି ଶୁଆ ଉପରେ ଯେମିତି ସିଂଚି ଦେଉଛନ୍ତି ଶୁଆ କେଉଁ ଆଡେ ଉଭେଇ ଗଲା । ତା ସ୍ଥାନରେ ସୁନ୍ଦର ରାଜକୁମାରଟିଏ ଠିଆ ହୋଇଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ