ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶ୍ରୀଆଞ୍ଜନେୟ

ସୀତା ତା’ବାପାର ଆଦରର ଝିଅ । ବାପା ରାନ୍ଧୁଣିଆ, ତେଣୁ ସେ ତା’ ପିଲାବେଳଠୁ ଭୋଜନପ୍ରିୟ । ଭଲମନ୍ଦ ଖାଇବାର ଅଭ୍ୟାସ ତା’ର ଥାଏ; ଖାଇ ବସିବା ବେଳେ ସେ କହୁଥାଏ, “ଆଜି ବାଇଗଣ ତରକାରୀ ଖୁବ୍ ଭଲ ହୋଇଛି ଯେ ହେଲେ ଲଙ୍କା କମ୍ ହୋଇଛି, ନଡିଆ ଚଟଣୀରେ ଟିକିଏ ଲେମ୍ବୁ ପଡିଥିଲେ ତାହା ଆହୁରି ଭଲ ହୋଇଥା’ନ୍ତା । ଏମିତି ଏଇଟା ହୋଇଥିଲେ ଅଧିକ ରୁଚିକର ହୋଇଥାନ୍ତା ।” ଏହି ପରି ଭାବରେ ପ୍ରତ୍ୟେକ ଦିନ ଖାଦ୍ୟ ଉପରେ ସେ ଟିପ୍ପଣୀ ଦିଏ । ଆରାମ୍ରେ ବସି ଖାଉଛି ତ ଆଉ କ’ଣ ବା ସେ କରିବ ।

ରାମୁ ଥରେ ନିଜର ଜନ୍ମଦିନରେ ଭଲ ଖାଇବାକୁ ଚାହିଁଲା । ତା’ର ଇଚ୍ଛା ସୀତା ତାକୁ ଯେପରି ରାନ୍ଧି ଖୁଆଏ । ମୁଣ୍ଡ ବିନ୍ଧୁଛି କହି ସୀତା ଯାଇ ଶୋଇଲା । ରାମୁ ଭାବିଲା “ସବୁଦିନେ ତ ମୁଁ ରୋଷେଇ କରୁଛି । ଆଜି ମଧ୍ୟ ଭଲ ଭଲ ଖାଦ୍ୟ ତିଆରି କରି ଖାଇବି ।”

ସେମାନେ ଖାଇବାକୁ ବସିଛନ୍ତି, ସୀତା ପ୍ରଥମେ କିଛି ଖାଦ୍ୟ ମୁହଁରେ ଦେଇ କହିଲା, “ଏଃ ଆଜି କାହିଁ ମୋତେ କିଛି ଭଲ ଲାଗୁ ନାହିଁ । ଏଥିରେ ମେଂଚାଏ ଚିନି, ଏଇଟାରେ ତ କ’ଣ ଲୁଣ ଆଦୌ ନାହିଁ, ଆଉ ଏଇଟା ତ ପୁରାପୁରି ଖଟା ଲାଗୁଛି ।”

ରାମୁ ନିଜ ପସନ୍ଦ ରନ୍ଧା ଖାଇବାକୁ ଖୁସିରେ ବସିଥିଲା । ସୀତାର ଏପରି ଟିପ୍ପଣୀ ତାକୁ ନିରୁତ୍ସାହିତ କଲା । ତେଣୁ ତା’ର ମନଟା ବି ଖରାପ୍ ହୋଇ ଗଲା । ସେ ବିରକ୍ତ ହୋଇ ଥାଳୀ ଠେଲି ଦେଇ କହିଲା, “ଆରେ ହେ ମହାରାଣୀ, ଏବେ ପର୍ଯ୍ୟନ୍ତ ତୋ ବାପାଙ୍କ ଯୋଗୁଁ ତୋର ସବୁ ଅଳି ଅର୍ଦ୍ଦଳି ମୁଁ ସହୁଥିଲି, ମାତ୍ର ଆଉ ନୁହେଁ । ତୋତେ ରାନ୍ଧିବାଢି ଖୁଆଇବା ଅପେକ୍ଷା ବରଂ ଜଙ୍ଗଲକୁ ଯାଇ ପିଶାଚ ଓ ପିଶାଚୀଙ୍କୁ ଖୁଆଇବାରେ ଅପୂର୍ବ ଆନନ୍ଦ ଅଛି । ମୁଁ ଏବେ ଘର ଛାଡି ଯାଉଛି । ତୁ ଖାଇବୁ ବା ଉପାସ ରହିବୁ ସେଥିରେ ମୋର କିଛି ଯାଏ ଆସେ ନାହିଁ ।” ଏତିକି କହି ସେ ତା’ର ହାତ ଧୋଇ, କୁର୍ତ୍ତା ପିନ୍ଧି ଘରୁ ବାହାରକୁ ଚାଲିଗଲା ।

ରାମୁକୁ ତ ଏତେ ଜୋର୍ରେ ରାଗିବାର ସୀତା କେବେବି ଦେଖି ନଥିଲା । ତେଣୁ ସେ ବ୍ୟସ୍ତ ହୋଇ ବାହାରକୁ ଆସି ଦେଖେ ତ ଗଳି ମୋଡରେ ରାମୁ କୁଆଡେ ଦୂରକୁ ଚାଲିଗଲା, ଆଉ ଦେଖା ଯାଉ ନାହିଁ । ସୀତା ବିଚାରୀ ଏବେ ଆଉ କ’ଣ ବା କରେ? ସେ ଯାଇ ହାତ ଧୋଇ ପଲଙ୍କରେ ପଡି କାନ୍ଦି ଚାଲିଲା ।

ରାମୁ ସେତେବେଳେ ତ ଅତିମାତ୍ରାରେ ରାଗିଯାଇଥିଲା । ତେଣୁ ସେ ଖୁବ୍ ଅଳ୍ପ ସମୟରେ ମଧ୍ୟରେ ଜଙ୍ଗଲରେ ଯାଇ ପହଁଚିଲା । କିଛି ବାଟ ଯିବା ପରେ ତା’ ପଛପଟରେ କିଚ୍ କିଚ୍ ଶବ୍ଦ ଶୁଣାଗଲା । ଭାବିଲା ଏଇ ପାଖ ଗଛରେ ମାଙ୍କଡ ଭର୍ତ୍ତି ହୋଇଛନ୍ତି । ପଛକୁ ଫେରି ଦେଖିଲା ଦୁଇଜଣ ଗେଡା ଭୂତ ତା’ପଛରେ ଚାଲିଛନ୍ତି । ସେମାନେ ହସିହସି କହିଲେ, “ଆରେ ଏଠାକୁ ରୋଷେଇ କରିବାକୁ ଆସିଛ ନା କ’ଣ? ତୁମକୁ ଆମେ ସ୍ୱାଗତ କରୁଛୁ ।”

ରାମୁ ସାହସୀ ଥିଲା, ତେଣୁ ସେ ଆଦୌ ଡରିଲା ନାହିଁ । ସେ କହିଲା “ତୁମେ କ’ଣ ଭାବୁଛ ତୁମ ପାଇଁ ମୁଁ ଏଠାକୁ ଆସିଛି? ତୁମେ କିପରି ଜାଣିଲ ଯେ ମୁଁ ରାନ୍ଧିପାରେ ବୋଲି?”


ଗପ ସାରଣୀ

ତାଲିକାଭୁକ୍ତ ଗପ