ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶ୍ରୀଆଞ୍ଜନେୟ

ଏକଥା ଶୁଣି ସେ ଦୁଇଭୂତ ହସିହସି କହିଲେ, “ଆଜି ଅଧରାତିକୁ ଆମ ମୁନିବଙ୍କ ଝିଅର ବାହାଘର ହେବ । ଏଥର ଆମେ ଚାହୁଁଥିଲୁ କି ରୋଷେଇ କାମ ଭିନ୍ନ ଧରଣର ହେବ । ପିଶାଚମାନେ ନ ରାନ୍ଧି କେହି ମଣିଷ ରାନ୍ଧିବ । ଭଲ ହେଲା, ତମେ ଠିକ୍ ସମୟରେ ଆସିଲ । ଏଥର ତମେ ଆମ ମୁନିବଙ୍କ ପାଖକୁ ଚାଲ ।”

ତା’ପରେ ସେ ଭୂତମାନେ ରାମୁକୁ ଘନ ଜଙ୍ଗଲ ମଧ୍ୟକୁ ନେଇ ଯାଇ ଛୋଟ ଭୂତଙ୍କ ମୁନିବଙ୍କ ପାଖରେ ନେଇ ଠିଆ କରାଇଲେ । ଛୋଟ ଭୂତମାନେ ସବୁ ବୁଝାଇଦେଲେ । ମୁନିବ ଭୂତ କହିଲେ, “ହେ ରାନ୍ଧୁଣିଆ, ଏହି ବିବାହ ପାଇଁ ସମସ୍ତ ରୋଷେଇର ଭାର ଏବେ କେବଳ ତୁମ ଉପରେ ରହିଲା । ବରପକ୍ଷର ରୋଷେଇ ଯଦି ପସନ୍ଦ ହେବ ତେବେ ତୁମକୁ ବହୁତ ପୁରସ୍କାର ମିଳିବ ।”

ରାମୁ ଗର୍ବର ସହିତ କହିଲା, “ପୁରସ୍କାର କଥା ରଖିଦିଅ; ଏବେ ଭଲ ରୋଷେଇ ପାଇଁ ଆବଶ୍ୟକ ଜିନିଷର ବରାଦ କର ।” ତା’ କଥା ଶୁଣି ମୁନିବ ଭୂତର ପତ୍ନୀ ଟିକିଏ ରାଗିଯାଇ କହିଲା, “ସେଥିରେ କୌଣସି କିଛି କମ୍ ହେବ ନାହିଁ । ଏହି ବିବାହ ପାଇଁ ଭଲ ମିଠାଇ ଓ ଲୁଣିଆପଦାର୍ଥ କିଛି ବନାଇବାକୁ ହେବ । ତୁମେ ତ ଆମ ଭୂତମାନଙ୍କ ଖାଦ୍ୟ ବିଷୟରେ କିଛିବି ଜାଣି ନାହଁ । ଏବେ କହୁଛି ଶୁଣ । ଆମର ହରଡ ଡାଲି ବା ବିରିଡାଲିରେ ପୁରଣପୁରୀ ହୁଏ । ଡାଲିରେ ମେଥି ପଡେ । ତୁମେ ଯଦି ସେହିପରି ଭଲ ରାନ୍ଧଣା କରିବ ତ ଆମଠାରୁ ଅନେକ ପୁରସ୍କାର ପାଇବ । ଆଉ ଯଦି ତୁମ ଖାଦ୍ୟ ସ୍ୱାଦିଷ୍ଟ ନହୁଏ ତେବେ ତୁମକୁ କାଟି କୁଟି ଆମେ ଆମ ପଡୋଶୀ ଭୂତମାନଙ୍କୁ ଦେଇ ଦେବୁ । ତେଣୁ ବୁଝି ସାବଧାନ ।”

ଏକଥା ଶୁଣି ରାମୁକୁ ମୂର୍ଚ୍ଛା ହେବା ଭଳି ଲାଗିଲା । ଏବେ ଯାଇ ତାକୁ କିଛିଟା ଭୟ ଲାଗିଲା । କିନ୍ତୁ ସେପରି ଅବସ୍ଥାରେ ସେ କ’ଣ ବା କରିବ? ଭୂତୁଣୀର କହିବା ମୁତାବକ ସେ ସବୁ ତିଆରି କରି ରଖିଲା ଓ ସେମାନଙ୍କଠାରୁ ଟିକିଏ ଦୂରକୁ ଯାଇ ଗଛ ମୂଳରେ ବସି ଢୁଳାଇଲା । ଠିକ୍ ଅଧରାତିରେ ବାହାଘର ହେଲା । ଅନେକ ଭୂତପିଶାଚଙ୍କ କିଳିକିଳା ରାବରେ ରାମୁ ଉଠି ବସିଲା । ସେତେବେଳକୁ ତ ଭୟରେ ସେ ଛାନିଆ ହୋଇଥାଏ । ଭାବିଲା “କି ସର୍ବନାଶ ହେଲାରେ ।”

ତା’ପରେ ଭୋଜୀ ହେଲା । ରାମୁର ରନ୍ଧା ଖାଇ ବରଭୂତ କହିଲା, “ଆଃ ଏତେ ଦିନ ପରେ ଯାଇ ମୋତେ ବଡ ସ୍ୱାଦିଷ୍ଟ ଖାଦ୍ୟ ମିଳିଲା । ଏହାକୁ କିଏ ବନାଇଛି?”

କନ୍ୟାର ବାପ କହିଲା, “ଏଥର ଏସବୁ ଜଣେ ମଣିଷ ବନାଇଛି ।”

ବରଭୂତ ଖୁସି ହୋଇ ଯାଇ ଦାବୀ କଲା, “ଏହି ରାନ୍ଧୁଣିଆକୁ ଆପଣଙ୍କ ଝିଅ ସହିତ ଯୌତୁକ ଭାବରେ ଦିଅନ୍ତୁ ।”

ମୁନିବ ପିଶାଚ ଖୁସି ହୋଇ କହିଲା, “ଜରୁର୍ ପଠାଇବି ।”

ତା’ପରେ ସେ ରାମୁକୁ ଡାକି ଆଣିବାକୁ ପୂର୍ବର ଗେଡୁଭୂତ ଦୁହିଁଙ୍କୁ ପଠାଇଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ