ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶ୍ରମଚୋର

ମଣିରାମ ଗୁପ୍ତା ନାମରେ ଜଣେ ବ୍ୟବସାୟୀ ମଧୁର ନଗରୀରେ ଥା’ନ୍ତି । ତାଙ୍କ ବ୍ୟବସାୟ ପ୍ରତିଷ୍ଠାନରେ ଅନେକ ଲୋକ ଚାକିରୀ କରିଥାନ୍ତି । ସେମାନଙ୍କ ମଧ୍ୟରୁ ଅନେକେ ବସି ବସି ଗପ କରି ଅଯଥାରେ ସମୟ କଟାନ୍ତି । ନିଜର ଦାଇତ୍ତ୍ଵରେ ଥିବା କାମ ଭଲ ଭାବରେ କରିପାରନ୍ତି ନାହିଁ । ମଣିଗୁପ୍ତ ମଝିରେ ମଝିରେ ସେମାନଙ୍କ ଉପରେ ରାଗନ୍ତି । ସେମାନଙ୍କ ମଧ୍ୟରେ ଜଣେ ଥା’ନ୍ତି ତାଙ୍କ ନାମ ଦିଲ୍ଲୀପ । ସେ ଶିକ୍ଷିତ ଓ ଭଦ୍ର ଯେଉଁମାନେ ଅଳସୁଆ ହୋଇ କାମ ପକାଇ ରଖନ୍ତି ତାଙ୍କ କାମ ସେ ନୀରବରେ କରିଦିଅନ୍ତି । ତେଣୁ ଅନ୍ୟମାନେ ଅଧିକ ସମୟ ନଷ୍ଟ କରିବାକୁ ପ୍ରଶ୍ରୟ ପାଆନ୍ତି ।

                ଦିନେ ମଣିଗୁପ୍ତ ସମସ୍ତ କର୍ମଚାରୀଙ୍କୁ ଡାକି କହିଲେ, “ଏଥର ଯେଉଁମାନେ ଅଳସୁଆ ବୋଲି ପ୍ରମାଣିତ ହେବେ ତାଙ୍କୁ ଦଣ୍ଡ ଦିଆଯିବ । ମୁଁ ନିଜେ ଆସି ଏ ବିଷୟରେ ନିର୍ଣ୍ଣୟ କରିବି ।” ମଣିରାମଙ୍କ ଚେତାବନୀ ଯୋଗୁଁ ଅନେକ କର୍ମଚାରୀ ନିଜ ନିଜ କାମ ବଡ ତତ୍ପରତାର ସହିତ କଲେ । କିନ୍ତୁ ଅତ୍ୟନ୍ତ ଅଳସୁଆ କେତେଜଣ ତଥାପି ମଧ୍ୟ ଗପ କରି ସମୟ ବିତାଇଲେ । ଦିଲ୍ଲୀପ ସେମାନଙ୍କ କାମ କରିଦିଅନ୍ତି ।

କିଛିଦିନ ପରେ ମଣିରାମ ପୁଣି କାମ ଦେଖିବାକୁ ଆସି ସମସ୍ତ କର୍ମଚାରୀଙ୍କୁ ଏକାଠି କରି କହିଲେ, “ମୁଁ ଯାହା ଦେଖୁଛି ଶ୍ରମଚୋର ହେଉଛନ୍ତି ଦିଲ୍ଲୀପ । ସମସ୍ତେ ଶ୍ରମ ନକରି କାମ ପକାଇ ରଖୁଛନ୍ତି ଓ ସେ ତା’ କାମ କରି ଦେଉଛନ୍ତି ଅର୍ଥାତ୍ ସେମାନଙ୍କ ଶ୍ରମ ଚୋରୀ କରୁଛନ୍ତି । ତେଣୁ ଶ୍ରମ କାମ ଚୋର । ସେଥିପାଇଁ ତାଙ୍କୁ ଏହି ଦଣ୍ଡ ଦିଆଯିବ ଯେ ସେ ତାଙ୍କର ସଦ୍ଗୁଣ ଯୋଗୁଁ ଅନ୍ୟକୁ ଭୁଲ୍ଦିଗରେ ପ୍ରଶ୍ରୟ ଦେବେ ନାହିଁ । ଆଜିଠାରୁ ସେ କାହାର କାମ କରିବେ ନାହିଁ ଦ୍ୱିତୀୟରେ ବ୍ୟବସାୟ ପ୍ରତିଷ୍ଠାନର ଯେଉଁ କ୍ଷତି ଅଳସୁଆ କର୍ମଚାରୀମାନଙ୍କ ଯୋଗୁଁ ହୁଅନ୍ତା ତାହା ଦିଲ୍ଲୀପଙ୍କ ଯୋଗୁଁ ହେଉ ନାହିଁ । ତେଣୁ ଏଥିଲାଗି ତାଙ୍କୁ ପୁରସ୍କାର ମଧ୍ୟ ଦିଆଯିବ ।” ଏହାପରେ ସମସ୍ତେ କରତାଳି ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ