ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶ୍ରଦ୍ଧାପୂର୍ବକ ସେବା କର

କିଛି ବର୍ଷ ପରେ ସେହି ପୁଅର ଗୋଟିଏ ପୁଅ ଜନ୍ମ ହେଲା । ପିଲାଟି କ୍ରମେ ବଡ ହେଲା । ମାତ୍ର ଦୁର୍ଯୋଗକୁ ହଠାତ୍ ପିଲାଟି ଏକ ସାଙ୍ଘାତିକ ରୋଗରେ ପଡିଗଲା । ଏହା ଦେଖି ପିଲାଟିର ମାଆ ଭୋକ ଶୋଷ ଭୁଲି ପୁଅର ସେବା ଯତ୍ନରେ ଲାଗିପଡିଲେ । ଦୀର୍ଘ ସମୟ ଧରି ପିଲାଟି ରୋଗଶଯ୍ୟାରେ ଶୋଇରହିଲା ।

ଦିନେ ନିଶାର୍ଦ୍ଧରେ ହଠାତ୍ ପିଲାଟିର ନିଦ ଭାଙ୍ଗି ଯିବାରୁ ସେ ଦେଖିଲା, ମା’ ତା ପାଖରେ ଚାହିଁ ବସିଛନ୍ତି । ଏହା ଦେଖି ପିଲାଟି କହିଲା, “ମା’ ତୁମେ ଏଯାଏଁ ଶୋଇ ନାହଁ ଯେ? ତୁମେ ମୋ’ଲାଗି ସତରେ କେତେ କଷ୍ଟ ସହିଲଣି?”

ଏହା ଶୁଣି ପିଲାଟିର ମା’ ତା’କପାଳରେ ଚୁମ୍ବନ ଦେଇ କହିଲେ, “ଛିଃ! ଏମିତି କଥା କ’ଣ କହନ୍ତି । ମୁଁ ତୋତେ କେତେ ଭଲ ପାଏ ତୁ କ’ଣ ଜାଣିନୁ? ମୁଁ ପରା ତୋର ମମତାମୟୀ ମାଆ, ଆଉ ତୁ ହେଉଛୁ ମୋର ଜୀବନ ।” ତୋର ଯେତେ ସେବା କଲେ ବି ମୋତେ କେବେବି କଷ୍ଟ ହେବ ନାହିଁରେ ।

ଏହା କହି ମଦର ଟେରେସା ସାମ୍ବାଦିକଙ୍କୁ କହିଲେ, “ଏଇ ଗପରୁ ତୁମେ ନିଶ୍ଚୟ ବୁଝିପାରିଥିବ ଯେ, ସେବା କାର୍ଯ୍ୟକୁ କର୍ତ୍ତବ୍ୟ ଭାବି ସେବା କଲେ ତୁମେ ଶୀଘ୍ର କ୍ଳାନ୍ତ ହୋଇପଡିବ । ମାତ୍ର ମନରେ ଶ୍ରଦ୍ଧା, ସ୍ନେହ ରଖି ସେବା କଲେ ସେଥିରୁ ଆନନ୍ଦ ମିଳେ । ସୁତରାଂ ସବୁବେଳେ ହୃଦୟରେ ସ୍ନେହଶ୍ରଦ୍ଧା ରଖି ସେବା କରିବା ଆବଶ୍ୟକ, ଯେଉଁ ସେବା ମୁଁ କରୁଛି । ଆଉ ସେଇ ସ୍ନେହଶ୍ରଦ୍ଧାହିଁ ମୋତେ ସେବା କରିବା ଲାଗି ପ୍ରେରଣା ଯୋଗାଉଛି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ