କିଛି ଦିନ ପରେ ତେନାଲୀରାମାଙ୍କ ମାତାଙ୍କର ମଧ୍ୟ ମୃତ୍ୟୁ ହେଲା । ତା’ର ଠିକ୍ ଏକ ବର୍ଷପରେ ତେନାଲୀରାମା ସେ ବ୍ରାହ୍ମଣମାନଙ୍କୁ ନିଜ ଘରକୁ ଆମନ୍ତ୍ରଣ କରି କହିଲେ, “ମୋର ମାତାଙ୍କର ଅନ୍ତିମ ଇଚ୍ଛା ମୁଁ ପୂରଣ କରିପାରି ନାହିଁ । ସେଥିପାଇଁ ମୋତେ ଏବେ କ’ଣ କରିବାକୁ ପଡିବ ଆପଣମାନେ ତାହା କୁହନ୍ତୁ ।” ଭଲ ଖାଇବା ପିଇବା ଓ କିଛି ପାଇବା ଆଶାରେ ସେ ଏକଶହ ଆଠ ବ୍ରାହ୍ମଣ ଯାଇ ତେନାଲୀରାମାଙ୍କ ଘରେ ପହଁଚିଲେ । ଆସନ ଗ୍ରହଣ କରିବା ମାତ୍ରକେ ତେନାଲୀରାମା ତାଙ୍କ ଘରର ସମସ୍ତ କବାଟ ବନ୍ଦ କରିଦେଲେ ଓ ନିଜ ଚାକରକୁ କହିଲେ, କେତେଗୁଡିଏ ଲୁହାଛଡ ଗରମ କରିଆଣ ଏବଂ ସେହି ଲୁହା ଛଡକୁ ଏହି ବ୍ରାହ୍ମଣ ମାନଙ୍କ ଶରୀରରେ ଚେଙ୍କ ଦିଅ ।” ଚାକରଟି ମଧ୍ୟ ସଂଗେ ସଂଗେ ତାହା କଲା । ଲୁହା ଚେଙ୍କ ଖାଇ ସେ ବ୍ରାହ୍ମଣମାନେ ଖାଲି ଚିତ୍କାର କଲେ ।
ଶେଷରେ ଏହି କଥା ରାଜାଙ୍କ କାନକୁ ଗଲା । ତେଣୁ ରାଜା ସେ ତେନାଲୀରାମାଙ୍କୁ ଦରବାରକୁ ଡକାଇଲେ । ତାପରେ ତେନାଲୀରାମା ରାଜାଙ୍କୁ କହିଲେ, “ମହାରାଜ! ଆପଣ ଆପଣଙ୍କ ମାତାଙ୍କର ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ସୁନାର ଆମ୍ବ ଦାନ କରିଥିଲେ । ଠିକ୍ ସେହିପରି ମୋ ମାତାଙ୍କର ବି ଶେଷ ଇଚ୍ଛା ଥିଲା ଯେ, ତାଙ୍କ ଶରୀରର ଦରଜ ଯାଗାରେ ଗରମ ଚେଙ୍କ ନେବାପାଇଁ । ଯଦି ବ୍ରାହ୍ମଣ ମାନଙ୍କ ଦ୍ୱାରା ମୃତ ବ୍ୟକ୍ତିର ଶେଷ ଇଚ୍ଛା ସବୁ ପୂରଣ କରାଯାଉଥାଏ, ତା’ହେଲେ ମୁଁ ମଧ୍ୟ ମୋର ମାତାଙ୍କର ଶେଷ ଇଚ୍ଛା ଏହି ଉପାୟରେ ପୂରଣ କଲି । ଏଥିରେ ଆଉ ମୋର ଭୁଲ୍ ରହିଲା ବା କେଉଁଠି? ତେନାଲୀରାମାଙ୍କ କଥା ଶୁଣି ତାଙ୍କର ବୁଦ୍ଧିକୁ ମହାରାଜ୍ ପ୍ରଶଂସା ନକରି ଆଉ ରହିପାରିଲେ ନାହିଁ ।