ଅନେକ ଦିନ ତଳେ ‘ଗୋମୟ’ ନାମକ ଏକ ଶୃଗାଳ ଅରଣ୍ୟ ମଧ୍ୟରେ ବସବାସ କରୁଥିଲା । ଏକଦା ସେ ନିଜକୁ ଭାରି ଭୋକିଲା ମନେ କଲା । ଖାଦ୍ୟ ଅନ୍ୱେଷଣରେ ଏଣେ ତେଣେ ଘୂରି ବୁଲିଲା । ଶେଷରେ ସେ ଏକ ଯୁଦ୍ଧ କ୍ଷେତ୍ରରେ ଯାଇ ପହଁଚିଲା । ଯୁଦ୍ଧରତ ସୈନିକ ମାନେ ଯୁଦ୍ଧ କ୍ଷେତ୍ରରେ ଏକ ବାଦ୍ୟ ଛାଡି ଚାଲିଯାଇଥାଆନ୍ତି । ସେହି ବାଦ୍ୟଟି ଏକ ଲତାଗହଳ ମଧ୍ୟରେ ପଡି ରହିଥାଏ । ବାଦ୍ୟଯନ୍ତ୍ର ସହିତ ଲତା ପତ୍ରଗୁଡିକ ଘସି ହେବାଫଳରେ ଏକ ଅଦ୍ଭୁତ ଧ୍ୱନି ସୃଷ୍ଟି ହେଉଥାଏ ।
ଦିନେ ଶୃଗାଳ ଏହି ଧ୍ୱନିକୁ ଶୁଣିପାରି ଭୟଭୀତ ହୋଇ ପଡିଲା । କିଏ ଏହି ଧ୍ୱନି ସୃଷ୍ଟି କରୁଛି ତାହା ଚିନ୍ତା କଲା । ସେ ପ୍ରଥମେ ଭାବିଲା ଯେ ମୋତେ ଖୋଜି ବାହାର କରିବା ପାଇଁ ପଡିବ ଏହି ଧ୍ୱନି କିଏ ସୃଷ୍ଟି କରୁଛି । ମନରେ ସାହସ ସଂଚୟ କରି ସେ ଖୋଜିବା ଜାରି ରଖିଲା । ଶେଷରେ ସେ ଜାଣିବାକୁ ପାଇଲା ଯେ ତାହା ହେଉଛି ଏକ ପ୍ରକାରର ବାଦ୍ୟଯନ୍ତ୍ର । ବାଦ୍ୟ ଯନ୍ତ୍ରକୁ ଖୋଜିବା ସମୟରେ ସେ ଏତେ ପରିମାଣରେ ଖାଦ୍ୟ ଖାଇବାକୁ ପାଇଲାଯେ ବହୁତ ଦିନ ପର୍ଯ୍ୟନ୍ତ ତା’ର ଆଉ କୌଣସି ଖାଦ୍ୟ ଜନିତ ଅସୁବିଧା ହେଲା ନାହିଁ । ଏହି କାହାଣୀକୁ ଆଖି ଆଗରେ ରଖି ଦମନକ ରାଜା ପିଙ୍ଗଳକଙ୍କୁ କହିଲେ: ମହାରାଜ! ଆପଣ ଏଇ ସାମାନ୍ୟ ଧ୍ୱନି ଶୁଣି ଭୟଭୀତ ହୁଅନ୍ତୁ ନାହିଁ । ରାଜା କହିଲେ: ମୁଁ କିପରି ନିଜକୁ ଦୃଢମନା କରିପାରିବି । ଯେତେବେଳେ ମୋର ସମସ୍ତ ସଦସ୍ୟମାନେ ଭୟଭୀତ ଏବଂ ଜଙ୍ଗଲ ପରିତ୍ୟାଗ କରି ଅନ୍ୟତ୍ର ଚାଲି ଯିବାକୁ ବସିଛନ୍ତି ମୁଁ ବା, ସେଥିରୁ ବାଦ୍ ଯିବି କିପରି?